ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆସିକା ଠାକୁର ଅନୁକୂଳଚନ୍ଦ୍ରଙ୍କ ଶୁଭ ଆବିର୍ଭାବ ଦିବସ ପାଳିତ

ଆସିକା ଠାକୁର ଅନୁକୂଳଚନ୍ଦ୍ରଙ୍କ ଶୁଭ ଆବିର୍ଭାବ ଦିବସ ପାଳିତ

ଆସିକା, ୧୭/୯/୨୬(ଶିବ ଶଙ୍କର ମିଶ୍ର ) ସ୍ଥାନୀୟ କଳିଙ୍ଗ ରୋଡ୍ ସ୍ଥିତ ସତ୍‌ସଙ୍ଗ ବିହାର ପରିସରରେ ବୁଧବାର ପରମ ପ୍ରେମମୟ ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୯ ତମ ଶୁଭ ଆବିର୍ଭାବ ଦିବସ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ ଭୋର ସମୟରେ ବେଦ ମାଙ୍ଗଳିକ ଓ ନହରତ, ଉଷା କୀର୍ତ୍ତନ, ସମବେତ ଉଷା ବିନତୀ,ମାତୃ ସମ୍ମିଳନୀ, ସତ୍‌ସଙ୍ଗ, ନାମଜପ ଓ ଗ୍ରନ୍ଥପାଠ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା। ବ୍ରହ୍ମପୁର ସତ୍‌ସଙ୍ଗ ବିହାରର ସହପ୍ରତିରୀତିକ୍ ଏନ୍. ହରିଶଙ୍କର ଚୌଧୁରୀ, କୋରାପୁଟ ସ୍ଥିତି ସେମିଳିଗୁଡା ସତ୍‌ସଙ୍ଗ ବିହାରର ସହପ୍ରତିରୀତିକ୍ ଭଗବାନ ସାହୁ, ଆସିକା ସତ୍‌ସଙ୍ଗ ବିହାରର ଉତ୍ସବ କମିଟିର ସଭାପତି ପପୁନ୍ କୁମାର ସାହୁ,କୋଷାଧ୍ୟକ୍ଷ ହିମାଂଶୁ କୁମାର ସ୍ବାଇଁ, ଯାଜକ ରବିନ୍ଦ୍ର କୁମାର ନାୟକ, ଅଧୁର୍ଯ୍ୟ ନାରାୟଣ ପାତ୍ର, ଆସିକା ସତ୍ସଙ୍ଗ ବିହାରର ମୁଖ୍ୟ ପରିଚାଳକ ନାରାୟଣ ବେହେରା, କୋଷାଧ୍ୟକ୍ଷ ଶିବରାମ ମହାରଣା, ହିସାବରକ୍ଷକ ଜିତେନ୍ଦ୍ର କୁମାର ସେଠୀ, ସହ ହିସାବରକ୍ଷକ ଦିନେଶ୍ କୁମାର ସେଠୀ ପ୍ରମୁଖ ଯୋଗଦେଇ ପରମ ପ୍ରେମମୟ ଠାକୁର ଶ୍ରୀଶ୍ରୀ ଅନୁକୂଳଚନ୍ଦ୍ରଙ୍କ ଦିବ୍ୟଜୀବନୀ ସଂପର୍କରେ ବହୁ ଶିକ୍ଷଣୀୟ ସୂଚନା ପ୍ରଦାନକରିଥିଲେ। ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ କିଶୋର ଚନ୍ଦ୍ର ନାହାକ, ଚନ୍ଦ୍ରଶେଖର ମହାରଣା, ଶ୍ରୀନିବାସ କାମ୍ପ, ରାମଚନ୍ଦ୍ର ଜେନା, ରଜନୀକାନ୍ତ ଦାଶ, ନୀଳମାଧବ ବେହେରା, ହିମାଂଶୁ ସ୍ବାଇଁ, ହଜାରୀ ବେହେରା, ସନ୍ୟାସୀ ଜେନା, ଇଂ ସଚ୍ଚିଦାନନ୍ଦ ରାଉତ, ନିଗମାନନ୍ଦ ରାଉତ, କିଶୋର ଚନ୍ଦ୍ର ନାହାକ, ଭିକାରୀ ଚରଣ ପାତ୍ର, ରବିନ୍ଦ୍ର କୁମାର ସାହୁ, ପପୁନ୍ କୁମାର ସାହୁ, ରାଜେନ୍ଦ୍ର ପାତ୍ର, ପ୍ରକାଶ ରାଓ ଦୋରା, ଗୋଲାପ ପ୍ରଧାନ, ଗୋଲାପ ସାହୁ, ଅନିତା ନାୟକ, ଭାଗ୍ୟଲତା ବେହେରା, ରୁନୁ ସାହୁ, ପ୍ରକାଶ ଚନ୍ଦ୍ର ରେଡି, ବିଜୟ କୁମାର ନାହାକ, ହରେକୃଷ୍ଣ ପ୍ରଧାନ,କାଳୀଚରଣ ପଟ୍ଟନାୟକ, ବଳରାମ ମହାରଣା, ସନ୍ତୋଷ କୁମାର ଗୌଡ, କୃଷ୍ଣଚନ୍ଦ୍ର ପ୍ରଧାନ ପ୍ରମୁଖ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। ଅପରାହ୍ନରେ ମାତୃ ସମ୍ମିଳନୀ ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା I ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଶହଶହ ସଂଖ୍ୟାରେ ପୁରୁଷ ଓ ମହିଳା ଶ୍ରଦ୍ଧାଳୁ ଭକ୍ତମାନେ ସତ୍‌ସଙ୍ଗ କାର୍ଯ୍ୟକ୍ରମରେ ସାମିଲ ହୋଇ ଭଜନ କୀର୍ତ୍ତିନ କରିବା ଦୃଶ୍ୟ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଥିଲା

Related posts

ଓ୍ବାଇବିପିଏସ ରୁପ୍ରାରୋଡର ବାର୍ଷିକୋତ୍ସବ ଉଦଯାପିତ

masiha

ତପୋବନ ମେଳା ପ୍ରସ୍ତୁତି ବୈଠକ ଅନୁଷ୍ଠିତ

masiha

ଗ୍ରାମ୍ୟ ରାସ୍ତାରେ ଶହ ଶହ ମାଲବାହୀ ଟ୍ରକ, ବେହାଲ ରାସ୍ତା ଯୋଗୁଁ ସମସ୍ୟା ଭୋଗୁଛନ୍ତି ଗ୍ରାମବାସୀ

masiha

Leave a Comment

error: Content is protected !!