ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ-ଉଲ୍ଲାସ ଜନସଚେତନତା ପଦଯାତ୍ରା

ନବଭାରତ ସାକ୍ଷରତା କାର୍ଯ୍ୟକ୍ରମ-ଉଲ୍ଲାସ ଜନସଚେତନତା ପଦଯାତ୍ରା 

କନ୍ଧମାଳ, ତା, ୧୦/୦୯:(ମନିସ): ଅନ୍ତର୍ଜାତିକ ପକ୍ଷ ପାଳନ ଅବସରରେ ନବ ଭାରତ ସାକ୍ଷରତା କାର୍ଯ୍ୟକ୍ରମ-ଉଲ୍ଲାସ ଜନସଚେତନତା ପଦଯାତ୍ରା ମହାସମାରୋହରେ ପାଳନ ହୋଇଯାଇଛି । ଜିଲ୍ଲା ଶିକ୍ଷାଧୁକାରୀ, କନ୍ଧମାଳ ଙ୍କ ଅନୁରୋଧ କ୍ରମେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଏହି କାର୍ଯ୍ୟକ୍ରମ କୁ ଉଦଘାଟନ କରି ପତାକା ଦେଖାଇ ପଦଯାତ୍ରା ରାଲି କୁ ଆରମ୍ଭ କରିଥିଲେ । ଏଥିରେ ସଞ୍ଜୟ କୁମାର ପାତ୍ର, ଜିଲ୍ଲା ଶାରିରୀକ ଶିକ୍ଷା ଅଧୁକାରୀ, କନ୍ଧମାଳ, ସିମାଞ୍ଚଳ ସ୍ବାଇଁ, ବିଜ୍ଞାନ ନିରିକ୍ଷକ, କନ୍ଧମାଳ ଏବଂ ସମସ୍ତ ସ୍କାଉଟ ଶିକ୍ଷକ, ଜୁନିୟର ରେଡକ୍ରସ କାଉନସେଲର, ଶାରିରୀକ ଶିକ୍ଷକ ମାନେ ଉପସ୍ଥିତ ରହି କାର୍ଯ୍ୟକୁ ସଫଳ ମଣ୍ଡିତ କରିଥିଲେ । ପ୍ରାୟ ୨୦୦ ଜଣ ସ୍କାଉଟ, ଗାଇଡ, ଜୁନିୟର ରେଡକ୍ରସ ଏବଂ ଏନସିସି ତଥା ସିଭିଲିଆନ ଛାତ୍ର ଛାତ୍ରୀମାନେ ସ୍ଲୋଗାନ ଦେଇ ସମଗ୍ର ଫୁଲବାଣୀ ନଗର ପରିକ୍ରମା କରିଥିଲେ । ପଦଯାତ୍ରା ରାଲି ଜିଲ୍ଲାପାଳ କାର୍ଯ୍ୟ।ଳୟ ଠାରୁ ଆରମ୍ଭ ହୋଇ ମାଷ୍ଟରପଡା ଛକ, କଣ୍ଟ୍ରାକ୍ଟର ପଡା ଛକ, ମେଡିକାଲ ଛକ ହୋଇ ଏ.ଜେ.ଓ. ଉଚ୍ଚ ବିଦ୍ୟାଳୟ ନିକଟରେ ପହଞ୍ଚି ଥୁଲା । ଉକ୍ତ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ ହେଉଛି କନ୍ଧମାଳ ଜିଲ୍ଲାର ସମସ୍ତ ପନ୍ଦର ବର୍ଷରୁ ଉର୍ଦ୍ଧ ଅଣ ସାକ୍ଷର ପ୍ରୌଢ ମହିଳା ଏବଂ ପୁରୁଷ ମାନେ ଭାରତ ସରକାରଙ୍କ ଦ୍ବାରା ପରିଚାଳିତ ନବ ଭାରତ ସାକ୍ଷରତା-ଉଲ୍ଲାସ କାର୍ଯ୍ୟକ୍ରମରେ ସାମିଲ ହେବେ ଏବଂ ଶିକ୍ଷିତ ହୋଇ ଶିକ୍ଷିତ ହେବାର ପ୍ରମାଣପତ୍ର ପାଇବେ ଯାହା ଫଳରେ ସମଗ୍ର କନ୍ଧମାଳ ଜିଲ୍ଲା ଶତ ପ୍ରତିଶତ ସାକ୍ଷର ଘୋଷିତ ହୋଇ ପାରିବ ।

ରିପୋର୍ଟ:-ସଞ୍ଜୟ କୁମାର ପାଣିଗ୍ରାହୀ

Related posts

ପ୍ରଧାନମନ୍ତ୍ରୀ ସୁରକ୍ଷିତ ମାତୃତ୍ଵ ଅଭିଯାନ (PMSMA)ର ୧୦ ବର୍ଷ ପୂର୍ତି ଅବସରରେ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ରରେ ଉତ୍ସବ ପାଳିତ

ସଟ ସର୍କିଟରେ ଜଳି ଗଲା ମିକ୍ସଚର୍ ଫ୍ୟାକ୍ଟ୍ରି :୧୦ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ବ ମୂଲ୍ୟର ସାମଗ୍ରୀ ଜଳି ପାଉଁଶ

masiha

୧- ମୃତ ହାତୀର କଙ୍କାଳ ଉଦ୍ଧାର ,୨- ବଡକମର-ମୁକ୍ତାପଶି ପୂର୍ବ ରାସ୍ତାରେ ଅନିୟମିତତା ବର୍ଷେ ନହେଉଣୁ ଭାଙ୍ଗିଲାଣି ପୋଲ ପାର୍ଶ୍ବ ରାସ୍ତା, ୩- ବଜ୍ରପାତରେ ଦୁଇ ଭଉଣୀ ଗୁରୁତର,୪- ମହାପଦା ଗାଁରେ ଦନ୍ତା ଆତଙ୍କ, ଦିନବେଳା ପଶୁଛି ହାତୀ, ଭାଙ୍ଗୁଛି ବାଡ଼ି ଓ କାନ୍ଥ, କୋକୂଆ ଭୟରେ ଗ୍ରାମବାସୀ,୫- ମାଙ୍କଡ଼ା ପଥର ମାଫିଆଙ୍କ ଚରାଭୂଇଁ ଇନ୍ଦିପୁର ବେଆଇନ ଭାବେ ଚାଲୁଛି ୩୦ ଖଣି

Sunil Chandra Nayak

Leave a Comment

error: Content is protected !!