ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉମରକୋଟ ଠାରେ ଗ୍ରାଣ୍ଡ ଡ୍ରିଲିଙ୍ଗ ମେସିନ ଜବତ

ଉମରକୋଟ ଠାରେ ଗ୍ରାଣ୍ଡ ଡ୍ରିଲିଙ୍ଗ ମେସିନ ଜବତ

ଉମରକୋଟ:(୧୦|୮)(ରବି ନାରାୟଣ ମହାନ୍ତି)ରାଜସ୍ଥାନ ରାଜ୍ୟରୁ ଆସିଥିବା ଏକ ଟ୍ରକରେ ଗ୍ରାଣ୍ଡ ଡ୍ରିଲିଙ୍ଗ ମେସିନ ଧରି ଏଇରଟେଲ କମ୍ପାନୀ ର କିଛି ବ୍ୟକ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରରେ ବିନା ଅନୁମତିରେ ବିଭିନ୍ନ ସ୍ଥାନ ରେ ରାତି ଅଧିଆରେ ଗର୍ତ୍ତ ଖୋଳୁଥିବା ଦେଖିବାକୁ ମିଳିଛି!ସେମାନଙ୍କ ନିକଟରେ କୌଣସି ଲିଖିତ ଅନୁମତି କାଗଜ ନାହିଁ!ଜନଵହୁଳ ଉମରକୋଟ ସହରରେ ଦିନକୁ ଦିନ ବଡ଼ ବଡ଼ ଯାନବାହାନ ଯାତାୟାତ କରୁଥିବା ବେଳେ ଯଦି ରାତିରେ ଏଭଳି ଗର୍ତ୍ତ ଖୋଳି ଛାଡିଦେଲେ ଅନେକ ଦୁର୍ଘଟଣା ହେଲେ ଦାୟୀ କିଏ ରହିବ ବୋଲି ଲୋକଙ୍କ ମନରେ ପ୍ରଶ୍ନ ଉଠୁଛି!ଏହି ପରିପ୍ରେକ୍ଷୀରେ ଆଜି ସକାଳେ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆଙ୍କ ନଜର ସେହି ଡ୍ରିଲିଙ୍ଗ ମେସିନ ଉପରେ ପଡିଥିଲା!ସେ ଏଇରଟେଲ କମ୍ପାନୀ ରେ କାର୍ଯ୍ୟରତ ଥିବା ଦୁଇ କର୍ମଚାରୀ ଙ୍କୁ ପଚାରିଲେ ଯେ ଏତେ ଗର୍ତ୍ତ ଖୋଲିବା ପାଇଁ କାହାଠାରୁ ଅନୁମତି ନେଇଛ? କିନ୍ତୁ ସେମାନଙ୍କ ପାଖରେ କୌଣସି ଅନୁମତି ଚିଠି ନଥିଲା!ତେଣୁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ ସେହି ଗ୍ରାଣ୍ଡ ଡ୍ରିଲିଙ୍ଗ ମେସିନକୁ ଜବତ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି!କାର୍ଯ୍ୟ କରୁଥିବା ଠିକାଦାର ତଥା ମାଲିକ ନ ଆସିବା ପର୍ଯ୍ୟନ୍ତ କାମ ବନ୍ଦ ରହିବ ଏବଂ ସମସ୍ତ ଦସ୍ତାବେଜ ଧରି ଆସିବାକୁ କହିଛନ୍ତି କାର୍ଯ୍ୟ ନିର୍ବାହୀ ଅଧିକାରୀ!ଏଇରଟେଲ କମ୍ପାନୀ ଉମରକୋଟ ସହରର କେଉଁ ସ୍ଥାନରେ, କେତୋଟି ଗର୍ତ୍ତ କରିବ ତାହାର ଅନୁମତି ନେଇ କାର୍ଯ୍ୟ କରିବା ଆବଶ୍ୟକ ବୋଲି କାର୍ଯ୍ୟ ନିର୍ବାହୀ ଅଧିକାରୀ ଆଲୋକ କୁମାର ଅନୁଗୁଳିଆ କହିଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜାନୁଆରୀ ୪ ଓ ୫ରେ ଯୁଗଯାତ୍ରୀ ସାହିିତ୍ୟ ସଂସଦର ରାଜ୍ଯ ସ୍ତରୀୟ ସୁବର୍ଣ୍ଣ ଜୟନ୍ତୀ ମହୋତ୍ସବ , କବି ଭାରତ ମାଝୀଙ୍କୁ ଯୁଗଯାତ୍ରୀ ସୁବର୍ଣ୍ଣ ଜୟନ୍ତୀ ସାହିତ୍ୟ ସମ୍ମାନ

masiha

ଜନଜାତି ସାଂସ୍କୃତିକ ଭବନ ର ଭୁମୀ ପୂଜନ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସାଇବର ସୁରକ୍ଷା ସଚେତନତା ଅଭିଯାନ-୨୦୨୫ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ଆୟୋଜିତ

Sunil Chandra Nayak

Leave a Comment

error: Content is protected !!