ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ କାନଭାସର ସାତଦିନିଆ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମର ଭବ୍ୟ ସମାପନୀ ଉତ୍ସବ

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟରେ କାନଭାସର ସାତଦିନିଆ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମର ଭବ୍ୟ ସମାପନୀ ଉତ୍ସବ

ରାଉରକେଲା, ଜୁଲାଇ ୨୨: କାନଭାସ ପକ୍ଷରୁ ଆୟୋଜିତ ସାତଦିନିଆ ମେଗା ବୃକ୍ଷରୋପଣ କାର୍ଯ୍ୟକ୍ରମ ଆଜି ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ଭବ୍ୟ ସମାପନୀ ଉତ୍ସବ ସଫଳତାର ସହ ଶେଷ ହୋଇଛି। ଜୁଲାଇ ୧୫ରୁ ୨୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା ଏହି କାର୍ଯ୍ୟକ୍ରମର ପ୍ରଥମ ଦିନ କାନଭାସ ପରିବାରର ସମସ୍ତ ସଦସ୍ୟ ନିଜ ଘରେ ବୃକ୍ଷ ରୋପଣ କରି ସାମାଜିକ ଗଣ ମାଧ୍ୟମ ରେ ପୋଷ୍ଟ କରିଥିଲେ, ଅନ୍ୟ ଦିନ ଗୁଡ଼ିକରେ ଛେଣ୍ଡ୍, କୋଏଲ ନଗର, ସେକ୍ଟର ୧୮, ସେକ୍ଟର ୯, ଉଦିତ ନଗର, ଡିଜେଲ କଲୋନିରେ ରେ ବୃକ୍ଷ ରୋପଣ କରାଯାଇଥିଲା। ଏହି ବୃକ୍ଷରୋପଣ ଓ ପରିବେଶ ସୁରକ୍ଷା ଅଭିଯାନରେ ଛାତ୍ରଛାତ୍ରୀ, ବିଶିଷ୍ଟ ବ୍ୟକ୍ତିବର୍ଗ, ସମାଜସେବୀ, ପରିବେଶପ୍ରେମୀ ଏବଂ ସାଧାରଣ ଜନସାଧାରଣଙ୍କ ଉତ୍ସାହପୂର୍ଣ୍ଣ ସହଭାଗିତା ଦେଖିବାକୁ ମିଳିଥିଲା।

ସରକାରୀ ସ୍ଵଂୟ ଶାସିତ ମହାବିଦ୍ୟାଳୟ ଠାରେ ଆୟୋଜିତ ସମାପାନୀ ଉତ୍ସବରେ ମୁଖ୍ୟ ଅତିଥିଭାବେ ମହାବିଦ୍ୟାଳୟର ଅଧ୍ୟକ୍ଷା ଡଃ ସସ୍ମିତା ସାମଲ ଓ ବିଶିଷ୍ଟ ଅତିଥି ରୂପେ ଉଦିତ ନଗର ଜଗନ୍ନାଥ ମନ୍ଦିରର ସମ୍ପାଦକ ବିଜୟ ପ୍ରଧାନ ଜନସେବା ର ସଭାପତି ପ୍ରକାଶ ମହାନ୍ତି, ଚାଟାର୍ଡ ଆକାଉଣ୍ଟାଣ୍ଟ ରାଜ କିଶୋର ସାହୁ , ସମାଜସେବୀ ସମୀର ଭୋଇ,ସୁଶାନ୍ତ ପ୍ରଧାନ,ରୋଶନ ସାହୁ, କମଲେଶ ଶାହା,ରମେଶ ଅଗ୍ରୱାଲ, ଅନିଲ ମହାନନ୍ଦିଆ, ରଞ୍ଜିତ ନାୟକ, ନିରୁପମା ବଳିୟାର ସିଂହ, ଭବାନୀ କବି ଯୋଗ ଦେଇଥିଲେ।

ଅତିଥିମାନେ କାନଭାସର ଏହି ସାତଦିନିଆ ବୃକ୍ଷରୋପଣ ଅଭିଯାନକୁ ଭୂୟସୀ ପ୍ରଶଂସା କରିବା ରାଉରକେଲା ରେ ଏହି ଭଳି ପଦକ୍ଷେପ ବିଭିନ୍ନ ମହଲରେ ଆଦୃତ ହୋଇଛି ଯାହା ପରିବେଶ ସୁରକ୍ଷା ଓ ସଚେତନତା ସୃଷ୍ଟି କ୍ଷେତ୍ରରେ ଏକ ପରିବର୍ତ୍ତନ ଆଣିବ ବୋଲି ମତ ପ୍ରକାଶ କରିଥିଲେ। ଭବିଷ୍ୟତ ପିଢ଼ି ପାଇଁ ସବୁଜ ଓ ସୁସ୍ଥ ପରିବେଶ ଗଠନରେ ବୃକ୍ଷରୋପଣର ଆବଶ୍ୟକତା ଉପରେ ସେମାନେ ଜୋର ଦେଇଥିଲେ। ଲଲାଟେନ୍ଦୁ ଚୌଧୁରୀ ଧନ୍ୟବାଦ୍ ଅର୍ପଣ କରିଥିଲେ।

