ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ରେ ‘Swimming and Drowning Survival Skill Development’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପନ 

ରାୟଗଡ଼ରେ ‘Swimming and Drowning Survival Skill Development’ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ସଫଳତାର ସହ ସମାପନ 

ରାୟଗଡ଼, ୧୨/୦୭: ରାୟଗଡ଼ ଜିଲ୍ଲା ପ୍ରଶାସନ, ଜିଲ୍ଲା ଜରୁରୀକାଳୀନ ଶାଖା ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (OSDMA)ଙ୍କ ମିଳିତ ସହଯୋଗରେ ଆୟୋଜିତ ” Swimming and Drowning Survival Skill Development” ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଦଶମ ତଥା ଅନ୍ତିମ ବ୍ୟାଚର ସମାପନୀ ଉତ୍ସବ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ଶ୍ରୀ ନବୀନ ଚନ୍ଦ୍ର ନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ଏହା ସହିତ ଚଳିତ ବର୍ଷର ସମ୍ପୂର୍ଣ୍ଣ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମଧ୍ୟ ସଫଳ ସମାପନ ଘଟିଛି।

ସମାପନୀ ସମାରୋହରେ ଅନ୍ତିମ ବ୍ୟାଚର ୩୦ ଜଣ ପ୍ରଶିକ୍ଷାର୍ଥୀଙ୍କୁ ଅଂଶଗ୍ରହଣ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। କାର୍ଯ୍ୟକ୍ରମର ସଫଳ ରୂପାୟନ ଓ ଉଲ୍ଲେଖନୀୟ ସହଯୋଗ ପାଇଁ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (OSDMA) ର ପ୍ରଶିକ୍ଷକ ଦଳକୁ ଜିଲ୍ଲାପାଳଙ୍କ ସ୍ୱାକ୍ଷରିତ ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରାଯାଇଥିଲା।

ଏହି ପଦକ୍ଷେପ ଗତବର୍ଷ ଆରମ୍ଭ ହୋଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ୩ଟି ବ୍ୟାଚ ସଫଳତାର ସହ ସମ୍ପନ୍ନ ହୋଇଥିଲା। ପରବର୍ତ୍ତୀ ସମୟରେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)ଙ୍କ ପ୍ରେରଣା, ଜିଲ୍ଲା ଜରୁରୀକାଳୀନ ଅଧିକାରୀ କଳିଙ୍ଗ କୁମାର ପୂଜାରୀ ଏବଂ ଅନ୍ୟାନ୍ୟ ସମ୍ପୃକ୍ତ ଅଧିକାରୀ ମାନଙ୍କ ନିରନ୍ତର ପ୍ରୟାସରେ ଚଳିତ ବର୍ଷ ମେ ୧୧ ତାରିଖରୁ ପୁନର୍ବାର ପ୍ରଶିକ୍ଷଣ ଆରମ୍ଭ କରାଯାଇଥିଲା। ଏହି ପର୍ଯ୍ୟାୟରେ ଆହୁରି ୭ଟି ବ୍ୟାଚ ସଫଳତାର ସହ ସମ୍ପନ୍ନ ହୋଇ ମୋଟ ୧୦ଟି ବ୍ୟାଚରେ ୩୦୦ ଜଣ ଯୁବକ ଓ ଯୁବତୀ ପ୍ରଶିକ୍ଷିତ ହୋଇଛନ୍ତି।

ଲିଙ୍ଗ ସମାନତାକୁ ପ୍ରାଧାନ୍ୟ ଦେଇ ୫ଟି ବ୍ୟାଚ ବାଳକ ଏବଂ ୫ଟି ବ୍ୟାଚ ବାଳିକାଙ୍କ ପାଇଁ ପୃଥକ ଭାବେ ଆୟୋଜନ କରାଯାଇଥିଲା। ପ୍ରଶିକ୍ଷଣରେ ମୌଳିକ ସନ୍ତରଣ କୌଶଳ, ସିପିଆର (CPR) ପ୍ରୟୋଗ, ଜଳ ପ୍ରବାହ ଓ ପରିସ୍ଥିତିର ଆକଳନ, ଏବଂ ସ୍ଥାନୀୟ ଭାବେ ଉପଲବ୍ଧ ସାମଗ୍ରୀକୁ ବ୍ୟବହାର କରି ବୁଡ଼ିଯିବାରୁ ଜୀବନ ରକ୍ଷାର ବିଭିନ୍ନ କୌଶଳ ସମ୍ପର୍କରେ ବ୍ୟବହାରିକ ତାଲିମ ପ୍ରଦାନ କରାଯାଇଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କନ୍ଧମାଳରେ ପ୍ରାଥମିକ ଶିକ୍ଷା ବ୍ୟବସ୍ଥା ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ : ୫ ଟି ଶିକ୍ଷା ଅଧିକାରୀ ପଦବୀ ଖାଲି

ନବରଙ୍ଗପୁର ଜିଲ୍ଲାର କ୍ରୀଡ଼ାବିତ୍ ମାନଙ୍କ ପାଇଁ ” ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର” ଆବେଦନ 

ଚାରି ଦଫା ଦାବି ନେଇ ନିଖିଳ ଓଡିଶା ବିଦ୍ୟୁତ୍ ମଜଦୁର ମହାସଂଘର ଜିଲ୍ଲାପାଳଙ୍କୁ ଦାବୀ ପତ୍ର

Sunil Chandra Nayak

Leave a Comment

error: Content is protected !!