ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମଦବିକ୍ରି ବନ୍ଦ କରିବାକୁ ମହିଳା ସଂଘ ତରଫରୁ ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ 

ମଦବିକ୍ରି ବନ୍ଦ କରିବାକୁ ମହିଳା ସଂଘ ତରଫରୁ ଉପଜିଲ୍ଲାପାଳ ଙ୍କୁ ଦାବି ପତ୍ର ପ୍ରଦାନ 

ବାଲିଗୁଡା,ତା, ୨୧/୦୮:( m) : ସମଗ୍ର କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳ ରେ ଚୋରା ଦେଶୀ ଓ ବିଦେଶୀ ମଦ ର କାରବାର ଦିନକୁ ଦିନ ବୃଦ୍ଧି ପାଉଥିବାରୁ ଘରେ ଘରେ ଅସନ୍ତୋଷ ଦେଖା ଦେଉଛି l ଏ ସବୁ କୁ ଦୃଷ୍ଟି ରେ ରଖି କନ୍ଧମାଳ ଜିଲ୍ଲାର ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କୋଟଗଡ ବ୍ଲକ ର ମାର୍ଲାଙ୍ଗ ପଞ୍ଚାୟତ ର ମହିଳା ଗୋଷ୍ଠୀ ଏକତ୍ରିତ ହୋଇ ସମଗ୍ର ଗ୍ରାମକୁ ନିଶାମୁକ୍ତ କରିବା ନିମନ୍ତେ ସ୍ଥାନୀୟ ଉପ ଜିଲାପାଳ ଶ୍ରୀମତୀ ପ୍ରଣୀତା ଦାସଙ୍କୁ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଘଟଣା ରୁ ପ୍ରକାଶ ଯେ, ବାଲିଗୁଡା ଉପଖଣ୍ଡ ଅନ୍ତଗତ ମାର୍ଲାଙ୍ଗ ପଞ୍ଚାୟତ ର ସାଲକି ସିତାଗୁଡା ଓ ସାଲକି ବୁଡାଗୁଡାରେ ଆଜକୁ ଦୀର୍ଘ ଦିନ ଧରି ବହୁଳ ଭାବରେ ମହୁଲି ଓ ବିଦେଶୀ ମଦ ବିକ୍ରି ହେଉଛି। ମଦ ଯୋଗୁଁ ପରିବାର ଏବଂ ଗ୍ରାମରେ ସବୁବେଳେ ଆଶାନ୍ତିକର ପରିବେଶ ଲାଗି ରହୁଛି । ଯୁବଗୋଷ୍ଠୀ ନିଶା ବ୍ୟବହାର କରି ବିପଥଗାମୀ ହେଉଛନ୍ତି । ଅନେକ ଲୋକଙ୍କ ଜୀବନହାନୀ ହୋଇଛି । ନିଶାମୁକ୍ତ ପାଇଁ ପୂର୍ବରୁ ମହିଳା, ସ୍ବୟଂ ସହାୟକ ଗୋଷ୍ଠୀ, ଭଦ୍ର ବ୍ୟକ୍ତିମାନେ ବିଶାଳ ବିକ୍ଷୋଭ ପ୍ରଦର୍ଶନ ସହ ଶୋଭଯାତ୍ରା କରିଥିଲେ । ପଥ ପ୍ରାନ୍ତ ନାଟକ ଏବଂ ସଚେତନତା ଶିବିର କରାଯିବା ପରେ ମଧ୍ୟ କୌଣସି ପ୍ରକାରେ ସୁଫଳ ମିଳୁନି । ତେଣୁ ଗ୍ରାମରେ ମଦବିକ୍ରି ବନ୍ଦ କରିବାକୁ ପ୍ରଶାସନ ପଦକ୍ଷେପ ନେବାକୁ ଦାବି କରିଛନ୍ତି । ଏ ଦିଗରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପ ଜିଲାପାଳ କହିଛନ୍ତି । ଦାବିପତ୍ର ପ୍ରଦାନ ସମୟରେ ଫିରତି ସୁନାମାଝୀ, ଆରତୀ ପାଟମାଝୀ, ଆଡାରାଗ ମୁଠାମାଝୀ , ଶୁବନ୍ତି ପାଟମାଝୀ, ଅମିତ ପ୍ରଧାନଙ୍କ ସମେତ ସମସ୍ତ ଗ୍ରାମବାସୀ ଉପସ୍ଥିତ ଥିଲେ ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ବିଭିନ୍ନ‌ ଦାଵି ନେଇ ଵହଳଦା ବ୍ଳକ ସ୍ତରୀୟ ଅଲ୍ ଓଡିଶା ଜିପିଏଲଫ କର୍ମଚାରୀ ସଂଘ ତରଫରୁ ବ୍ଳକ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Sunil Chandra Nayak

ବ୍ୟାଙ୍କ କୁ ନେଉଥିବା ଟଙ୍କା ପିକଅପ ଭ୍ୟାନ ଦୃଘଟଣା ଗ୍ରସ୍ତ ,ଅଳ୍ପକେ ବଞ୍ଚିଲେ ୪ଜଣ ବ୍ୟାଙ୍କ କର୍ମଚାରୀ

masiha

ଅଖିଳ ଭାରତୀୟ ତେରପନ୍ଥ ମହିଳା ମଣ୍ଡଳ ଙ୍କ ନିର୍ଦ୍ଦେଶ ଅନୁଯାୟୀ ତେରପନ୍ଥ ମହିଳା ମଣ୍ଡଳ ନବରଙ୍ଗପୁର ଦ୍ୱାରା ଅବଚେତନ ମନ ର ଶକ୍ତି କାର୍ଯ୍ୟକ୍ରମ 

masiha

Leave a Comment

error: Content is protected !!