ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଯଦୁନାଥ ଦାସ ଥିଲେ ସେବା ଓ ତ୍ୟାଗର ମୂର୍ତ୍ତିମନ୍ତ ପ୍ରତୀକ……..

ସମାଜ ସେବୀ ଯଦୁନାଥ ଦାସଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ପାଳିତ

ରାଉରକେଲା/ ପ୍ରାରମ୍ଭିକ ଜୀବନରେ ବହୁ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ମଧ୍ୟ ନିଜର ଅଦମ୍ୟ ପ୍ରଚେଷ୍ଟା ତଥା ଦୃଢ଼ ମନୋବଳ ଯୋଗୁଁ ଯଦୁନାଥ ଦାସ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିଲେ। ମାତ୍ର ତାଙ୍କର ସଫଳତାର ସ୍ବାଦ କେବଳ ନିଜ ପାଇଁ ନୁହେଁ, ବରଂ ସମାଜର ଗରିବ ଅସହାୟ ଲୋକଙ୍କ ମଧ୍ୟରେ ବାଣ୍ଟି ଦେଇଥିଲେ। ଶିକ୍ଷକତାକୁ ବୃତ୍ତି ଭାବରେ ଆପଣେଇବା ସହ ଶିକ୍ଷାର ସର୍ବୋଚ୍ଚ ଡିଗ୍ରୀ ହାସଲ କରିଥିଲେ । ଅବସର ଗ୍ରହଣ ପରେ ସେ ସମାଜ ସେବା ତଥା ଯୋଗଗୁରୁ ରାମଦେବଙ୍କ ପତଞ୍ଜଳୀ ଯୋଗର ପ୍ରଚାର ପ୍ରସାରରେ ମନୋନିବେଶ କରି ଭାରତ ସ୍ବାଭିମାନ ଟ୍ରଷ୍ଟ, ଓଡ଼ିଶାର ସହ ପ୍ରଭାରୀ ଦାୟିତ୍ଵ ନିର୍ବାହ କରିଥିଲେ। ରାଉରକେଲାର ଅଗ୍ରଣୀ ସାମାଜିକ- ସାଂସ୍କୃତିକ ଅନୁଷ୍ଠାନ ‘ବାସୁଦେବପୁର ଜନକଲ୍ୟାଣ ପରିଷଦର ପ୍ରତିଷ୍ଠାତା ସଭାପତି ତଥା ରାଉରକେଲା ଇସ୍ପାତ କାରଖାନା ଅବସରପ୍ରାପ୍ତ ଶିକ୍ଷକ ସଂଘର ସଭାପତି ଦାୟିତ୍ୱ ଅତ୍ୟନ୍ତ ସୁଚାରୁରୂପେ ସମ୍ପାଦନ କରିବା ସହ ‘ସହାୟତା’ ନାମକ ଏକ ଟ୍ରଷ୍ଟ ଗଠନ କରି ଓଡ଼ିଶାର କୋଣ ଅନୁକୋଣରେ ଦୁଃସ୍ଥିତି ପ୍ରପୀଡ଼ିତ ଲୋକଙ୍କୁ ଆର୍ଥିକ ସହାୟତାର ହାତ ବଢେ଼ଇ ଥିଲେ। ସ୍ବର୍ଗତ ଦାସ ଆଚରଣ ଓ ଉଚ୍ଚାରଣ ର ସମନ୍ବୟ ରକ୍ଷା କରିଥିଲେ ବୋଲି ବକ୍ତାମାନେ ତାଙ୍କ ସ୍ମୃତି ଚାରଣ ସଭାରେ ମତବ୍ଯକ୍ତ କରିଥିଲେ। ଏପରି ଜଣେ ମହାନୁଭବଙ୍କ ପ୍ରଥମ ଶ୍ରାଦ୍ଧବାର୍ଷିକୀ ଅବସରରେ ଅବସରପ୍ରାପ୍ତ ଶିକ୍ଷକ ସଂଘର ସାଧାରଣ ସଂପାଦକ ଅନ୍ତର୍ଯ୍ୟାମୀ ସାହୁଙ୍କ ସଭାପତିତ୍ବରେ ଛେଣ୍ଡ୍ କଲୋନୀ ସ୍ଥିତ ଆହୂତି ଭବନ ପରିସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ମୁଖ୍ୟ ଅତିଥି ଭାରତ ସ୍ବାଭିମାନ ଟ୍ରଷ୍ଟ୍ ର ପ୍ରଭାରୀ ସୁଧାଂଶୁ ଶେଖର ଅଧିକାରୀ, ସମ୍ମାନିତ ଅତିଥି ଆଚାର୍ଯ୍ୟ ଡ. ସୁଦର୍ଶନ ଦେବ, ବାସୁଦେବପୁର ବ୍ଳକ୍ ଜଗନ୍ନାଥପୁର ପଞ୍ଚାୟତର ପୂର୍ବତନ ସରପଂଚ ଘନଶ୍ୟାମ ବେହେରା ଏବଂ ବାସୁଦେବପୁର ଜନକଲ୍ୟାଣ ପରିଷଦ, ରାଉରକେଲାର ସାଧାରଣ ସଂପାଦକ ଲକ୍ଷ୍ମଣ ନାଥ ଦାସ, , ମୁଖ୍ୟବକ୍ତା ଭାବେ ହୃଷୀକେଶ ରାୟ ମହାବିଦ୍ୟାଳୟର ଅଧ୍ୟକ୍ଷ ଭବେଶ ଚନ୍ଦ୍ର ସାହୁ, ଧାମରା ସଂଘ ତଥା ଉତ୍କଳ ସମ୍ମିଳନୀ,ରାଉରକେଲା ଶାଖାର ସାଧାରଣ ସମ୍ପାଦକ ଅକ୍ଷୟ ଦାସ, ଅବସରପ୍ରାପ୍ତ ଶିକ୍ଷକ ସୋମନାଥ ଲେଙ୍କା, ଧୃବ ଚରଣ ଲେଙ୍କା, ଉଦୟ କୁମାର ସାହୁ, କନ୍ୟା ଡଃ ସୁଜାତା ଦାସ ପ୍ରମୁଖ ସ୍ମୃତି ଚାରଣ ଅବସରରେ ସ୍ବର୍ଗତ ଦାସଙ୍କ ବହୁମୁଖୀ ପ୍ରତିଭାର ଅବତାରଣା କରିଥିଲେ। ସଭା ପ୍ରାରମ୍ଭରେ ଆଚାର୍ଯ୍ୟ ଡ. ସୁଦର୍ଶନ ଦେବଙ୍କ ପୌରୋହିତ୍ୟରେ ଏକ ଶାନ୍ତିଯଜ୍ଞ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ସ୍ବର୍ଗତ ଦାସଙ୍କ ଦୁଇ ପୁତ୍ର ଜୀବନ ଏବଂ ଦେବାଶିଷ, ପୁତ୍ରବଧୂ ଶୁଭଶ୍ରୀ ଏବଂ ଦେବବତୀ ପ୍ରମୁଖ ପୂର୍ଣ୍ଣାହୁତି ଦେଇଥିଲେ। ଏହି ଅବସରରେ ସ୍ବର୍ଗତ ଦାସଙ୍କ ନିଜସ୍ଵ କିଛି ଲେଖା ସହ ବିଭିନ୍ନ ବ୍ୟକ୍ତିଙ୍କ ସ୍ମୃତି ଆଲେଖ୍ୟକୁ ନେଇ ପତ୍ନୀ କୌଶଲ୍ୟା ଦାସଙ୍କ ସଂପାଦନାରେ ଏକ ସ୍ମରଣିକା ଅତିଥି ମାନଙ୍କ ଦ୍ଵାରା ଲୋକାର୍ପିତ ହୋଇଥିଲା। ଡ. ପ୍ରଭାକର ରାଉତ ସ୍ବାଗତ ଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। ମଂଞ୍ଚ ସଂଚାଳନ ପ୍ରକାଶ ଚନ୍ଦ୍ର ତ୍ରିପାଠୀ କରିଥିବାବେଳେ ଉଦୟ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।

