ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ଟାଉନଥାନା ! ଅଜଣା ପିକ୍ଅପ୍ ଭେନ ଧକ୍କାରେ ସ୍କୁଟି ଆରୋହୀ ବାପପୁଅ ଗୁ୍ରୁତର

ରାଇରଙ୍ଗପୁର ଟାଉନଥାନା !

ଅଜଣା ପିକ୍ଅପ୍ ଭେନ ଧକ୍କାରେ ସ୍କୁଟି ଆରୋହୀ ବାପପୁଅ ଗୁ୍ରୁତର

ରାଇରଙ୍ଗପୁର – ୧୧/୦୮ ରାଇରଙ୍ଗପୁର ଟାଉନଥାନା ଅନତି ଦୂର ଦୁର୍ଗାମଣ୍ଡପ- ଗୋଲେଇ ଛକ ମଧ୍ୟରେ ଏକ ସ୍କୁଟିକୁ ପଛରୁ ପିଟିଲା ପିକ୍ଅପ୍ ଭେନ୍।ଘଟଣା ସ୍ଥଳରେ ସ୍କୁଟିରେ ଥିବା ବାପ ପୁଅ ରାସ୍ତାରେ ଛିଟିକି ପଡ଼ିଥିଲେ ।ବାପର ମଥା ମାଡ଼ ହୋଇଥିବାବେଳେ ପୁଅର‌ ହାତ ଭାଙ୍ଗି ଯାଇଥିବା ଅଭିଯୋଗ ହୋଇଛି ।ଅପରପକ୍ଷରେ ପିଖକ୍ ଭେନ୍ ଚାଳକ ମେନ୍ ଧରି ଦୃତ ଗତିରେ ‌ଖସି ପଳାଇଥିଲା ।ସ୍ଥାନୀୟ ଲୋକେ ଗୁରୁତର ବାପ ପୁଅକୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲେ ।ସୂଚନା ଯୋଗ୍ୟ ଆଗକୁ ରଥ ଯାତ୍ରା ଅଳ୍ପଦିନ ବାକି ଅଛି ।ତିରିଂ ବ୍ଳକର ଡାଟା ଅପରେଟିଙ୍ଗ ଅପରେଟର ରାଧା ଗୋବିନ୍ଦ ନାଏକ ତାଙ୍କ ପୁଅ ଅଂଶୁମାନ ନାଏକ ଯିଏକି ରଥଯାତ୍ରା ସାଂସ୍କୃତିକ କମିଟିରେ ନୃତ୍ୟ ପରିବେଷଣ କରିବେ ନୃତ୍ୟ ଅନୁଷ୍ଠାନରୁ ଅଭ୍ୟାସ ନାଚ ସାରି ବାପାଙ୍କ ସହିତ ସ୍କୁଟିରେ ଘରକୁ ଫେରୁଥିବାବେଳେ‌ ଦୁର୍ଘଟଣାର‌ ଶିକାର‌ ହୋଇଥିଲେ ।ଖବର ପାଇ ଯୁବ ସମାଜସେବୀ ରଞ୍ଜନ ପ୍ରଧାନ,ସରକାରୀ ଓକିଲ ମଣ୍ଟୁ ଦାସ,ନୃତ୍ୟ ଗୁରୁ ବିପୁଳ,ବିଜେପି ନେତା କିଶୋର ରଜକ ,ସାମ୍ବାଦିକ ଅକ୍ଷୟ ବିଶ୍ଵାଳ ପ୍ରମୁଖ ପହଞ୍ଚି ଆହତମାନଙ୍କୁ ଚିକିତ୍ସାରେ ସହାୟତା କରିଥିଲେ ।ଶିଶୁ କଳାକାର ଅଂଶୁମାନ ହାତ ଭାଙ୍ଗି ଯାଇଥିବାରୁ ଆଗକୁ ଥିବା ରଥଯାତ୍ରା ସାଂସ୍କୃତିକ କମିଟିରେ ଅଂଶ ଗ୍ରହଣ କରି ନ ପାରିବା ନେଇ ଚିନ୍ତିତ ହେବା ସହ ଦୁଃଖରେ ଭାଙ୍ଗି ପଡିଛନ୍ତି ।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ମସିହା NEWS ର ମହାପ୍ରଭାବ , ଖବର ପ୍ରକାଶ ପରେ, କଙ୍କଡ଼ାହାଡ଼ ସମ୍ମନିତ ଶିଶୁ ବିକାଶ ପ୍ରକଳ୍ପ କାର୍ଯ୍ୟାଳୟ ଅଧିକାରୀଣି ସୋପାନ ଟଙ୍କା ହେରେଫେର ବାବଦରେ ନେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ

Sunil Chandra Nayak

ମୀନା କୁମାରୀ ମୁଣ୍ଡ ଙ୍କ ପ୍ରଥମ ପ୍ରବନ୍ଧ ସଂକଳନ ‘ଅନ୍ଧପୁଟୁଳି’ ଲୋକାର୍ପିତ

Sunil Chandra Nayak

ଶିକ୍ଷା ଦେବା ନାମରେ ଆସି ଧର୍ମାନ୍ତରୀକରଣ କରୁଥିବା ଅଭିଯୋଗ

masiha

Leave a Comment

error: Content is protected !!