ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ବ୍ଲକ ଓବିସି ମଞ୍ଚର ସାଧାରଣ ବୈଠକ

ଧର୍ମଗଡ଼ ବ୍ଲକ ଓବିସି ମଞ୍ଚର ସାଧାରଣ ବୈଠକ

 କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ ଓବିସି ମଞ୍ଚ ପକ୍ଷରୁ ସମାଜର ସାମ୍ବିଧାନିକ ହକ ଅଧିକାର ପାଇଁ ଜିଲ୍ଲା ଓବିସି ମଞ୍ଚ ସଭାପତି ଡମ୍ବରୁଧର ଲହଜଲ ଙ୍କ ସଭାପତିତ୍ୱରେ ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଧର୍ମଗଡ଼ ବ୍ଲକ ଓବିସି ମଞ୍ଚ ସଭାପତି ପ୍ରମୋଦ ହଂସ, ସଂପାଦକ ଏକାଦଶୀ ଗୋପାଳ, ଏନଏସି ଓବିସି ମଞ୍ଚ ସଭାପତି ରାଜେନ୍ଦ୍ର ଭୋଇ, ସଂପାଦକ ସୋମନାଥ ନାଏକ, ଓବିସି ମଞ୍ଚ ଜିଲ୍ଲା ସାଙ୍ଗଠାନିକ ସମ୍ପାଦକ ଡାକେଶ୍ୱର ଲହଜଲ, ଓବିସି ଯୁବ କାର୍ଯ୍ୟକାରୀ ସଭାପତି ରତନ ନାଏକ, ଅବସରପ୍ରାପ୍ତ ମେଡ଼ିକାଲ ଅଫିସର କିଶୋର ଚନ୍ଦ୍ର ପଟେଲ,ସମାଜସେବୀ ରୀନା ଭୋଇ,ଯୁବ ଉଦ୍ୟୋଗୀ ହିମାଂଶୁ ସାହୁ, ଅବସରପ୍ରାପ୍ତ ଏଗ୍ରିକଲଚର ଅଫିସର ଗଜାନନ ସାହୁ, ଅବସରପ୍ରାପ୍ତ ଶିକ୍ଷକ ସଙ୍ଘ ଉପଦେଷ୍ଟା ଧନୁର୍ଦ୍ଧର ଦାସ,ଯୁବନେତା ଚିତ୍ରସେନ ଗୋପାଳ, କବି ଲିମଗୋଛିଆ, ଜଳନ୍ଧର ନାଏକ, କାଉନସିଲର ମୁନିରାମ ମାଝୀ, ନିଲାମ୍ବର ଦାସ ,କ୍ଷୀରସିନ୍ଧୁ ପଟେଲ ପ୍ରମୁଖ ଯୋଗଦାନ କରିଥିଲେ । ମୁଖ୍ୟତଃ ଓବିସି ମାନଙ୍କ ସାମ୍ବିଧାନିକ ହକ,ଅଧିକାର ଓ ସମାନୁପାତିକ ପ୍ରତିନିଧିତ୍ୱ, ଜନଗଣନା, ଉଚ୍ଚଶିକ୍ଷା,ବୃତ୍ତିଗତ ଶିକ୍ଷା, ନିଯୁକ୍ତିରେ ଓବିସିଙ୍କୁ ୨୭% ସ୍ଥାନ ସଂରକ୍ଷଣ ସହ ଏହି ବର୍ଗର ଯୁବକ,ଯୁବତୀଙ୍କୁ ଉଚ୍ଚ ପଦ ପଦବୀରେ ନିଯୁକ୍ତି ପାଇଁ ଜିଲ୍ଲା ସ୍ତରରେ ମାଗଣାରେ କୋଚିଂ ବ୍ୟବସ୍ଥା,୩ୟ ଓ ୪ର୍ଥ ଶ୍ରେଣୀ କର୍ମଚାରୀ ନିଯୁକ୍ତିକୁ ଜିଲ୍ଲା ଭିତ୍ତିକ କରିବା ପାଇଁ ଆଲୋଚନା କରିଥିଲେ ଏବଂ ଆଗାମି ଦିନରେ ଓବିସି ସମାଜ କୁ ସୁସଂଗଠିତ କରି ଆଗକୁ ବଢ଼େଇବା ପାଇଁ ମତ ରଖିଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

Waltair Division Launches “Swasth Nari Sashakt Parivar Abhiyaan” Under Swachhta Hi Seva 2025

Sunil Chandra Nayak

ଜିଲ୍ଲା ସ୍ତରୀୟ ଆନ୍ତର୍ଜାତିକ ଶିଶୁ କନ୍ୟା ଦିବସ ପାଳିତ

masiha

ଫାଇଲେରିଆ ନିରାକରଣ ଅଭିଯାନ –ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ଦ୍ଵିତୀୟ ପର୍ଯ୍ୟାୟ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର

Sunil Chandra Nayak

Leave a Comment

error: Content is protected !!