ଆଜିର କାର୍ଯ୍ୟକ୍ରମକୁ ସଂଗ୍ରାମ ଶ୍ରୀଚନ୍ଦନ,ଲଲାଟେନ୍ଦୁ ଚୌଧୁରୀ, ହିରଣ୍ୟ ପ୍ରସାଦ ସାହୁ, ହିରୋଜ ରାୟ, ରନ୍ଧିର ଲେଙ୍କା ଓ ଦିଲ୍ଲୀପ ଦାସ ସଫଳତାର ସହ ଆୟୋଜନ କରାଇଥିଲେ ଓ ସୁଶ୍ରୀ ମୋନାଲିସା ସାହୁ ମଞ୍ଚ ପରିଚାଳନା କରିଥିଲେ।ରାଉରକେଲାର ବିଭିନ୍ନ ସ୍ଥାନରେ ଆୟୋଜିତ ଏହି ସାତଦିନିଆ ବୃକ୍ଷରୋପଣ ଅଭିଯାନକୁ ବିଭିନ୍ନ ଶିକ୍ଷାନୁଷ୍ଠାନ, ସାମାଜିକ ସଂଗଠନ, ସ୍ୱେଚ୍ଛାସେବୀ ଓ ସ୍ଥାନୀୟ ଜନସାଧାରଣଙ୍କ ବ୍ୟାପକ ସମର୍ଥନ ମିଳିଥିଲା। ଏହି ଉଦ୍ୟମ କେବଳ ପରିବେଶ ସଚେତନତା ବୃଦ୍ଧି କରିନାହିଁ, ବରଂ ସମସ୍ତଙ୍କୁ ପରିବେଶ ସୁରକ୍ଷା ଦିଗରେ ସକ୍ରିୟ ଭାବେ ଆଗେଇ ଆସିବାକୁ ପ୍ରେରଣା ଯୋଗାଇଛି।

ଏହି ଭବ୍ୟ ପରିବେଶ ସୁରକ୍ଷା ଅଭିଯାନର ସଫଳ ସମାପନ ସହ କାନଭାସ ପରିବେଶ ସୁରକ୍ଷା ପ୍ରତି ନିଜର ଦୃଢ଼ ପ୍ରତିବଦ୍ଧତାକୁ ପୁନର୍ବ୍ୟକ୍ତ କରିଛି ଏବଂ ସମସ୍ତ ନାଗରିକଙ୍କୁ ଅଧିକରୁ ଅଧିକ ଗଛ ଲଗାଇ ତାହାର ଯତ୍ନ ନେବାକୁ ଆହ୍ୱାନ କରିଛି। ଆବାହକ ସୁରେଶ ଚନ୍ଦ୍ର ପ୍ରଧାନ କାନଭାସ ପ୍ରତି ରାଉରକେଲା ରେ ଯେପରି ଜନସମର୍ଥନ ମିଳୁଛି ଓ ସାଧାରଣ ରେ ବିଶ୍ୱାସଭାଜନ ହୋଇପାରିଛି ସେଥିପାଇଁ ସେ କାନଭାସ ର ସଭାପତି ନଚିକେତା ମହାପାତ୍ର, ସାଂଗଠନିକ ସମ୍ପାଦକ ପ୍ରଶାନ୍ତ ନାୟକ, ରଜତ ଜେନା, କାର୍ଯ୍ୟାଳୟ ସମ୍ପାଦକ ଅଜୟ ମହାନ୍ତି,କୋଷାଧକ୍ଷ ପ୍ରମୋଦ ସାମଲ ଓ ସମସ୍ତ ସଭ୍ୟ, ଶୁଭେଛୁମାନଙ୍କୁ ସାଧୁବାଦ ଜଣାଇଛନ୍ତି ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଗଣିତ ବିଜ୍ଞାନ ଅଲିମ୍ପିଆଡେ ଉତ୍ସବ ପାଳିତ

masiha

ଭବାନୀପାଟଣା ସ୍ଥିତ ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟରେ ବାର୍ଷିକ ଉତ୍ସବ “ପ୍ରାରମ୍ଭ ୨୦୨୫” ଅନୁଷ୍ଠିତ

masiha

ଆଜି ପ୍ରବାଦପୁରୁଷ ବିଜୁବାବୁଙ୍କ ୧୦୮ ତମ ଜନ୍ମ ଜୟନ୍ତୀ ପାଳନ ସମାରୋହ

masiha

Leave a Comment

error: Content is protected !!