ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

ସୀତାଂଶୁ ଜେନା ଙ୍କ କବିତା – ଚାଲିଯିବ ଏକା କରି

ଚାଲିଯିବ ଏକା କରି 

ସୁଭିଲାଣି ଘଣ୍ଟ ଘଣ୍ଟା ନାଦ ଧ୍ୱନି 
ଦଇତା ନିଯୋଗ ନିତି 
ପଣ୍ଡା ପଢିଆରୀ ସେବାରେ ଚଞ୍ଚଳ
ଯାତ ତୋ ପାହିଲେ ରାତି 
ମୋତେ ଏକାକରି ଯିବ ଚାଲି ତୁମେ 
କେଇଟା ସମୟ ବିତି 
ଶୁଭିଲାଣି ଘଣ୍ଟ ଘଣ୍ଟା ନାଦ ଧ୍ୱନି 
ଦଇତା ନିଯୋଗ ନିତି……..
ରଥ ମାନେ ଆସି ହୋଇଲେଣି ଛିଡା 
ମୋ ସିଂହ ଦୁଆରେ ଆସି 
ସଜା ସରିଲାଣି ନନ୍ଦୀଘୋଷ ପୁଣି 
ହେବ ତୁମେ ପରବାସୀ 
ମୋ ଭାଗ୍ୟରେ ଲେଖା ନିରତ ଯାମିନୀ 
ନେବନାହିଁ ତୁମ କତି 
ଶୁଭିଲାଣି ଘଣ୍ଟ ଘଣ୍ଟା ଧ୍ୱନି ତୋର 
ଦଇତା ନିଯୋଗ ନିତି…………
କେମିତିକା ତୁମେ ବୁଝନାହିଁ ମନ 
ବିରହିଣୀ ରମା କଥା 
ସେମିତି ନୀରବ ରହିଛ କାହିଁକି 
ମୋର ଶ୍ୱେତ ପଦ୍ମ ପତା 
ସହିପାରିବିନି ମୁଁଯେ ଏକାକିନୀ 
ନାହିଁ ମୋରଠାରେ ପ୍ରିତି 
ଶୁଭିଲାଣି ଘଣ୍ଟ ଘଣ୍ଟା ଧ୍ୱନି ତୋର 
ଦଇତା ନିଯୋଗ ନିତି………

ସୀତାଂଶୁ ଜେନା

Related posts

ଜାନକୀ ମହାନ୍ତ ଙ୍କ କବିତା = କଳାଜହ୍ନ ର ମହାସ୍ନାନ

ତ୍ରିଲୋଚନ ପାଢୀ ଙ୍କ କବିତା = ପୁରୁଷୋତ୍ତମ ଶ୍ରୀରାମ

Sunil Chandra Nayak

ରଞ୍ଜିତ କୁ ସାହୁ ଙ୍କ କବିତା = ଅସ୍ଥାୟୀ ମନର ସ୍ଥାୟୀ କଳ୍ପନା

Sunil Chandra Nayak

Leave a Comment

error: Content is protected !!