ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିହାରୀ ଦଲାଲ ଙ୍କ କବଜ୍ଜାରେ ତିନି ଓଡ଼ିଆ ଝିଅ କୁ ଓଡ଼ିଶା ଫେରାଇ ଆଣିବାକୁ ବ୍ଲକ୍ ଅଧ୍ୟକ୍ଷା ଙ୍କ ଦୃଢ଼ ପଦକ୍ଷେପ 

 ଢେଙ୍କାନାଳ: ତା ୧୭.୦୫.୨୦୨୨ ଆଜି ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷା ସସ୍ମିତାରାଣୀ ନାୟକ ଖଲିବୋରେଇ ଗ୍ରାମ ପଞ୍ଚାୟତର ବିମ୍ବରୀ ଗ୍ରାମକୁୁ ଗସ୍ଥ ରେ ଯାଇ ସେଇ ଗ୍ରାମ ର ତିନି ପୀଡ଼ିତାଙ୍କ ପରିବାର ସହ ସବିଶେଷ ଆଲୋଚନା କରିଥିଲେ ।ଏଠାରେ ସୂଚନାଯୋଗ୍ୟ ଯେ ସେହି ଗ୍ରାମ ରୁ ତିନି ଜଣ ଯୁବତିଙ୍କୁ କିଛି ଦଲାଲ୍ କାମ ଦେବା ନାଆଁ ରେ ବିଭିନ୍ନ ପ୍ରଲୋଭନ ଦେଖାଇ ବିହାର୍ ରେ ବିକ୍ରି କରିଦେଇଥିଲେ କିନ୍ତୁ କୌଶଳ କ୍ରମେ ସେମାନେ ଦଲାଲ୍ ମାନଙ୍କ କବଳରୁ ଲୁଚି ପଳେଇ ଆସି କିଛି ସ୍ବେଚ୍ଛାସେବୀ ଅନୁଷ୍ଠାନ ଙ୍କ ଆଶ୍ରୟ ନେଇଛନ୍ତି | ବ୍ଲକ୍ ଅଧ୍ୟକ୍ଷା ଏହି ବିଷୟରେ ପୀଡ଼ିତା ଙ୍କ ପରିବାର ଠାରୁ କିଛି ତଥ୍ଯ ସଂଗ୍ରହ କରି ରାସୋଳ ଥାନାକୁ ଯାଇ ଥାନା ଅଧିକାରି ଶ୍ରୀଯୁକ୍ତ ବିଜୟ ହାଇବ୍ରୁ ଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ତତ୍ ସହିତ ସେମାନଙ୍କୁ ଓଡିଶା ସରକାର ଓ ଜିଲ୍ଲା ପ୍ରଶାସନ ଙ୍କ ହେପାଜତରେ ନିରାପଦ ଓ ସୁରକ୍ଷିତ ଅବସ୍ଥା ରେ କିପରି ଓଡ଼ିଶା ଫେରାଇ ଅଣାଯିବ ସେ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରିଥିଲେ | ତତ୍ ସହିତ ଏ ସଂପର୍କରେ ଉପ ଜିଲ୍ଲାପାଳ ଶ୍ରୀଯୁକ୍ତ ଉଦୟନାଥ ମହାପାତ୍ର ଙ୍କୁ ଅବଗତ କରାଇ ଥିଲେ |

 ଢେଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁରରେ ଦୁଇ ଦିବସୀୟ ବାମନଘାଟୀ ଫୁଟବଲ ଚମ୍ପିୟାନ ସିପ୍ ୨୦୨୨/୨୩ ରେ ହେମ୍ବ୍ରମ ଫୁଟବଲ କ୍ଲବ ବଡବାଇକଳା ଫୁଟବଲ ଟିମକୁ ହରାଇ ଚମ୍ପିୟାନ

Sunil Chandra Nayak

ଜନ ରଞ୍ଜନ ପ୍ରଧାନ ଙ୍କ କଳିକା

Sunil Chandra Nayak

ମାନସିକ ଭିନ୍ନକ୍ଷମ ମହିଳାଙ୍କୁ ଆବାସ ଯୋଗାଇବା ପାଇଁ ଜିଲ୍ଲାପାଳଙ୍କୁ ଦରଖାସ୍ତ

Sunil Chandra Nayak

Leave a Comment

error: Content is protected !!