ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ରେ ମୃତ୍ୟୁ ଘଟଣା: ତିନିମାସ ପରେ କ୍ଷମା ମାଗିଲା ମାଓ ସଂଗଠନ

ମ.ରାମପୁର,୧୯/୫( ମସୀହା) : ୨୦୨୨ ମସିହା ଫେବୃୟାରୀ ପାଞ୍ଚ ତାରିଖର ମାଓ ବାଦୀଙ୍କ ଲ୍ୟାଣ୍ଡ ମାଇନ୍ ବିସ୍ଫୋରଣ ଘଟଣା ଦୃଶ୍ୟ ମନେ ପଡ଼ିଲେ ଆଜି ବି ଶିହରୀ ଉଠେ ଛାତି l ଖବର ସଂଗ୍ରହ କରିବାକୁ ଯାଇ ନିଜେ ଖବର ପାଲଟି ଯାଇଥିଲେ ମୋହନଗିରି ର ସାମ୍ବାଦିକ ରୋହିତ ବିଶ୍ୱାଳ । ଗତ ଫେବୃଆରୀ ୫ ତାରିଖ ଦିନ ମାଓ ସଂଗଠନ ତରଫରୁ ଦୁଲେନ୍ ନିକଟରେ ମାଓ ପୋଷ୍ଟର ଲାଗିଥିଲା l ଏହାର ସୂଚନା ପାଇ ସାମ୍ବାଦିକ ରୋହିତ ବିଶ୍ଵାଳ ଖବର ସଂଗ୍ରହ ପାଇଁ ତୁରନ୍ତ ଉକ୍ତ ସ୍ଥାନ ରେ ପହଞ୍ଚି ଯାଇଥିଲେ ଏବଂ ମାଓ ବାଦୀଙ୍କ ଦ୍ଵାରା ଖଞ୍ଜା ଯାଇଥିବା ଲ୍ୟାଣ୍ଡ ମାଇନର ଶିକାର ହେଲେ । ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ଘଟିଥିଲା l ତେବେ ଏହି ଘଟଣାକୁ ନେଇ ମାଓ ସଂଗଠନ ଦୀର୍ଘ ତିନିମାସ ପରେ ଅଂଚଳବାସୀ ତଥା ପରିବାର ବର୍ଗଙ୍କ ପାଖରେ କ୍ଷମା ମାଗିଛନ୍ତି l ଗତକାଲି କନ୍ଧମାଳ ଜିଲ୍ଲା ଲଣ୍ଡାଗାଁ ଅଞ୍ଚଳରେ ଲାଗିଥିବା ହାତଲେଖା ପୋଷ୍ଟରରେ ଲେଖାଅଛି ଯେ,ଗତ ଫେବୃୟାରୀ ମାସରେ ଆମ ପିଏଲଜିଏ ଦ୍ୱାରା ପୋଲିସକୁ ଟାର୍ଗେଟ କରି ଆଇଇଡି ଵିଛା ଯାଇଥିଲା । କିନ୍ତୁ ପୁଲିସ ବଦଳେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ହୋଇଥିଲା l ଏହି ଦୁଃଖଦ ଘଟଣାପାଇଁ ଆମେ ଜନତା ଏବଂ ମୃତ ପରିବାରଙ୍କ ଠାରୁ କ୍ଷମା ମାଗୁଛୁ l ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ମୃତ୍ୟୁ ପାଇଁ ପୋଲିସ ଦାୟୀ ଅଟେ ବୋଲି ଭାକପା (ମାଓବାଦୀ) ସଂଗଠନ ଉଲ୍ଲେଖ କରିଛି । ତେବେ ଘଟଣାକୁ ତିନିମାସରୁ ଅଧିକ ସମୟପରେ ମାଓ ସଂଗଠନର କ୍ଷମା ପ୍ରାର୍ଥନା ପରେ ପୁଣି ଥରେ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ବିୟୋଗର ସ୍ମୃତିକୁ ତାଜା କରିଛି । ଆଶ୍ଵାସନାର ବିଷୟ ଯେ ସରକାର ଘୋଷଣା କରିଥିବା ଅନୁକମ୍ପା ରାଶି ମୃତକଙ୍କ ପରିବାର ପାଇସାରିଛନ୍ତି l ଏଠାରେ ସୂଚନା ଥାଉକି, ସ୍ବର୍ଗତ ରୋହିତ ବିଶ୍ଵାଳଙ୍କ ପରିବାର ଦୁଇଜଣ ନାବାଳକ ପୁଅ ଓ ଝିଅ, ବିଧବା ପତ୍ନୀ,ବୃଦ୍ଧା ମାଆ ସମେତ ପରିବାର ବର୍ଗ,ସାଙ୍ଗସାଥୀ ଆଜି ବି ରୋହିତଙ୍କୁ ଝୁରି ହେଉଛନ୍ତି ।

ମ ରାମପୁରରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ୍ l

Related posts

କୋକସରା ଆଦର୍ଶ ବିଦ୍ୟାଳୟରେ ଦୁଇ ଦିବସୀୟ ବାର୍ଷିକ କ୍ରୀଡା ଉଦଘାଟିତ

Sunil Chandra Nayak

ଟାଙ୍ଗରା ପାହାଡ଼ ଇନ୍ଦ୍ରାବତୀ ଜଳ ଭଣ୍ଡାର ପାଇଁ ଆଗାମୀ ଦିନରେ ବିପଦ ସଂକେତ

Sunil Chandra Nayak

ଲୋକ କଳା ବିକାଶ କେନ୍ଦ୍ର ସରସରା ଠାରେ ତିନି ଦିନିଆ କର୍ମଶାଳା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!