ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହାବିଦ୍ୟାଳୟରେ ମାସା ସଂଗଠନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ରାଇରଙ୍ଗପୁର ମହାବିଦ୍ୟାଳୟରେ ମାସା ସଂଗଠନ ପକ୍ଷରୁ ସ୍ୱଚ୍ଛ ଭାରତ ଅଭିଯାନ

ରାଇରଙ୍ଗପୁର ୧୧/୯(ନି ପ୍ର )ରାଇରଙ୍ଗପୁର ମହାବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ଓ ପରିଷ୍କାର ରଖିବା ଉଦ୍ଦେଶ୍ୟରେ ମାସା ସଂଗଠନ ପକ୍ଷରୁ ଏକ ସ୍ୱଚ୍ଛତା ଅଭିଯାନ ଆୟୋଜନ କରାଯାଇଥିଲା। ସଂଗଠନର ସଦସ୍ୟମାନେ ମହାବିଦ୍ୟାଳୟର ଚାରିପାଖ ଅଞ୍ଚଳରେ ସଫେଇ କାର୍ଯ୍ୟ କରିବା ସହ ଆବର୍ଜନା ସଂଗ୍ରହ କରି ପରିସରକୁ ପରିଷ୍କାର କରିଥିଲେ।

ଏହି ଅବସରରେ ସ୍ୱଚ୍ଛତାର ଗୁରୁତ୍ୱ ଓ ପରିବେଶକୁ ପରିଷ୍କାର ରଖିବା ନେଇ ସଚେତନତା ସୃଷ୍ଟି କରାଯାଇଥିଲା। ମହାବିଦ୍ୟାଳୟ ପରିସରକୁ ସ୍ୱଚ୍ଛ ରଖିବା ସହ ଆଖପାଖ ଅଞ୍ଚଳରେ ସ୍ୱଚ୍ଛତା ବଜାୟ ରଖିବା ପାଇଁ ସମସ୍ତଙ୍କୁ ଆହ୍ୱାନ ଦିଆଯାଇଥିଲା।

ମାସା ସଂଗଠନର ଏହି ପଦକ୍ଷେପକୁ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ଅଧ୍ୟାପକ-ଅଧ୍ୟାପିକା ଓ ସ୍ଥାନୀୟ ଲୋକେ ପ୍ରଶଂସା କରିଥିଲେ। ଏଭଳି ସ୍ୱଚ୍ଛତା ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ ବୋଲି ସଂଗଠନ ପକ୍ଷରୁ କୁହାଯାଇଛି।

ରାଇରଙ୍ଗପୁର ରୁ ଅକ୍ଷୟ ବିଶ୍ବାଳ

Related posts

ପିକନିକ ସ୍ପଟ ନେହେରୁ ବଙ୍ଗଳା ,ସାମୁଦ୍ରିକ ଉପକୂଳରେ ସାମ୍ବାଦିକ ସୁରକ୍ଷା ସମିତିର ବନ ମହୋତ୍ସବ 

Sunil Chandra Nayak

ରାଇରଙ୍ଗପୁର ଉଚ୍ଚ ବାଳିକା ପରିସରରେ ଛାତ୍ରଛାତ୍ରୀଙ୍କ ଚକ୍ଷୁ ପରୀକ୍ଷା

masiha

ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ବାର୍ଷିକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!