ହଜିଯାଇଥିବା ବରହମପୁର ଏମକେସିଜି ଡାକ୍ତର ଛାତ୍ରଙ୍କୁ ଉଦ୍ଧାର କଲେ ତିରିଙ୍ଗ ଥାନା ଅଧିକାରୀ
ତିରିଙ୍ଗ ୮/୯ ( ଆପ୍ର ):- ବରହମପୁର ଏମକେସିଜି ମେଡିକାଲ କଲେଜର ଛାତ୍ର ସାଗର ସାହୁ ( ୨୦ ) ପିତା ରବୀନ୍ଦ୍ର ସାହୁ ଗତ କିଛି ଦିନ ହେଲା ନିରୁଦ୍ଧିଷ୍ଟ ଥିଲେ। ତାଙ୍କ ଘର ଯାଜପୁର ଜିଲ୍ଲା କୁଆଖିଆ ଥାନା କାପାଲି ଗ୍ରାମରେ ଅଟେ। ସେ ନିରୁଦ୍ଧିଷ୍ଟ ହୋଇଥିବା ଖବର ତାଙ୍କ ପିତାମାତା ଜାଣିଲା ପରେ ତାଙ୍କ ପିତା ମାତା ବରହମପୁରର ବୈଦ୍ୟନାଥପୁର ଥାନାରେ ଏ ନେଇ ଲିଖିତ ଅଭିଯୋଗ ଦେଇଥିଲେ। ଏହା ପରେ ସେହି ଥାନାର ଅଧିକାରୀ ବିଭିନ୍ନ ଉପାୟରେ ଛାତ୍ର ବାବଦରେ ଖୋଜ ଖବର ରଖି ଆସୁଥିଲେ।
ଆଜି କୌଣସି ସୂତ୍ରରୁ ତିରିଙ୍ଗ ଥାନା ଆଇଆଇସି ରାମଚନ୍ଦ୍ର ସେଠି ଖବର ପାଇଲେ ଯେ ସେ ଛାତ୍ର ନିକଟ ଜାମସେଦପୁର ( ଟାଟା ) ରୁ ବସ ଯୋଗେ ରାଇରଙ୍ଗପୁର ପଟକୁ ଆସୁଛି। ସେ କାଳ ବିଳମ୍ବ ନ କରି ସଙ୍ଗେ, ସଙ୍ଗେ ସମସ୍ତ ଗାଡି ଗୁଡିକୁ ତାଲାସି ନେବାରୁ ସେ ଛାତ୍ରକୁ ଚି଼ହ୍ନି ପାରି ତାକୁ ଅଟକ ରଖି ଥାନାରେ ରଖି ତାଙ୍କ ପିତା ମାତାଙ୍କୁ ଖବର ଦେଇ ନିଜ କାର୍ଯ୍ୟ ତଥା ଧର୍ମ କୁ ଠିକ ଭାବରେ ତୁଲାଇ ନିଜ ମହାନତାର ପରିଚୟ ଦେଇ ଗୋଟିଏ ପରିବାରକୁ ଆନନ୍ଦ ଦେଇଛନ୍ତି। ତାଙ୍କର ଏହି ମହାନ କାର୍ଯ୍ୟ ପାଇଁ ସବୁଠି ପ୍ରଶଂସିତ ହୋଇଛନ୍ତି।
ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍

