ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂସ୍କୃତ ମହାବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା

ସଂସ୍କୃତ ମହାବିଦ୍ୟାଳୟରେ ସାଇବର ସୁରକ୍ଷା ସଚେତନତା

ଆସିକା,୨୯/୮/୨୬ (ଶିବ ଶଙ୍କର ମିଶ୍ର) ସ୍ଥାନୀୟ ମେକ୍ ମାଇକେଲ୍ ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ପରିସରରେ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସଂସ୍କୃତ ସ୍ନାତକ ମହାବିଦ୍ୟାଳୟର ଅଧ୍ୟକ୍ଷ ବାବାନାଥ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ। କାର୍ଯ୍ୟକ୍ରମରେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ରଂଜନ ପ୍ରଧାନ ଏବଂ ଆସିକା ଥାନା ଅଧୂକାରୀ ସୁଧୀର କୁମାର ସାହୁ ଓ ଆସିକା ଥାନାର ସବ୍‌ଇନିସପେକ୍ଟର ଅଲିସ୍ମିତା ଜେନା ପ୍ରମୁଖ ଯୋଗଦେଇ ସାଇବର ଠକେଇରୁ ସଦାସର୍ବଦା ସର୍ବଦା ଦୂରେଇ ରହିବା ପାଇଁ ସତର୍କତା ସଚେତନତା ଅବଲମ୍ବନ କରିବା ସାଙ୍ଗକୁ ଅଜଣା ଭିଡିଓ କଲ୍ ଓ ଫୋନ କଲ୍‌କୁ ନ ଉଠାଇବାକୁ ପରାମର୍ଶ ଦେଇଥିଲେ। ଅଜଣା ବ୍ୟକ୍ତିଙ୍କୁ ଓଟିପି କିମ୍ବା ବ୍ୟାଙ୍କ ତଥ୍ୟ ବାକୁ ପରାମର୍ଶ ଦେଇଥିଲେ। ସାଇବର ନଦେବାକୁ ଠକେଇର ସମ୍ମୁଖୀନ ହେଲେ ହେଲ୍ପଲାଇନ୍ ନମ୍ବର ୧୯୩୦କୁ ଫୋନ କରିବା କିମ୍ବା ଡବ୍ଲଡବ୍ଲଡବ୍ଲୁ. ସାଇବରକ୍ରାଇମ. ଜିଓଭି.ଇନ୍ ମାଧ୍ୟମରେ ଅଭିଯୋଗ କରିବାକୁ ପରାମର୍ଶ ଦେଇଥିଲେ। ଏହି ଅବସରରେ ପୋଲିସ ପ୍ରଶାସନ ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉପଖଣ୍ଡ ପୋଲିସ ଲିସ ଅଧୂକାରୀ ସୌରଭ ରଂଜନ ପ୍ରଧାନ ଏବଂ ଥାନା ଅଧିକାରୀ ସୁଧୀର କୁମାର ସାହୁ ଓ ଆସିକା ଥାନାର ଏସ୍‌ଆଇ ଅଲିସ୍ମିତା ଜେନା ପ୍ରମୁଖ ନିଶାଦ୍ରବ୍ୟ ସେବନର ଭୟାବହତା ଓ କୁପରିମାଣ ଉପରେ ବହୁ ଉପାଦେୟ ତଥା ଶିକ୍ଷଣୀୟ ମାର୍ଗଦର୍ଶନ କରିଥିଲେ। କାର୍ଯ୍ୟକ୍ରମକୁ ଅଧ୍ୟାପକ ଶିଶିର କୁମାର ମିଶ୍ର, ଅଧ୍ୟାପିକା କବିତା କୁମାରୀ ଦାଶ, କର୍ମଚାରୀ ଟୁନା ମହାରଣା ଓ ପ୍ରଦୀପ କୁମାର ଷଡଙ୍ଗୀ ପ୍ରମୁଖ ସହଯୋଗ କରିଥିଲା ବେଳେ ବିଦ୍ୟାର୍ଥୀମାନେ ଉପସ୍ଥିତଥିଲେ।

Related posts

ରାଜପୁରରେ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ

ଉପନ୍ୟାସ ” ଅନ୍ତିମ ପରୀକ୍ଷା” ଓ ” ମମତା ” ପାଇଁ ଔପନ୍ୟାସିକ ଭାଗିରଥି ଗିରିଙ୍କୁ ସାରସ୍ବତ ସମ୍ମାନ 

masiha

ସବୁଜ ବାହିନୀ ରାଜନଗର ସମ୍ବର୍ଦ୍ଧିତ

masiha

Leave a Comment

error: Content is protected !!