ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ଡ଼. ଶିବରାମ ନାୟକଙ୍କ ଅଭିନବ ପ୍ରୟାସ; ପରିବେଶ ସୁରକ୍ଷା ପାଇଁ ଆପଣାଇଲେ ‘RRR’ ମନ୍ତ୍ର

ବିଶିଷ୍ଟ ଶିକ୍ଷାବିତ ତଥା ସମାଜସେବୀ ଡ଼. ଶିବରାମ ନାୟକଙ୍କ ଅଭିନବ ପ୍ରୟାସ; ପରିବେଶ ସୁରକ୍ଷା ପାଇଁ ଆପଣାଇଲେ ‘RRR’ ମନ୍ତ୍ର

ଭବାନୀପାଟଣା ତା ୧୧/୦୯/୨୦୨୬ ରିଖ : ଆଜିର ଆଧୁନିକ ସମାଜରେ ପ୍ଲାଷ୍ଟିକ ଜନିତ ପ୍ରଦୂଷଣ ଏକ ବଡ଼ ସମସ୍ୟା ପାଲଟିଥିବା ବେଳେ, ଏହାର ନିରାକରଣ ପାଇଁ ନିଜେ ଉଦାହରଣ ସାଜିଛନ୍ତି ବିଶିଷ୍ଠ ଶିକ୍ଷାବିତ ତଥା ସମାଜସେବୀ ତଥା ଭବାନୀପାଟଣା ସ୍ଥିତ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ର ଅଧ୍ୟକ୍ଷ ଓ ପ୍ରତିଷ୍ଠାତା ଡ଼. ଶିବରାମ ନାୟକ। ପରିବେଶକୁ ସ୍ୱଚ୍ଛ ଓ ପ୍ଲାଷ୍ଟିକମୁକ୍ତ ରଖିବା ପାଇଁ ସେ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛନ୍ତି। ସୂଚନା ଅନୁଯାୟୀ, ଡ଼. ନାୟକ ନିଜ ଦୈନନ୍ଦିନ ଜୀବନରେ ବ୍ୟବହୃତ ହେଉଥିବା ସମସ୍ତ ଜରି ଓ ପ୍ଲାଷ୍ଟିକ ବ୍ୟାଗକୁ ଫିଙ୍ଗି ନଦେଇ ସେଗୁଡ଼ିକୁ ପ୍ରତିମାସରେ ସଂଗ୍ରହ କରି ରଖନ୍ତି। ପରେ ସେହି ସବୁ ବ୍ୟବହୃତ ପ୍ଲାଷ୍ଟିକକୁ ସେ ଦୋକାନୀମାନଙ୍କୁ ଫେରସ୍ତ କରିଦିଅନ୍ତି, ଯଦ୍ୱାରା ସେଗୁଡ଼ିକ ପୁନର୍ବାର ବ୍ୟବହାର ଉପଯୋଗୀ ହୋଇପାରିବ। ପରିବେଶ ସୁରକ୍ଷାର ମୂଳମନ୍ତ୍ର *’Reuse, Reduce, Recycle’ (RRR)* ଅର୍ଥାତ “ପୁନଃ ବ୍ୟବହାର, ବ୍ୟବହାର ହ୍ରାସ ଏବଂ ପୁନଃ ଚକ୍ରଣ” ପ୍ରକ୍ରିୟାକୁ ସେ ଅକ୍ଷରେ ଅକ୍ଷରେ ପାଳନ କରୁଛନ୍ତି। ଏହି ଅବସରରେ ଡ଼. ଶିବରାମ ନାୟକ ଜନସାଧାରଣଙ୍କୁ ଆହ୍ୱାନ ଦେଇ କହିଛନ୍ତି ଯେ, ପୃଥିବୀକୁ ସବୁଜ ସୁନ୍ଦର ରଖିବା ଆମ ସମସ୍ତଙ୍କର ଦାୟିତ୍ୱ। ଯଦି ସମସ୍ତେ ଏହି ଉପାୟ ଆପଣାଇବେ, ତେବେ ପରିବେଶ ବହୁ ମାତ୍ରାରେ ପ୍ରଦୂଷଣମୁକ୍ତ ହୋଇପାରିବ। ତାଙ୍କର ଏଭଳି ଦେଶାତ୍ମବୋଧକ ତଥା ପରିବେଶ ଉପଯୋଗୀ ଚିନ୍ତାଧାରାକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Related posts

ଜିଲ୍ଲା ପରିଷଦ ମୁଖ୍ୟ ନିର୍ବାହୀ ଅଧିକାରୀଙ୍କ କୋକସରା ବ୍ଲକ ଗସ୍ତ, ଉନ୍ନୟନ କାର୍ଯ୍ୟର ସମୀକ୍ଷା

masiha

ଏଲ ଏଚଭି ଙ୍କ ଅବସର ଗ୍ରହଣ 

masiha

୧- ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ  , – ବନ୍ଧୁଗାଁ ବ୍ଲକ ଗସ୍ତରେ ବିଧାୟକ, ନାରାୟଣ ସାଗର ପରିଦର୍ଶନ କଲେ 

Sunil Chandra Nayak

Leave a Comment

error: Content is protected !!