ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଦୁଇ ଥାନା ଇଲାକାରୁ ୪୮ କେଜି ଗଞ୍ଜେଇ ଜବତ ; ୪ ଗିରଫ 

ଦୁଇ ଥାନା ଇଲାକାରୁ ୪୮ କେଜି ଗଞ୍ଜେଇ ଜବତ ; ୪ ଗିରଫ 

ବ୍ରହ୍ମପୁର/ଭଞ୍ଜନଗର,୨୨/୮: ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଓ ତାରସିଂ ଥାନା ଇଲାକାରୁ ଗଞ୍ଜେଇ ଜବତ ହୋଇଛି। ଉଭୟ ଥାନରେ ପୃଥକ ମାମଲାରେ ଜଣେ ମହିଳା ସମେତ ୪ ଜଣ ଗିରଫ ହୋଇଛନ୍ତି। ଭଞ୍ଜନଗର ଥାନା ଡହ ଜଳଭଣ୍ଡାର ନିକଟରେ ଗତକାଲି ରାତିରେ ଏସଆଇ ଏଲ୍‌ଡି ମହାନ୍ତି ପାଟ୍ରୋଲିଂ କରୁଥିବା ସମୟରେ ଏକ ବାଇକରେ ୨ଜଣ ବ୍ୟକ୍ତି ଏକ ବସ୍ତା ନେଇ ଆସୁଥିବା ଦେଖି ଅଟକାଇବା ପରେ ସେମାନଙ୍କ ନିକଟରୁ ୨୨ କେଜି ୮୯୦ ଗ୍ରାମ ଗଞ୍ଜେଇ ଜବତ ହୋଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି। ଏନେଇ କେସ ନମ୍ବର ୮୩୩ ରେ ଏକ ମାମଲା ରୁଜୁ କରାଯିବା ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ଟିକାବାଲି ଅଞ୍ଚଳର ସୁବ୍ରତ ପ୍ରଧାନ ଓ କୁଲାଡ ଅଞ୍ଚର ବିଜୟ ସାହୁକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିବା ସହ ଏକ ବାଇକ ଜବତ କରିଥିବା ଶ୍ରୀ ଜେନା ପ୍ରକାଶ କରିଛନ୍ତି। ସେହିପରି ତାରସିଂ ଥାନା ଅଧିନ ହରିଗଡ ଓ ନୂଆପଲ୍ଲୀ ମଝି ରାସ୍ତାରେ ଏକ ବାଇକରେ ଯାଉଥିବା ୨ ଜଣକୁ ଅଟକାଇ ଥିଲେ। ଇନ୍ସପେକ୍ଟର ଅଭୟ କୁମାର ପ୍ରଧାନ ପୁଲିସ ଟିମ ସହ ସେମାନଙ୍କ ଯାଞ୍ଚ କରିବା ପରେ ସେମାନଙ୍କ ନିକଟରୁ ୨୫.୬୦୦ ଗ୍ରାମ ଗଞ୍ଜେଇ ମିଳିଥିବା ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀ ସୂଚନା ଦେଇଛନ୍ତି। ଜବତ ଗଞ୍ଜେଇ ସହ ସେମାନଙ୍କ ନିକଟରୁ ୧୪ ଶହ ଟଙ୍କା,ମୋବାଇଲ ଓ ବାଇକ ଆଦି ଜବତ କରାଯାଇ ଗଞ୍ଜେଇ ଚାଲାଣ ଅଭିଯୋଗରେ କନ୍ଧମାଳ ଜିଲ୍ଲା ଟିକାବାଲି ଅଞ୍ଚଳର ରାଜେଶ ସେଠୀ ଓ ପୁରୀ ଜିଲ୍ଲା ଗୋପ ଅଞ୍ଚଳ ଜଣେ ମହିଳାଙ୍କୁ ସଂପୃକ୍ତି ଅଭିଯୋଗରେ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଶ୍ରୀମତୀ ପୂଜାରୀ ସୂଚନା ଦେଇଛନ୍ତି।

Related posts

ତିରିଂ ପୋଲିସର ସଫଳତା ! ଦେଓଗାଁ ର ବହୁ ଚର୍ଚ୍ଚିତ ମହିଳା ସୁହାଗି ଗଇପାଇ ହତ୍ଯାକାଣ୍ଡର ମୁଖ୍ୟ ଆସାମୀ ସ୍ବାମୀକୁ ବାନ୍ଧିଲା ପୋଲିସ

Sunil Chandra Nayak

ଯାତ୍ରୀବାହୀ ବସ୍ ରୁ ଲକ୍ଷାଧିକ ଚୋରା ବ୍ୟାଟେରୀ ଓ ଇଲେକ୍ଟ୍ରି ତାର ଜବତ

masiha

ରାସୋଳ ପୋଲିସର ଦବଙ୍ଗ ଗିରି : ହତୋତ୍ସାହିତ ଅଭିଯୋଗକାରୀ

Leave a Comment

error: Content is protected !!