ଏହି ଅବସରରେ ‘ସହାୟତା’ ଟ୍ରଷ୍ଟ ପକ୍ଷରୁ ରୋଗାକ୍ରାନ୍ତ ତ୍ରୈଲୋକ୍ୟ ଜେନାଙ୍କ ଚିକିତ୍ସା ପାଇଁ ମିହିର କୁମାର ମହାନ୍ତି ପନ୍ଦର ହଜାର ଟଙ୍କା ପ୍ରଦାନ କରିଥିଲେ। ଏହି ସମସ୍ତ କାର୍ଯ୍ୟ କ୍ରମରେ ଜୟମାଳା ଦାସ, ଜୟନ୍ତୀ ଦାସ, ମଧୁସୂଦନ ବଳ, ବସନ୍ତ କୁମାର ବେହେରା, ବିଶ୍ବନାଥ ସାହୁ, ଯଶୋବନ୍ତ ନାରାୟଣ ଦାସ, ଗଗନ ବିହାରୀ ରାଉତ, କୁମୁଦିନୀ ଜେନା, କୃପାସିନ୍ଧୁ ପାଣି, ରତ୍ନାକର ଜେନା, ମନୋରଞ୍ଜନ ମହାନ୍ତି ପ୍ରମୁଖ ସହାୟତା କରିଥିବା ବେଳେ, ବାସୁଦେବପୁର ଜନକଲ୍ୟାଣ ପରିଷଦ, ଇସ୍ପାତ କାରଖାନା ଅବସରପ୍ରାପ୍ତ ଶିକ୍ଷକ ସଂଘ, ଧାମରା ସଂଘ ଏବଂ ପତଞ୍ଜଳୀ ଯୋଗ ପରିବାରର ସଦସ୍ୟ ମାନଙ୍କ ସହ ବହୁ ସଂଖ୍ୟକ ନିମନ୍ତ୍ରିତ ଅତିଥି ଯୋଗ ଦେଇଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଅନୁସୂଚିତ ଜନଜାତି/ଜାତି,ମହୁଲଡିହା, ରାଇରଙ୍ଗପୁର ପରିସରରେ ଅଭିଭାବକ – ଶିକ୍ଷକ ସମ୍ମିଳନୀ

Sunil Chandra Nayak

ସରୋଜ କୁମାର ସାହୁ ଙ୍କ କବିତା ସାଧବ ବୋହୂ

Sunil Chandra Nayak

କଳିଙ୍ଗ ବୈଶ୍ୟ ସମାଜ ସଙ୍ଘ ପକ୍ଷରୁ ନବରଙ୍ଗପୁର ଜିଲ୍ଲା ପ୍ରସିଦ୍ଧ ଶୈବପିଠ ସଫେଇ ଓ ଉନ୍ନତୀକରଣ କାର୍ଯ୍ୟ

Sunil Chandra Nayak

Leave a Comment

error: Content is protected !!