ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡାରେ ଅକାଳ ରେ ଚାଲିଗଲା ନାଁ ବାଳିକାଙ୍କ ଜୀବନ, ମୃତ୍ୟୁ ପରେ ବି ଶବକୁ ମିଳିପାରିଲା ନାହିଁ ସମ୍ମାନ,

ସାପ କାମୁଡାରେ ଅକାଳ ରେ ଚାଲିଗଲା ନାଁ ବାଳିକାଙ୍କ ଜୀବନ, ମୃତ୍ୟୁ ପରେ ବି ଶବକୁ ମିଳିପାରିଲା ନାହିଁ ସମ୍ମାନ,

 ମୃତ ପରିବାର ଙ୍କ ନିକଟକୁ ପହଞ୍ଚିଲା ମଧୁ ମହାନ୍ତି ଙ୍କ ଏକ ପ୍ରତିନିଧି ଦଳ

ଥୁଆମୁଳ ରାମପୁର:୦୬/୦୮ – (ମନିସ) :- ସରକାରଙ୍କ ସ୍ବାସ୍ଥ୍ୟ ସେବା ବ୍ଯବସ୍ଥାରେ ଅବ୍ଯବସ୍ଥା ଦେଖାଦେଇଛି ଯାହାକି ମୃତ୍ୟୁ ପରେ ମଧ୍ୟ ଶବକୁ ମିଳିପାରିଲାନାହିଁ ଉଚିତ୍ ଭାବରେ ସମ୍ମାନ। ଜଣେ ନାଁ ବାଳିକାଙ୍କ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଧରି ଡାକ୍ତରଖାନା ରୁ ଡାକ୍ତରଖାନା ଘୁରିବୁଲିଲେ ପରିବାର ଲୋକେ,ଏହି ଅଭାବନୀୟ ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରିବା ସହିତ ମର୍ମାହତ ଘଟଣାକୁ ନେଇ ଅଞ୍ଚଳରେ ଚହଳ ସୃଷ୍ଟି କରିଥିବା ଜଣାପଡ଼ିଛି। କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଥାନା ଅଧିନରେ ଥିବା ସିନ୍ଧିପଦର ପଞ୍ଚାୟତ ବାର୍ଷିକୋନା ଗାଁର କାଳିଆ ମାଝୀଙ୍କ ୧୬ ବର୍ଷୀୟା ଝିଅ ମାଧୁରୀ କୁ ଗତ ଗୁରୁବାର ଦିନ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା। ଶୁକ୍ରବାର ସକାଳେ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ତୁରନ୍ତ କଲମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ହେଲେ ସେଠାରେ କର୍ତ୍ତବ୍ୟରତ ଡାକ୍ତର ମାଧୁରୀଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ଥୁଆମୂଳ ରାମପୁର ପୋଲିସ ହସ୍ପିଟାଲରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ଶବ ବ୍ୟବଚ୍ଛେଦ ପାଇଁ ମୃତଦେହକୁ ଥୁଆମୂଳ ରାମପୁର ହସ୍ପିଟାଲକୁ ନେଇଥିଲା। କିନ୍ତୁ ବିଡ଼ମ୍ବନାର ବିଷୟ ସେଠାରେ ମଧ୍ୟ ମୃତ ମାଧୁରୀ ର ଶବ ବ୍ୟବଚ୍ଛେଦ ହୋଇପାରିଲା ନାହିଁ । ଅପରପକ୍ଷରେ କଲମପୁର ହସ୍ପିଟାଲରେ ମଧ୍ୟ ଶବ ବ୍ୟବଚ୍ଛେଦ କରିବା ପାଇଁ ସୁବିଧା ନଥିବାକାରଣ ରୁ ଶେଷରେ ପରିବାର ଲୋକେ ମୃତଦେହକୁ ଜୟପାଟଣା ହସ୍ପିଟାଲକୁ ନେଇଥିଲେ, ହେଲେ ସେଠାରେ ହିଁ ଶବ ବ୍ୟବଚ୍ଛେଦ କରାଯାଇଥିଲା। ଶବ ବ୍ୟବଚ୍ଛେଦ ପାଇଁ ଗରିବ ସରଳ ନିରୀହ ଆଦିବାସୀ ପରିବାରକୁ ଦୀର୍ଘ ୩୬ ଘଣ୍ଟା କାଳ ସଂଘର୍ଶ କରିବାକୁ ପଡ଼ିଥିଲା। ଏକ ସାଧାରଣ ପୋଷ୍ଟମୋର୍ଟମ ପାଇଁ ୩ ଟି ଡାକ୍ତରଖାନା ଘୁରି ବୁଲିବାକୁ ପଡ଼ିବା ଘଟଣା ଏହି ସ୍ବାସ୍ଥ୍ୟ ବ୍ୟବସ୍ଥାର ଅସଲ ଚେହେରାକୁ ପଦାରେ ପକାଇଦେଇଛି। ଏହି ମର୍ମାହତ ଘଟଣା କୁ ଶୁଣିବା ପରେ ଶ୍ରୀ ମଧୁ ମହାନ୍ତି ଙ୍କ ନିର୍ଦ୍ଦେଶକ୍ରମେ ତାଙ୍କର ଏକ ପ୍ରତିନିଧି ଦଳ ବାର୍ଷିକୋନା ଗାଁ ରେ ପହଞ୍ଚି ଅକାଳରେ ଚାଲି ଯାଇଥିବା ନିରୀହ ଶୋକାକୂଳ ମୃତ ନାବାଳିକା ମାଧୁରୀ ଙ୍କ ପରିବାର ଙ୍କୁ ସାକ୍ଷାତ କରି ଶାନ୍ତ୍ବନା ଦେବା ସହ କିଛି ଆର୍ଥିକ ସହାୟତା ରାଶି ମଧ୍ୟ ପ୍ରଦାନ କରିଥିବା ଜଣାପଡିଛି।

ଥୁଆମୁଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଜନଗରରେ ହର ଘର ତ୍ରୀରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ଭୁବନେଶ୍ୱରରେ ସମ୍ମାନିତ ହେଲେ ଖଇରା ବ୍ଲକ୍ ସମାଜସେବୀ

masiha

ଆସନ୍ତା ମହିଳା ଦିବସ ଉପଲକ୍ଷେ ଲେଡିଲାୟନ ର ଖେଳ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!