ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ରେ ତିନିଦିନିଆ ଜାତୀୟ କ୍ରୀଡ଼ା ଦିବସ ପାଳିତ “ଖେଲେଗା ଭାରତ, ଜିତେଗା ଭାରତ” ବାର୍ତ୍ତାରେ ଉତ୍ସବମୁଖର ଜିଲ୍ଲା

ରାୟଗଡ଼ ରେ ତିନିଦିନିଆ ଜାତୀୟ କ୍ରୀଡ଼ା ଦିବସ ପାଳିତ “ଖେଲେଗା ଭାରତ, ଜିତେଗା ଭାରତ” ବାର୍ତ୍ତାରେ ଉତ୍ସବମୁଖର ଜିଲ୍ଲା

ରାୟଗଡ଼, ୩୦/୦୮: ଜିଲ୍ଲାପାଳ ଶ୍ରୀ ଆଶୁତୋଷ କୁଲକର୍ଣ୍ଣିଙ୍କ ଆଦେଶକ୍ରମେ ଏବଂ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର କହଁରଙ୍କ ତତ୍ତ୍ୱାବଧାନରେ ରାୟଗଡ଼ ଜିଲ୍ଲାରେ ଜାତୀୟ କ୍ରୀଡ଼ା ଦିବସ–୨୦୨୬ ଅଗଷ୍ଟ ୨୮, ୨୯ ଓ ୩୦ ତାରିଖରେ ତିନିଦିନ ଧରି ବ୍ୟାପକ ଉତ୍ସାହ ଓ ଉଦ୍ଦୀପନାର ସହିତ ପାଳିତ ହୋଇଛି।

ଚଳିତ ବର୍ଷର ମୁଖ୍ୟ ବାର୍ତ୍ତା “ଖେଲେଗା ଭାରତ, ଜିତେଗା ଭାରତ” ରଖାଯାଇଥିବା ବେଳେ ଶିଶୁ ଓ ଯୁବପିଢ଼ିଙ୍କୁ କ୍ରୀଡ଼ା ପ୍ରତି ଆକୃଷ୍ଟ କରିବା, ଶାରୀରିକ ସୁସ୍ଥତା ବୃଦ୍ଧି କରିବା ଏବଂ ନିୟମିତ କ୍ରୀଡ଼ାକୁ ଜୀବନଶୈଳୀର ଅଂଶ କରିବା ଉପରେ ଗୁରୁତ୍ୱ ଦିଆଯାଇଥିଲା।

ଅଗଷ୍ଟ ୨୮ ତାରିଖରେ “TRIBUTE” ଥିମ୍‌ରେ ଦେଶର ମହାନ କ୍ରୀଡ଼ାବିତ୍‌ ଓ କ୍ରୀଡ଼ା କ୍ଷେତ୍ରର ପ୍ରତିଷ୍ଠିତ ବ୍ୟକ୍ତିତ୍ୱଙ୍କ ପ୍ରତି ଡିଜିଟାଲ ଓ ସାମୁଦାୟିକ ଭାବେ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା। ଅଗଷ୍ଟ ୨୯ ତାରିଖରେ “PLAY” ଥିମ୍‌ରେ “ଏକ ଘଣ୍ଟା ଖେଳ ପଡ଼ିଆରେ” ବାର୍ତ୍ତା ସହିତ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ କବାଡ଼ି, ଭଲିବଲ୍‌, ଖୋ-ଖୋ, ଦୌଡ଼କୁଦ, ଫୁଟବଲ୍‌, ବ୍ୟାଡମିଣ୍ଟନ୍‌ ଆଦି ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଏହି ଅବସରରେ ଆରକ୍ଷୀ ଅଧୀକ୍ଷକ ଶ୍ରୀ ରାଜ ପ୍ରସାଦଙ୍କ ପକ୍ଷରୁ ବ୍ୟାଡମିଣ୍ଟନ୍‌ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା।

ଅଗଷ୍ଟ ୩୦ ତାରିଖରେ “MOVE” ଥିମ୍‌ ଅନ୍ତର୍ଗତ “Special Sundays – Cycle Edition” କାର୍ଯ୍ୟକ୍ରମ ମାଧ୍ୟମରେ ସାଇକେଲ ଚାଳନା ଓ ବିଭିନ୍ନ ଶାରୀରିକ ଗତିବିଧି ପାଇଁ ଜନସାଧାରଣ ଓ ଯୁବପିଢ଼ିଙ୍କୁ ଉତ୍ସାହିତ କରାଯାଇଥିଲା। ସମସ୍ତ କାର୍ଯ୍ୟକ୍ରମରେ ସୁରକ୍ଷା, ଆବଶ୍ୟକୀୟ ପରିଚାଳନା ଓ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥାକୁ ସୁନିଶ୍ଚିତ କରାଯାଇଥିଲା। ଏହି ସାଇକଲ ଚାଳନା କାର୍ଯ୍ୟକ୍ରମ କୁ ଉଦଘାଟନ କରିଥିଲେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ରବୀନ୍ଦ୍ର କୁମାର କହଁର, ଉପ ଜିଲ୍ଲାପାଳ ରାୟଗଡ ଶ୍ରୀ ରମେଶ କୁମାର ଜେନା, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ, ରାୟଗଡ

ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ଡେପୁଟି କଲେକ୍ଟର (ନିଜରାତି), ଡେପୁଟି କଲେକ୍ଟର (ଇମର୍ଜେନ୍ସି), ସହକାରୀ ଜିଲ୍ଲାପାଳ (ଜେନେରାଲ ଓ ମିସଲାନିୟସ୍‌), ଜିଲ୍ଲା କ୍ରୀଡ଼ା ଅଧିକାରୀ, ଜିଲ୍ଲା ଶାରୀରିକ ଶିକ୍ଷା ଅଧିକାରୀ, ଶିକ୍ଷକ ଶ୍ରୀ ନୀଳାଚଳ ମିଶ୍ରଙ୍କ ସମେତ ଜିଲ୍ଲାର ସମସ୍ତ କ୍ରୀଡ଼ା ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ସକ୍ରିୟ ସହଯୋଗ ରହିଥିଲା।

ତିନିଦିନିଆ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ରାୟଗଡ଼ ଜିଲ୍ଲାରେ କ୍ରୀଡ଼ା ପ୍ରତି ନୂତନ ଉତ୍ସାହ ସୃଷ୍ଟି ହୋଇଥିବା ବେଳେ ଶିଶୁ, ଯୁବପିଢ଼ି ଓ ସାଧାରଣ ଜନତାଙ୍କ ମଧ୍ୟରେ ସୁସ୍ଥ ଓ ସକ୍ରିୟ ଜୀବନଶୈଳୀ ପ୍ରତି ସଚେତନତା ବୃଦ୍ଧି ପାଇଛି।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜିଲ୍ଲା ଆଇନସେବା ପ୍ରାଧିକରଣ ରୟଗଡା ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ବିଧାୟକ ଙ୍କ ଦ୍ଵାରା ବ୍ଲକ ମାର୍କେଟ କମ୍ପ୍ଲେକ୍ସ ଉଦଘାଟିତ

Sunil Chandra Nayak

ରାଇରଙ୍ଗପୁରରେ କେରଳ ପବ୍ଲିକ ସ୍କୁଲର ୨୭-ତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ

masiha

Leave a Comment

error: Content is protected !!