ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜମିରେ ତସୁଥିବା ସମୟରେ ଭାରସାମ୍ୟ ହରାଇ  ଓଲଟିଲା ଟ୍ରାକ୍ଟର, ଚାପାରେ ଚାଳକ ମୃତ୍ୟୁ 

ଜମିରେ ତସୁଥିବା ସମୟରେ ଭାରସାମ୍ୟ ହରାଇ  ଓଲଟିଲା ଟ୍ରାକ୍ଟର, ଚାପାରେ ଚାଳକ ମୃତ୍ୟୁ 

ବନ୍ଧୁଗାଁ ତା, ୧୧/୭/୨୬, ବନ୍ଧୁଗାଁ ଥାନ ଅନ୍ତର୍ଗତ ଜାଗିଗୁଡା ପଞ୍ଚାୟତର ଗୋଜାବାଡି ନିକଟ ମୁଣ୍ଡେସୁ ଓ ସେରାପାଡୁ ଯିବା ରାସ୍ତା ନିକଟ ଠାରେ ଯେକେପୁର କମ୍ଫାନୀ ବାଲା ଙ୍କ ଚାଷ ଜମିରେ ନୀଳଗିରି ଲଗେଇବା ପାଇଁ ଜମିରେ ଟ୍ରାକ୍ଟର ଦ୍ୱାରା ହଳ ଲଙ୍ଗଳ କରିବା ସମୟରେ ଚାଷ ଜମିରେ ଭାରସାମ୍ୟ ହରାଇବା ଫଳରେ ଟ୍ରାକ୍ଟର ଓଲଟି ପଡିଥିଲା ଯାହା ଦ୍ୱାରା କି ଗାଡି ଚାଳକ ଟ୍ରାକ୍ଟର ତଲେ ଚାପି ହୋଇ ଘଟଣା ସ୍ତଳରେ ମୃତ୍ୟୁ ହୋଇଯାଇଥିଲା I ମୃତ ବ୍ୟକ୍ତି ହେଲେ ଜାଗୁଗୁଡା ପଞ୍ଚାୟତ ର ଗୋଜାବାଡି ଗ୍ରାମର ଶ୍ରୀନାଥ ହୁଲୁକା (୩୦) ମୃତ ବ୍ୟକ୍ତିର ଗୋଟିଏ ୫ ବର୍ଷ ର ଛୋଟ ପୁଅ ଅଛି ଓ ମୃତ ବ୍ୟକ୍ତିଙ୍କ ପୁଅର ଭରଣ ପୋଷଣ ପାଇଁ ଆର୍ଥିକ ସହାୟତା ପାଇଁ ଗାଁ ଲୋକେ କମ୍ଫାନି ବାଲା ଙ୍କୁ ନେଇ ଘେରାଉ କରି ଥିଲେ I ଶେଷରେ ମୃତ ବ୍ୟକ୍ତିର ପରିବାଙ୍କୁ କିଛି କ୍ଷତି ପୁରଣ କରିବା ପାଇଁ ମାନିଥିବା ପରେ ଗ୍ରାମବାସୀ ବନ୍ଧୁଗାଁ ଗୋଷ୍ଠି କେନ୍ଦ୍ରକୁ ମୃତ ଶବକୁ ବ୍ୟବଛେଦ ପାଇଁ ପଠାଇଥିବା ସହ ମୃତ ବ୍ୟକ୍ତିର ଭାଇ ଭୀମ ହୁଲୁକା ଥାନାରେ ଲିଖିତ ଅଭିଯୋଗ କରିଥିବାର ବିଶେଷ ସୂତ୍ରରୁ ଜାଣିବାକୁ ପାଇଛୁ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

୧- ବାରିପଦାରେ ତୃତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ, ୨୦୨୬, ୨- କେନାଲ ପାଣିରେ ଭାସି ଭାଇ ସମେତ ଦିବ୍ୟାଙ୍ଗ ଭଉଣୀ ଙ୍କ ମୃତ୍ୟୁ 

Sunil Chandra Nayak

ଓଡିଶା ମହୁମାଛି ସୁରକ୍ଷା ବାହୀନି ଓ ଵୀ ଟ୍ରଷ୍ଟ ଅଫ ଓଡିଶା ତରଫରୁ ବିଶ୍ଵ ମହୁମାଛି ଦିବସ 2024 ଅନୁଷ୍ଟିତ

masiha

ବିକଳ୍ପ ଅନୁଷ୍ଠାନ ତରଫରୁ ବୃକ୍ଷରୋପଣ ,ବାଲ୍ୟ ବିବାହ, ଗୁଣିଗାରେଡ଼ି ବିରୋଧରେ ଏବଂ ନାରୀ ସୁରକ୍ଷା ବିଷୟରେ ସଚେତନତା ଶିବିର

Sunil Chandra Nayak

Leave a Comment

error: Content is protected !!