ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ-ଉଲ୍ଲାସ ଜନସଚେତନତା ପଦଯାତ୍ରା

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ-ଉଲ୍ଲାସ ଜନସଚେତନତା ପଦଯାତ୍ରା 

କନ୍ଧମାଳ, ତା, ୧୦/୦୯:(ମନିସ): ଅନ୍ତର୍ଜାତିକ ପକ୍ଷ ପାଳନ ଅବସରରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ-ଉଲ୍ଲାସ ଜନସଚେତନତା ପଦଯାତ୍ରା ମହାସମାରୋହରେ ପାଳନ ହୋଇଯାଇଛି । ଜିଲ୍ଲା ଶିକ୍ଷାଧୁକାରୀ, କନ୍ଧମାଳ ଙ୍କ ଅନୁରୋଧ କ୍ରମେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରି ପତାକା ଦେଖାଇ ପଦଯାତ୍ରା ରାଲି କୁ ଆରମ୍ଭ କରିଥିଲେ । ଏଥିରେ ସଞ୍ଜୟ କୁମାର ପାତ୍ର, ଜିଲ୍ଲା ଶାରିରୀକ ଶିକ୍ଷା ଅଧୁକାରୀ, କନ୍ଧମାଳ, ସିମାଞ୍ଚଳ ସ୍ବାଇଁ, ବିଜ୍ଞାନ ନିରିକ୍ଷକ, କନ୍ଧମାଳ ଏବଂ ସମସ୍ତ ସ୍କାଉଟ ଶିକ୍ଷକ, ଜୁନିୟର ରେଡକ୍ରସ କାଉନସେଲର, ଶାରିରୀକ ଶିକ୍ଷକ ମାନେ ଉପସ୍ଥିତ ରହି କାର୍ଯ୍ୟକୁ ସଫଳ ମଣ୍ଡିତ କରିଥିଲେ । ପ୍ରାୟ ୨୦୦ ଜଣ ସ୍କାଉଟ, ଗାଇଡ, ଜୁନିୟର ରେଡକ୍ରସ ଏବଂ ଏନସିସି ତଥା ସିଭିଲିଆନ ଛାତ୍ର ଛାତ୍ରୀମାନେ ସ୍ଲୋଗାନ ଦେଇ ସମଗ୍ର ଫୁଲବାଣୀ ନଗର ପରିକ୍ରମା କରିଥିଲେ । ପଦଯାତ୍ରା ରାଲି ଜିଲ୍ଲାପାଳ କାର୍ଯ୍ୟ।ଳୟ ଠାରୁ ଆରମ୍ଭ ହୋଇ ମାଷ୍ଟରପଡା ଛକ, କଣ୍ଟ୍ରାକ୍ଟର ପଡା ଛକ, ମେଡିକାଲ ଛକ ହୋଇ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ନିକଟରେ ପହଞ୍ଚି ଥୁଲା । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି କନ୍ଧମାଳ ଜିଲ୍ଲାର ସମସ୍ତ ପନ୍ଦର ବର୍ଷରୁ ଉର୍ଦ୍ଧ ଅଣ ସାକ୍ଷର ପ୍ରୌଢ ମହିଳା ଏବଂ ପୁରୁଷ ମାନେ ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ନବ ଭାରତ ସାକ୍ଷରତା-ଉଲ୍ଲାସ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଶିକ୍ଷିତ ହୋଇ ଶିକ୍ଷିତ ହେବାର ପ୍ରମାଣପତ୍ର ପାଇବେ ଯାହା ଫଳରେ ସମଗ୍ର କନ୍ଧମାଳ ଜିଲ୍ଲା ଶତ ପ୍ରତିଶତ ସାକ୍ଷର ଘୋଷିତ ହୋଇ ପାରିବ ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ନବରଙ୍ଗପୁରଠାରେ ଶିଶୁ ଏବଂ କିଶୋର କିଶୋରୀମାନଙ୍କ ହୃଦରୋଗ ଚିହ୍ନଟୀକରଣ ଶିବିରଅନୁଷ୍ଠିତ 

masiha

ବୁଢ଼ୀପଦର ଓ ପଣ୍ଡକୁଳ ଗ୍ରାମର ଭୁଲିଆ ପାଇଲେ ନିଜସ୍ୱ ଅଧିକାର 

masiha

ନବରଙ୍ଗପୂର ଠାରେ ଜିଲ୍ଲା ସ୍ତରୀୟ “ନିପୁଣ ଓଡ଼ିଶା ମେଳା”

masiha

Leave a Comment

error: Content is protected !!