ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢଉଗାଁ ରେ ସାଇବର ଠକେଇ ଓ ନିଶାମୁକ୍ତ ସମାଜ ସଚେତନତା

ଢଉଗାଁ ରେ ସାଇବର ଠକେଇ ଓ ନିଶାମୁକ୍ତ ସମାଜ ସଚେତନତା

ଆସିକା, ୩୦/୮/୨୬ (ଶିବ ଶଙ୍କର ମିଶ୍ର ) ଧରାକୋଟ ବ୍ଲକର ଢଉଗାଁ ରେ ଧରାକୋଟ ପୋଲିସ ତରଫରୁ ସାଇବର ଠକେଇ ଓ ନିଶାମୁକ୍ତ ସମାଜ ଗଠନ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଥାନା ଅଧିକାରୀ ଚନ୍ଦ୍ରିକା ସ୍ୱାଇଁ ଙ୍କ ତତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଆସିକା ଉପଖଣ୍ଡ ପୋଲିସ ଅଧିକାରୀ ସୌରଭ ପ୍ରଧାନ ସମ୍ମାନୀତ ଅତିଥିଭାବେ ଆସିକା ଓକିଲ ସଂଘ ସଭାପତି ଛବିଳ ରାମ ମିଶ୍ର,ପୂର୍ବତନ ସଭାପତି ରବୀନ୍ଦ୍ର ନାଥ ଶର୍ମା, ଆଜିତ କୁମାର ଚୌଧୁରୀ, ସରପଞ୍ଚ ଶ୍ରୀମତୀ ମନୁ ପାତ୍ର , ନାଏବ ସରପଞ୍ଚ ଶ୍ରୀମତୀ ରେବତୀ ନାୟକ, ସାଂସଦ ପ୍ରତିନିଧି ମୁନା ପ୍ରଧାନ, ନାରୀନେତ୍ରୀ ଶ୍ରୀମତୀ ଭାରତୀ ପାତ୍ର , ପ୍ରମୁଖ ଉପସ୍ଥିତ ରହିଥିଲେ । ଏହି ଅବସରରେ ଅତିଥିମାନେ ଫେକ ଏକାଉଣ୍ଟ୍, ଫେକ ଆଇଡି ଖୋଲି କିଛି ଠକ ଶ୍ରେଣୀର ବ୍ୟକ୍ତି ନିରୀହ ଲୋକଙ୍କୁ ପ୍ରଲୋଭନ ଦେଖାଇ ଠକାମିର ଶୀକାର ବନାଇ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଜିବା ସହ ବେନାମୀ ଆଇଡି ଖୋଲି ବ୍ଲାକମେଲ କରି ହଇରାଣ ହରକତ କରୁଥିବା ଯୋଗୁଁ ସେମାନଙ୍କ ଠାରୁ ଦୂରରେ ରହିବା ସହ ନିଜ ନିଜର ଗୁପ୍ତ ତଥ୍ୟ ନଦେବା ପାଇଁ ସଚେତନ କରାଇଥିଲେ। ସେହିପରି ନିଜ ନିଜର ଜୀବନକୁ ସରସ ସୁନ୍ଦର କରିବା ସହ ନିଜର ପରିବାରର ସୁଖ ସମୃଦ୍ଧି ବୃଦ୍ଧି ପାଇଁ ନିଶାକୁ ନା କରିବା ସହ ଏହାର କୁପରିଣାମ ସମ୍ପର୍କରେ ଅବଗତ କରାଇ ନିଶାଠାରୁ ଦୂରେଇ ରହିବା ସହ ନିଶାମୁକ୍ତ ସମାଜ ଗଠନ ପାଇଁ ଅତିଥି ମାନେ ସଚେତନତା କରାଇଥିଲେ । ଅଙ୍ଗନୱାଡି କର୍ମୀ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଆଶା କର୍ମୀ ଓ ଗ୍ରାମବାସି ମାନେ ଏଥିରେ ଉପସ୍ଥିତ ରହିଥିବା ବେଳେ ଶିବ ମହାନ୍ତି, ଦ୍ୱାରିକା ପରିଡ଼ା, ଟୁକୁନା ନାହାକ ପ୍ରମୁଖ ସହଯୋଗ ପ୍ରଦାନ କରିଥିବା ବେଳେ ଅତିରିକ୍ତ ଥାନା ଅଧିକାରୀ ଅଞ୍ଜଳି ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ଦେବାଗାଁ ପଂଚାୟତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ଅନିମିୟତା,ସରପଞ୍ଚ ଙ୍କ ନାମରେ ସାଙ୍ଘାତିକ ଅଭିଯୋଗ

masiha

ୟୁଜିସି ନିୟମ ଲାଗୁ କରିବାକୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଝିପାଵନ୍ଧରେ କ୍ଲଷ୍ଟର ସ୍ତରୀୟ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ ସଚେତନତା କାର୍ଯ୍ୟକ୍ରମ 

Sunil Chandra Nayak

Leave a Comment

error: Content is protected !!