ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୀଟ ପୋକ କାମୁଡ଼ା ର ଉପଚାର ସମ୍ବନ୍ଧୀୟ ସଚେତନତା ଶିବିର

କୀଟ ପୋକ କାମୁଡ଼ା ର ଉପଚାର ସମ୍ବନ୍ଧୀୟ ସଚେତନତା ଶିବିର

ଭବାନୀପାଟଣା :ଏସବିଆଇ ଓ ରାମକୀ ଫାଉଣ୍ଡେସନ ପକ୍ଷରୁ ଶନିବାର ଦିନ କେସିଙ୍ଗା ବ୍ଲକ ଚିଚର୍ଲା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବର୍ଷା ଦିନରେ କୀଟ ପୋକ କାମୁଡ଼ାରେ ହେଉଥିବା ରୋଗ ଓ ତାହାର ଉପଚାର ସମ୍ବନ୍ଧୀୟ ବିଷୟରେ ଏକ ସଚେତନତା ଶିବିର ବିଦ୍ୟାଳୟର ପ୍ରଧାନ ଶିକ୍ଷକ କୃଷ୍ଣଚନ୍ଦ୍ର ନାଏକ ଙ୍କ ତତ୍ବାବଧାନରେ ଅନୁଷ୍ଠିତ ହୋଇଥିଲା।ରାମକୀ ଫାଉଣ୍ଡେସନ ର ଡାକ୍ତର ବିମଳ ଚରଣ ଷଡଙ୍ଗୀ ଉପସ୍ଥିତ ଛାତ୍ର ଛାତ୍ରୀ ମାନଙ୍କୁ କିପରି କୀଟ ପୋକ କାମୁଡ଼ା ରୁ ନିଜକୁ ସୁରକ୍ଷିତ ରଖିବେ ଓ କିପରି ଉପଚାର କରିବେ ଉକ୍ତ ବିଷୟ ଉପରେ ବୁଝାଇବା ସହିତ ଯେତେବେଳେ ବି କିଛି କୀଟ ପୋକ କାମୁଡ଼ିଲେ ଯଥା ଶୀଘ୍ର ନିକଟସ୍ଥ ସ୍ଵାସ୍ଥ୍ୟ କେନ୍ଦ୍ର କୁ ଯିବା ପାଇଁ ପରାମର୍ଶ ଓ ଦେଇଥିଲେ।ଉକ୍ତ କାର୍ଯ୍ୟକ୍ରମରେ ରାମକୀ ଫାଉଣ୍ଡେସନ ର ଜିଲ୍ଲା ପିସି, ଫାର୍ମାସିଷ୍ଟ ଜୋସ୍ନାରାଣୀ ବେହେରା,ଏସ ଏନ୍ ପଙ୍କଜିନୀ ରଣା ,ଏଲ ଟି ନୀତୁ ନାଏକ, ନିରଞ୍ଜନ ହାତୀ ପ୍ରମୁଖ ଉପସ୍ଥିତ ଥିବା ବେଳେ ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରୀ ତପସ୍ଵନି ସାହୁ ଓ ଲକ୍ଷ୍ମୀଧର ବାଇ। ଏସ ବି ଆଇ ଏବଂ ରାମକୀ ଫାଉଣ୍ଡେସନ ର ଉକ୍ତ କାର୍ଯ୍ୟକ୍ରମ କୁ ଗ୍ରାମବାସୀ ମାନେ ପ୍ରଶଂସା କରିଥିଲେ।

ବିଦ୍ୟାଧର ସାହୁ ରିପୋର୍ଟ…

Related posts

ମନରେଗା ଶ୍ରମିକ ଙ୍କୁ ଉତ୍ସାହିତ କରିବା ପାଇଁ ମାଟି ବୋହିଲେ ଜୟନ୍ତପୁର ମହିଳା ସରପଞ୍ଚ ଜୟନ୍ତୀ ବାଗ

masiha

ଡାବୁଗାଁ ବ୍ଲକରେ ୧୭ ଟି ମଡେଲ ବୁଥ 

masiha

ପରିବେଶ ସୁରକ୍ଷା ଓ ସୁସ୍ଥ ଜୀବନଶୈଳୀ ପାଇଁ ସାଇକେଲ ଶୋଭାଯାତ୍ରା

masiha

Leave a Comment

error: Content is protected !!