ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସିନାପାଲିରେ ଶ୍ରୀଜିଉଙ୍କ ସୁନାବେଶ‐  ଅଧରପଣା ପରେ ନୀଳାଦ୍ରି ବିଜେ ନୀତି ସଂପନ୍ନ 

ସିନାପାଲିରେ ଶ୍ରୀଜିଉଙ୍କ ସୁନାବେଶ‐ 

ଅଧରପଣା ପରେ ନୀଳାଦ୍ରି ବିଜେ ନୀତି ସଂପନ୍ନ 

ସିନାପାଲି:୨୪/୦୭- ଗତକାଲି ଶ୍ରୀଜିଉଙ୍କ ବାହୁଡ଼ା ଯାତ୍ରା ପରେ ଆଜି ଶନିବାର ପୂର୍ବାହ୍ଣରେ ସିନାପାଲି ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରେ ରଥାରୂଢ଼ ଚତୁର୍ଦ୍ଧା ମୂର୍ତ୍ତିଙ୍କ ବିରଳ ସୁନାବେଶ ଅନୁଷ୍ଠିତ ହୋଇଛି l ପରମ୍ପରା ଅନୁଯାୟୀ ମନ୍ଦିର ସେବାୟତଙ୍କ ଦ୍ୱାରା ବଳଭଦ୍ର, ସୁଭଦ୍ରା ଓ ପ୍ରଭୁ ଜଗନ୍ନାଥଙ୍କୁ ସୁନା ଏବଂ ରୂପା ତିଆରି କିରୀଟି, ଓଢ଼ିଆଣୀ, ଶ୍ରୀଭୁଜ, ଶ୍ରୀପୟର, ମାଳି, କମରପଟି, ଚକ୍ର, କୁଣ୍ତଳ ଆଦି ଅଲଙ୍କାରରେ ସୁସଜ୍ଜିତ କରାଯାଇଥିଲା l ଏହା ପରେ ଅପରାହ୍ଣରେ ତିନି ରଥ ଉପରେ ଅଧରପଣା ନୀତି କରାଯାଇ ସଂଧ୍ଯାରେ ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ସହ ଏବର୍ଷର ନବଦିନାତ୍ମକ ଯାତ୍ରା ସଂପନ୍ନ କରାଯାଇଥିଲା l ଶ୍ରୀଜୀଉଙ୍କ ଏସବୁ ନୀତି ଦେଖିବାକୁ ମନ୍ଦିର ନିକଟରେ ଭକ୍ତଙ୍କ ଭିଡ ଦେଖିବାକୁ ମିଳିଥିଲା l ଗତକାଲି ବାହୁଡ଼ାରେ ମହାପ୍ରଭୁଙ୍କ ରଥ ଜଗନ୍ନାଥ ମନ୍ଦିର ନିକଟରେ ପହଂଚିଲା ପରେ ସାମୁହିକ ନୂଆଖାଇ ଭେଟଘାଟ ପରିବାର ତରଫରୁ ଭଜନ ସମାରୋହ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା l ସୂଚନାଯୋଗ୍ଯ ଯେ, ୨୦୧୩ରେ ସିନାପାଲିରେ ଭବ୍ଯ ଜଗନ୍ନାଥ ମନ୍ଦିର ନିର୍ମାଣ ପରେ ପୁରୀ ଗଜପତି ମହାରାଜଙ୍କ ପରାମର୍ଶରେ ଏଠାରେ ପ୍ରତିବର୍ଷ ଶ୍ରୀଜିଉଙ୍କ ସୁନାବେଶ ସହ ପ୍ରାୟ ସମସ୍ତ ରୀତିନୀତି ଅନୁଷ୍ଠିତ ହେଉଛି l

Related posts

ମୋକିଆରେ ନୂତନ ରଥ କାଠ ଅନୁକୂଳ

Sunil Chandra Nayak

ସିଦ୍ଧି ବିନାୟକ ୟୁଥ୍ କ୍ଲବ୍ ପକ୍ଷରୁ ଶ୍ରୀ ଗଣେଶ ପୂଜା

Sunil Chandra Nayak

ମହିଳା ସଂକୀର୍ତ୍ତନ ଦଳଙ୍କର ଲୋକପ୍ରିୟତା ବଢ଼ିବାରେ ଲାଗିଛି

Sunil Chandra Nayak

Leave a Comment

error: Content is protected !!