ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୀତା ଆବୃତ୍ତି କଲେ ୧୨୧ ଜଣ ପ୍ରତିଯୋଗୀ

 ଗୀତା ଆବୃତ୍ତି କଲେ ୧୨୧ ଜଣ ପ୍ରତିଯୋଗୀ

ଭବାନୀପାଟଣା ସହରର ବାଲାଜୀ ବିହାର ସ୍ଥିତ ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ବ୍ଲକସ୍ତରୀୟ ଗୀତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ପ୍ରଜ୍ଞାନ ମିଶନ ଆନୁକୂଲ୍ୟରେ ଆୟୋଜିତ ଏହି ପ୍ରତିଯୋଗିତାରେ ଭବାନୀପାଟଣା ବ୍ଲକର ବିଭିନ୍ନ ଶିକ୍ଷାନୁଷ୍ଠାନରୁ ୧୨୧ ଜଣ ପ୍ରତିଯୋଗୀ ଯୋଗଦେଇ ଶ୍ରୀମଦ୍‌ ଭଗବଦ୍‌ ଗୀତାର ବିଭିନ୍ନ ଅଧ୍ୟାୟ ଆବୃତ୍ତି କରିଥିଲେ।

ପ୍ରତିଯୋଗିତାରେ ତୃତୀୟରୁ ପଞ୍ଚମ ଶ୍ରେଣୀ ଗ୍ରୁପରେ ଦିବ୍ୟାଂଶୀ ପଣ୍ଡା ପ୍ରଥମ, ଆଦ୍ୟାଶା ଗୌଡ଼ ଓ ଅନୁକସ୍କା ପଟେଲ ଦ୍ୱିତୀୟ ଏବଂ ରିତେଶ ପଟେଲ ତୃତୀୟ ସ୍ଥାନ ଅଧିକାର କରିଥିଲେ।ସେହିପରି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଗ୍ରୁପରେ ପ୍ରିୟାଂଶୀ ମୁଣ୍ଡ ପ୍ରଥମ, ପୁନମ ସାହୁ ଦ୍ୱିତୀୟ ଏବଂ ଖ୍ରୀତ ପ୍ରଜ୍ଞାନ ଦାଶ ତୃତୀୟ ସ୍ଥାନ ହାସଲ କରିଥିଲେ।

ନବମରୁ ଉଚ୍ଚ ମାଧ୍ୟମିକ ସ୍ତର ଗ୍ରୁପରେ ବାବୁଲି ମାଝୀ ପ୍ରଥମ, ଭାନୁ ପ୍ରତାପ ନାୟକ ଦ୍ୱିତୀୟ ଏବଂ ଲବଣି କାନ୍ତ ବୋଡ଼କିଆ ତୃତୀୟ ସ୍ଥାନ ଅଧିକାର କରିଥିଲେ। ବିଜେତାମାନଙ୍କୁ ଅତିଥିମାନଙ୍କ ପକ୍ଷରୁ ପୁରସ୍କୃତ କରାଯାଇଥିଲା ଏହିକାର୍ଯ୍ୟକ୍ରମରେ ପ୍ରଜ୍ଞାନ ମିଶନର ଜିଲ୍ଲା ସଂଯୋଜକ ଗିରିଜା ଶଙ୍କର ବାବୁଙ୍କ ସମେତ ସନତ ମହାପାତ୍ର, ସୁଶ୍ରୀ ସବିତା ପଟନାୟକ, ନୀଳକଣ୍ଠ ବେହେରା, ହେମନ୍ତ ମୁଣ୍ଡ, ବିଭୂତି ଭୂଷଣ ପଣ୍ଡା ଓ ସନ୍ତୋଷ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ।ବିଚାରକ ଭାବେ ହେମନ୍ତ ମୁଣ୍ଡ, ଅରୁଣ ପାଣିଗ୍ରାହୀ, ଆଦିତ୍ୟ ବେହେରା, ବିଶ୍ୱନାଥ ଦାସ, ଦୁଷ୍ମନ୍ତ ମୁଣ୍ଡ ଓ ସୁଚିତ୍ରା ତ୍ରିପାଠୀ ପ୍ରମୁଖ ଦାୟିତ୍ୱ ତୁଲାଇଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

Related posts

ରାଇରଙ୍ଗପୁରରେ ଜଙ୍ଗଲ ଅଧିକାର ଆଇନ ଉପରେ ତାଲିମ ଶିବିର 

Sunil Chandra Nayak

ବେଲପଡା ରେ ଜିଲ୍ଲା ସ୍ତରୀୟ ବିଶ୍ୱ ଆଦିବାସୀ ଦିବସ ପାଳିତ

masiha

ଡିସୈାଜା ସ୍କୁଲର ୬୬ତମ ବାର୍ଷିକୋତ୍ସବ 

masiha

Leave a Comment

error: Content is protected !!