ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ରହ୍ମପୁର ଏଲ.ଭି.ପ୍ରସାଦ ମେଡ଼ିକାଲ ତରଫରୁ ଅଟଳ ସେନା ଅନୁକଲ୍ୟ ରେ ମାଗଣା ଚକ୍ଷୁଚିକିତ୍ସା ଶିବିର ଅନୁଷ୍ଠିତ

ବ୍ରହ୍ମପୁର ଏଲ.ଭି.ପ୍ରସାଦ ମେଡ଼ିକାଲ ତରଫରୁ ଅଟଳ ସେନା ଅନୁକଲ୍ୟ ରେ ମାଗଣା ଚକ୍ଷୁଚିକିତ୍ସା ଶିବିର ଅନୁଷ୍ଠିତ 

ବ୍ରହ୍ମପୁର : ୧୨।୦୭।୨୬ ବ୍ରହ୍ମପୁର ନିକଟସ୍ଥ ରଙ୍ଗିପୁର ଗ୍ରାମ ରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଏଲ.ଭି.ପ୍ରସାଦ ମେଡ଼ିକାଲ ତରଫରୁ ଅଟଳ ସେନା ର ଅନୁକୂଲ୍ୟ ରେ ଆୟୋଜିତ ହୋଇଯାଇଥିଲା | ଏଥି ନିମନ୍ତେ ଗ୍ରାମର ତଥା ଅନେକ ବୃଦ୍ଧ ଏବଂ ବୃଦ୍ଧା ବ୍ୟକ୍ତି ମାନେ ନିଜର ସ୍ଵଇଚ୍ଛା ରେ ଆସି ନିଜର ଆଖି ପରୀକ୍ଷା କରିବା ସହ ଡାକ୍ତର ମାନଙ୍କ ପରାମର୍ଶ ଅନୁସାରେ ମାଗଣା ରେ ଚିକିତ୍ସା କରିପାରିବେ ବୋଲି ମେଡ଼ିକାଲ କତୃପକ୍ଷଙ୍କ ତରଫରୁ ସେମାନଙ୍କୁ କୁହା ଯିବା ସହ ସେମାନଙ୍କୁ ନେବା ଆଣିବା ର ବ୍ୟବସ୍ତା ସହ ତାଙ୍କର ରହିବ ଏବଂ ଖାଇବା ର ସଂପୂର୍ଣ ଭାର ମେଡ଼ିକାଲ ଦ୍ୱାରା ମାଗଣା ରେ ପ୍ରଦାନ କରାଯିବ ବୋଲି ମେଡ଼ିକାଲ ତରଫରୁ କୁହାଯାଇଥିଲା | ଅନେକ ବରିଷ୍ଠ ଏବଂ ସ୍ପେସାଲିଷ୍ଟି ଡାକ୍ତର ମାନଙ୍କ ଦ୍ୱାରା ଉନର୍ତ ମାନ ର ଚିକିତ୍ସା ପ୍ରଦାନ କରା ଯିବା ସହ ସମସ୍ତ ପ୍ରକାର ବନ୍ଦବ୍ୟସ୍ତ କରିବା ନେଇ ଶୁଣିବା ପରେ ଲୋକ ମାନେ ମଧ୍ୟ ଅତି ଆନନ୍ଦ ସହକା ରେ ନିଜ ଇଚ୍ଛା ରେ ଆସି ଚକ୍ଷୁ ପରୀକ୍ଷା କରିବାର ଦେଖିବାକୁ ମିଳିଥିଲା | ଏହି ଅବସରରେ ବିଜେପି ନେତା ଅକ୍ଷୟ କୁମାର ମିଶ୍ର , ସୁନୀଲ ପାତ୍ର ଯୋଗ ଦେଇଥିବା ବେଳେ ସେଠାକାର ସ୍ଥାନୀୟ ନେତା ଗଣେଷ ପାତ୍ର ,ଗୁରୁନାଥ ଖୁଣ୍ଟିଆ , ଶମ୍ଭୁ ମିଶ୍ର , ବିଦେଶୀ ଙ୍କ ସମେତ ବହୁତ ମାନ୍ୟଗଣ୍ୟ ବ୍ୟକ୍ତି ମଧ୍ୟ ଉପସ୍ଥିତ ଥିଲେ | ଏଥି ସହିତ ଅଟଳ ସେନା ଯୁବ ବାହିନୀ ର ସମସ୍ତ ସଦସ୍ୟ ମଧ୍ୟ ଯୋଗଦାନ କରି କାର୍ଯ୍ୟକ୍ରମ ଟି କୁ ସୁରୁଖୁରୁ ରେ ପରିଚାଳନା କରିବାର ଦେଖିବାକୁ ମିଳିଥିଲା |

Related posts

କେନ୍ଦ୍ର ଆଦିବାସୀ ବ୍ୟାପାର ଏବଂ ଜଳାଶକ୍ତି ମନ୍ତ୍ରୀ ବିଶେଶ୍ୱର ଟୁଡୁଙ୍କ ଦିନିକିଆ ଢେଙ୍କାନାଳ ଗସ୍ତ

Sunil Chandra Nayak

କୋକସରା ସ୍ୱାସ୍ଥ୍ୟ କେନ୍ଦ୍ର ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କଲେ କାୟକଲ୍ପ ଟିମ

Sunil Chandra Nayak

ପୁଲୱାମା ସହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ର

masiha

Leave a Comment

error: Content is protected !!