ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଆଦିବାସୀ ଅଧିଷ୍ୟୁତ ଗ୍ରାମ ପଞ୍ଚାୟତ ଖଳିଆପାଲି ପଞ୍ଚାୟତରେ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ ପକ୍ଷରୁ ସହାୟତା: ୮୨୦ ଜଣଙ୍କୁ ଛତା ଓ ଚପଲ ବଣ୍ଟନ

ବିଶ୍ୱ ଆଦିବାସୀ ଦିବସ ଉପଲକ୍ଷେ ଆଦିବାସୀ ଅଧିଷ୍ୟୁତ ଗ୍ରାମ ପଞ୍ଚାୟତ ଖଳିଆପାଲି ପଞ୍ଚାୟତରେ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ ପକ୍ଷରୁ ସହାୟତା: ୮୨୦ ଜଣଙ୍କୁ ଛତା ଓ ଚପଲ ବଣ୍ଟନ

ଗୋଲାମୁଣ୍ଡା,୯।୮( ମ ନି ସ ):  କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ଖଳିଆପାଲି ଗ୍ରାମପଞ୍ଚାୟତରେ ଏକ ମହତ ସେବା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଧାନ ମଣ୍ଡିଠାରେ ‘ବିନ୍ଦୁମିନା ସେବା ଫାଉଣ୍ଡେସନ’ ପକ୍ଷରୁ ଅସହାୟ  ଲୋକଙ୍କୁ ମାଗଣାରେ ସହାୟତା ପ୍ରଦାନ କରାଯାଇଛି।ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ପ୍ରାୟ ୮୨୦ ଜଣ ଅସହାୟ ବୃଦ୍ଧ, ବୃଦ୍ଧା, ବିଧବା ଓ ଦିବ୍ୟାଙ୍ଗ ମାନଙ୍କୁ ମାଗଣାରେ ଛତା ଏବଂ ଚପଲ ବଣ୍ଟନ କରାଯାଇଛି। ବିନ୍ଦୁମିନା ସେବା ଫାଉଣ୍ଡେସନର ଅଧ୍ୟକ୍ଷ ତଥା ଗୋଲାମୁଣ୍ଡା ବ୍ଲକ ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ଏହି କାର୍ଯ୍ୟକ୍ରମରେ ନିଜେ ଉପସ୍ଥିତ ରହି ଏହି ସାମଗ୍ରୀଗୁଡ଼ିକ ବଣ୍ଟନ କରିଥିଲେ। ବିତରଣ କାର୍ଯ୍ୟକ୍ରମରେ ଫାଉଣ୍ଡେସନର ଅଧ୍ୟକ୍ଷ ବିନ୍ଦୁ ମହାନନ୍ଦ ନିଜେ ଯୋଗଦାନ କରି ଗରିବ ଓ ଅସହାୟ ଲୋକଙ୍କ ସେବା କରିବା ସଂଗଠନର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିଥିଲେ । ଏହି ବଣ୍ଟନ କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବରେ ବରିଷ୍ଠ ବିଜେପି ନେତା ମନୋଜ ମେହେର ଯୋଗଦାନ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଜୟନ୍ତ ସିଂ, ବୈଶାଖୁ କେତକୀ,ଗଣେଶ ସାହୁ,ହରେ ମଲ୍ଲିକ, ଜୟ କୃଷ୍ଣ ସାହୁ,ସ୍ଥାନୀୟ ସରପଞ୍ଚ ଜିମୁତ ବାହାନ ହରପାଳ,ଆଶୁତୋଷ ରାଉତ, ସୁଶାନ୍ତ ଦଳେଇ, ସୌମ୍ୟ ରଞ୍ଜନ ଅଗସ୍ତି, ସୁବାସ ବାଗ,ଦୁଃସାଶାନ ବାଗ, ମନୋଜ ଅଗ୍ରୱାଲ, ସୁରେଶ ମଙ୍ଗରାଜ,ମଣ୍ଟୁ ସାହୁ,ଅନନ୍ତ ସାହୁ, ଅଶୋକ ମଙ୍ଗରାଜ, ଜଗୁଜୀବନ ସେଠିଆ, ମୋହନ ଲାଲ ଅଗ୍ରୱାଲ ପ୍ରମୁଖ ଫାଉଣ୍ଡେସନ ର କାର୍ଯ୍ୟ କୁ ପ୍ରଶଂସା କରିଥିଲେ l ଅନ୍ୟ ପକ୍ଷରେ ଖଲିଆପାଲି ଗ୍ରାମ ପଞ୍ଚାୟତ ର ରାଜୁ ବାଗ, ରବୀନ୍ଦ୍ର ସୁନାନୀ, କ୍ଷୀରସିନ୍ଧୁ ଜଗତ,ତ୍ରିଲୋଚନ ବାଗ, ପୁନି ବାଗ, ସରୋଜ ମୁଣ୍ଡ, ପିତାମ୍ବର ବେହେରା, ପିଣ୍ଡ ଜାଲ, ଶମ୍ଭୁ ସୁନାନୀ,ଲିଙ୍ଗରାଜ ସିଂ,ଅନିରୁଦ୍ଧ ବାଗ, ନାଥ ବାଗ, ଅନୁପ ସୁନାନୀ, ଅନିରୁଦ୍ଧ ବାଗ, ଜଗଦିଶ ମଙ୍ଗରାଜ, ନର ତାଣ୍ଡି, ପକ୍ଷୀ ତାଣ୍ଡି, କ୍ଷୀରସିନ୍ଧୁ ଚଲାନ,ଦୁବର୍ଣ ନାଏକ, ଦୁରମନ ନାଏକ,କସ୍ତୁରୀ ବାଗ ପ୍ରମୁଖ ସେବା ଫାଉଣ୍ଡେସନ କୁ ସମର୍ଥନ କରି ନିଜେ ରହି ବଣ୍ଟନ କାର୍ଯ୍ୟକ୍ରମ ସଫଳ କରିଥିଲେ lଫାଉଣ୍ଡେସନର ଏଭଳି ଜନହିତକର କାର୍ଯ୍ୟକୁ ସ୍ଥାନୀୟ ଅଞ୍ଚଳବାସୀ ଉଚ୍ଚ ପ୍ରଶଂସା କରିଛନ୍ତି।

ଦାମୋଦର ଦାସ ଙ୍କ ରିପୋର୍ଟ୍ 

Related posts

ଚଳନ୍ତା କାରରେ ଲାଗିଲା ନିଆଁ ଅଳ୍ପକେ ବାର୍ତିଲେ ଡ୍ରାଇଭର 

masiha

ପୁସ୍ତକ ମେଳା ର ଅଷ୍ଟମ ସଂଧ୍ୟା

Sunil Chandra Nayak

ବୃନ୍ଦାବାହାଲ ଡ୍ରାଇଭର ମହାସଂଘ ପକ୍ଷରୁ ଦାବି ପତ୍ର ପ୍ରଦାନ

masiha

Leave a Comment

error: Content is protected !!