ଗୁଳି ଫୁଟାଇ ଟଙ୍କା ଲୁଟ ଘଟଣାରେ ଝାଡଖଣ୍ଡରୁ ଡକାୟତ ଗିରଫ: ଟଙ୍କା,ମୋବାଇଲ, ଲୁହାରଡ ଜବତ:
ରାଇରଙ୍ଗପୁର – ୧୮/୦୮ ; ଦିନ ଦ୍ବିପହରେ ଗୁଳି ଫୁଟାଇ ଲକ୍ଷାଧିକ ଟଙ୍କା ଲୁଟିନେଇଥିଲେ ଦୁର୍ବୃତ୍ତ | ଏଭଳି ଏକ ଅଭାବନୀୟ ଘଟଣା ଘଟିଥିଲା ଯଶିପୁର ଥାନା ଅଞ୍ଚଳରେ । ଯଶିପୁର – ରରୁଆଁ ରୋଡ଼ର ମଣଦା ଠାରେ ଥିବା ପଂଜାବ ନ୍ୟାସନାଲ ବ୍ୟାଙ୍କ ର ଅନୁମୋଦନ ପାଇଥିବା କମନ ସର୍ଭିସ ସେଣ୍ଟରର ବ୍ୟବସାୟ ସହାୟକ ତଥା ବ୍ୟାଙ୍କ ମିତ୍ର ପ୍ରଦୀପ ମହାନ୍ତ ଙ୍କ ଠାରୁ ଗତ ସେପ୍ଟେମ୍ବର ୧୧ ତାରିଖ ଦିନ ମଣଦା ଛକ ଠାରେ ଥିବା ତାଙ୍କ ସହାୟତା କେନ୍ଦ୍ରରେ ବସିଥିବା ବେଳେ ଦୁଇଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଫାଙ୍କା ଗୁଳି ଚାଳନା କରି ତାଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇ ଡକାୟତ ମାନେ ଫେରାର ହୋଇଯାଇଥିଲେ।ସେତେବେଳେ ଘଟଣା ସ୍ଥଳରେ ଯଶିପୁର ଥାନା ପୋଲିସ ପହଞ୍ଚି ଛାନ୍ ଭିନ୍ ଜାରି ରଖିଥିଲେ ।ସାଇଣ୍ଟିଫିକ ଟିମ୍ ମଧ୍ଯ ଅନୁସନ୍ଧାନ କରି ଯାଇଥିଲେ। ପୂର୍ବାଞ୍ଚଳ ଡିଆଇଜି ପିନାକ ମିଶ୍ର ଙ୍କ ନିର୍ଦ୍ଦେଶ ରେ ତଥା ରାଇରଙ୍ଗପୁର ପୋଲିସ ଏସ୍ ପି ସୁରେଶ ଚନ୍ଦ୍ର ପାତ୍ର ତତ୍ତ୍ବାବଧାନରେ ତଦନ୍ତ ଚାଲିଥିଲା ।ଯଶିପୁର ଓ କରଞ୍ଜିଆ ପୋଲିସ ବହୁ ଅନୁସନ୍ଧାନ କରିବା ପରେ ଡକାୟତ ରେ ଜଡିତ ଥିବା ଝାଡଖଣ୍ଡ ରାଜ୍ୟ ମଝିଗାଁ ଥାନା ମଝିଗାଁ ଗ୍ରାମ ରୁ ଏମ୍ ଡି ନସରୁଦ୍ଧିନ କୁ ପୋଲିସ ଗିରଫ କରିପାରିଛି । ଆଉ ଜଣେ ଅଭିଯୁକ୍ତ ଫେରାର ଅଛି । ତାକୁ ଧରିବା ପାଇଁ ପୋଲିସ ଉଦ୍ୟମ ଜାରି ରହିଛି। ପୋଲିସ ଗିରଫ କରିଥିବା ଡକାୟତ ଠାରୁ ନଗଦ ୬୭ ହଜାର ୩ ଶହ ଟଙ୍କା, ୮ ଟି ମୋବାଇଲ ଫୋନ, ୨୦୦ ଗ୍ରାମ ରୂପା ଅଳଙ୍କାର, ୨ ଟି ଲୁହା ରଡ, ଗୋଟିଏ ହାମର୍, ଓ ବ୍ୟବହୃତ କଳା କପଡାକୁ ପୋଲିସ ଜବତ କରିଥିବାର କଂରଜିଆ ଏସଡିପିଓ ନବକୃଷ୍ଣ ନାୟକ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି । ଏ ସମ୍ପର୍କ ରେ ଯଶିପୁର ଥାନାରେ କେଶ ରୁଜୁ ହେବା ସହ ଗିରଫ ଡକାୟତ କୁ ଯଶିପୁର କୋର୍ଟ କୁ ଚାଲାଣ କରାଯାଇ ଥିବାର ପ୍ରକାଶ |
ରାଇରଙ୍ଗପୁରରୁ ଅକ୍ଷୟ ବିଶ୍ବାଳ

