ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିବ୍ୟାଙ୍ଗ(ଦୃଷ୍ଟି ହୀନ) ବିଦ୍ୟାଳୟରେ ବିଧାୟକ ଦୁର୍ଗାଙ୍କ ଦ୍ୱାରା ପବିତ୍ର ରକ୍ଷା ବନ୍ଧନ ପାଳନ

ଦିବ୍ୟାଙ୍ଗ(ଦୃଷ୍ଟି ହୀନ) ବିଦ୍ୟାଳୟରେ ବିଧାୟକ ଦୁର୍ଗାଙ୍କ ଦ୍ୱାରା ପବିତ୍ର ରକ୍ଷା ବନ୍ଧନ ପାଳନ

ରାଉରକେଲା : ରଘୁନାଥପାଲ୍ଲୀ ବିଧାନସଭା ନିର୍ବାଚନ ମଣ୍ଡଳୀ ଅଂଚଳରେ ଥିବା ଲାଠିକଟା ବ୍ଲକ ଅନ୍ତର୍ଗତ କରଲାଖମନ ଗ୍ରାମ ନିକଟରେ ଥିବା ରାଧାକୃଷ୍ଣ ଦିବ୍ୟାଙ୍ଗ ( ଦୃଷ୍ଟିହୀନ)ବିଦ୍ୟାଳୟ ପରିସରରେ ବିଧାୟକ ଦୁର୍ଗା ଚରଣ ତନ୍ତୀଙ୍କ ଉପସ୍ଥିତିର ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ ମହାଆଡମ୍ବରରେ ପାଳନ ହୋଇଯାଇଛି । ବିଦ୍ୟାଳୟର ଅଧକ୍ଷ ତଥା ସମ୍ପାଦକ ଗୋପୀନାଥ ନାୟକଙ୍କ ଅଧକ୍ଷତାରେ ଆୟୋଜିତ ଏକ ଭବ୍ୟ କାର୍ଯ୍ୟକ୍ରମରେ ଯୋଗଦେଇ ବିଧାୟକ ଶ୍ରୀ ତନ୍ତୀ ଓ ଧର୍ମପତ୍ନୀ ସୁଚିତ୍ରା ତନ୍ତୀଙ୍କ ସହିତ ସର୍ବପ୍ରଥମେ ରାଧାକୃଷ୍ଣ ଦିବ୍ୟାଙ୍ଗ ( ଦୃଷ୍ଟିହୀନ) ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ ସମସ୍ତଙ୍କୁ ମିଷ୍ଟାନ୍ନ ବଣ୍ଟନ କରିଥିଲେ ।ଏହି ଅବସରରେ ବିଧାୟକ ଶ୍ରୀ ତନ୍ତୀ ଓ ଧର୍ମପତ୍ନୀ ସୁଚିତ୍ରା ତନ୍ତୀ ମଧ୍ୟ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ହାତରେ ରାକ୍ଷୀ ବାନ୍ଧିବା ପରେ ସମସ୍ତଙ୍କ ସହ ଏକତ୍ର ବସି ଭୋଜନ କରିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମରେ ବାହାଲେନ ଲୁଗୁନ,ପ୍ରଭଞ୍ଜନ ସାଥୁଆ, ବିଜେପି କର୍ମୀ ଅଜୟ କଂସାରୀ,ବାସୁ ସରଘରିଆ,ଉମେଶ ନାଗ,ଲାଠିକଟା ବ୍ଲକ ଉପାଧକ୍ଷ ବାସନ୍ତୀ ଓରାମ, ମୁଣ୍ଡାଜୋର ସରପଞ୍ଚ ସାକାରୀ ଓରାମ,ଅମୃତଲାଲ ଓରାମଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତିମାନେ ମଧ୍ୟ ଉପସ୍ଥିତ ଥିଲେ ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁରଠାରେ ୭୯ ତମଜିଲ୍ଲା ସ୍ତରୀୟ ସ୍ବାଧିନତା ଦିବସ ମହାସମାରୋହରେ ପାଳିତ

Sunil Chandra Nayak

ବାରିପଦାରେ ଚୈତ୍ର ପର୍ବ ଉପଲକ୍ଷେ ଜିଲ୍ଲାସ୍ତରୀୟ ଗ୍ରାମୀଣ ଛଉ ନୃତ୍ୟ ପ୍ରତିଯୋଗିତାରେ ଵାଦଡା ଛଉ ନୃତ୍ୟ ପ୍ରତିଷ୍ଠାନ ପ୍ରଥମ

Sunil Chandra Nayak

ଡ଼ା. ତିରୁପତି ସାହୁ ଜାତୀୟ କଳା ରତ୍ନରେ ବିଭୁଷିତ

Leave a Comment

error: Content is protected !!