ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାରରେ ସଙ୍ଗୀତା ବନ୍ଦିଛୋଡ ଟପ୍ପର

ଜୁନାଗଡ଼ ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାରରେ ସଙ୍ଗୀତା ବନ୍ଦିଛୋଡ ଟପ୍ପର

ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଧାକୃଷ୍ଣ ସରକାରୀ ଉଚ୍ଚ ବିଦ୍ୟାଳୟ , ମଥୁରା ଠାରେ ୧୯.୦୯.୨୦୨୭ ତାରିଖ ଶନିବାର ଦିନ ୮ ଘଟିକାରେ ଅନୁଷ୍ଠିତ ହୋଇଥିବା ବ୍ଲକ୍ ସ୍ତରୀୟ ବିଜ୍ଞାନ ସେମିନାରରେ କୁଲିହାରୀ ଉଚ୍ଚ ବିଦ୍ୟାଳୟ, କୁଲିହାରୀର ନବମ ଶ୍ରେଣୀର ଛାତ୍ରୀ ସଙ୍ଗୀତା ବନ୍ଦିଛୋଡ ପ୍ରଥମ ସ୍ଥାନ ଅଧିକାର କରି ବ୍ଲକ ଟପ୍ପର ହୋଇଛନ୍ତି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଜୁନାଗଡ଼ ବ୍ଲକ ଶିକ୍ଷାଧିକାରୀ ଶ୍ରୀ ତପନ ମାଝୀ , କୋକସରା ବ୍ଲକ ଶିକ୍ଷାଧିକାରୀ ଶ୍ରୀ ମହେଶ କୁମାର ଭାଟି, ସମ୍ମାନିତ ଅତିଥି ଭାବରେ ପିଏମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ଶ୍ରୀ ନେପାଳ ଚନ୍ଦ୍ର ବାଗ, BSRC ସମ୍ପାଦକ ଶ୍ରୀ ମଳୟ ମୁଣ୍ଡ, ବିଚାରକ ଭାବରେ ଶ୍ରୀ ମୋହମ୍ମଦ ଇମ୍ରାନ ଖାନ୍ ( ଭୌତିକ ବିଜ୍ଞାନ ଅଧ୍ୟାପକ) ଏବଂ ଶ୍ରୀ ହେମନ୍ତ ରଣା (ଜୀବ ବିଜ୍ଞାନ ଅଧ୍ୟାପକ) ଯୋଗଦାନ କରିଥିଲେ । ଏହି ବୈଠକ ରେ ସୁଶାନ୍ତ କୁମାର ଦୀପ କାର୍ଯ୍ୟକ୍ରମ ର ସଭାପତିତ୍ୱ କରିଥିଲେ ଓ ସ୍ୱାଗତ ଭାଷଣ ଦେଇ ଥିଲେ ଶ୍ରୀମତୀ ମୁକୁଳା ମଝି ବିଜ୍ଞାନ ଶିକ୍ଷୟତ୍ରୀ ପରିଚାଳନା କରିଥିଲେ ।

ଉକ୍ତ କାର୍ଯ୍ୟକ୍ରମରେ ଜୁନାଗଡ଼ ବ୍ଲକ ଅଧୀନରେ ଥିବା ୨୦ଟି ବିଦ୍ୟାଳୟର ଅଷ୍ଟମ, ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ , ସେଥି ମଧ୍ୟରୁ କୁଳିହାରୀ ଉଚ୍ଚ ବିଦ୍ୟାଳୟ ନବମ ଶ୍ରେଣୀ ଛାତ୍ରୀ ସଙ୍ଗୀତା ବନ୍ଦିଛୋଡ ପ୍ରଥମ ଓ ରାଧାକୃଷ୍ଣ ଉଚ୍ଚ ବିଦ୍ୟାଳୟ ପୁଷ୍ପିତା ମହାଳିକ ନବମ ଶ୍ରେଣୀ ଦ୍ଵିତୀୟ ସ୍ଥାନ ଅଧିକାର କରି ଥିଲେ ଆଗାମୀ ୨୩.୦୯.୨୦୨୬ ତାରିଖରେ ବ୍ଲକ ଟପ୍ପର ସଂଗୀତା ଭବାନୀପାଟଣା ଠାରେ ଅନୁଷ୍ଠିତ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବିଜ୍ଞାନ ସେମିନାର ପାଇଁ ମନୋନୀତ ହୋଇଛନ୍ତି । ତାଙ୍କର ଏହି ସଫଳତା ବିଦ୍ୟାଳୟ ପାଇଁ ଖୁସି ଆଣିଛି ବୋଲି ପ୍ରଧାନଶିକ୍ଷକ ଶ୍ରୀ ବିଜୟ କୁମାର ପାଢ଼ୀ କହିଛନ୍ତି ।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

 

Related posts

ଜିଲ୍ଲା ସ୍ତରୀୟ ବିକାଶ ମେଳା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ଆୟୋଜିତ ହେବ ବିଭିନ୍ନ କାର୍ଯ୍ୟକ୍ରମ

masiha

ସହର ସେବା ସମିତିର ସଂଗୀତ ସଂଧ୍ୟା

ଜାତୀୟ ଅଗ୍ନିଶମ ସୁରକ୍ଷା ସପ୍ତାହ ପାଳନ ଓ ସଚେତନତା

masiha

Leave a Comment

error: Content is protected !!