ଆସିକା ରେ ଆଶୀର୍ବାଦ ର ଦୀପଦାନ ଅଭିଯାନ
ଆସିକା, ୨୦/୯/୨୬ (ଶିବ ଶଙ୍କର ମିଶ୍ର ) ଆସିକା ସହରର ଅଧିଷ୍ଠିତ ଦେବୀ ମା’ ଖମ୍ବେଶରୀଙ୍କ ପବିତ୍ର ମନ୍ଦିର ପରିସରରେ ଆଜି ଆସିକା ଏ.ଏନ.ସି ପ୍ରଶାସନ ପକ୍ଷରୁ ସାମୁହିକ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଆୟୋଜନ କରାଯିବା ସହ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ୭୬ତମ ଜନ୍ମଦିନ ପାଳନ କରାଯାଇଛି। ଏହି ଅବସରରେ ମନ୍ଦିର ପରିସରରେ ୧୩୫୦ଟି ଦୀପ ପ୍ରଜ୍ବଳନ କରାଯାଇଥିଲା। ଉପସ୍ଥିତ ଅତିଥ୍, ଅଧିକାରୀ, କର୍ମଚାରୀ ଓ ଅଂଶଗ୍ରହଣକାରୀ ମାନେ ସାମୁହିକ ଭାବେ ଦୀପ ପ୍ରଜ୍ବଳନ କରି ପ୍ରଧାନମନ୍ତ୍ରୀ ଙ୍କ ଦୀର୍ଘାୟୁ, ସୁସ୍ଥତା ଓ ମଙ୍ଗଳମୟ ଜୀବନ କାମନା କରିଥିଲେ। ଆସିକା ର ମାନ୍ୟବର ବିଧାୟକ ଶ୍ରୀ ସରୋଜ କୁମାର ପାଢ଼ୀ ଙ୍କ ନେତୃତ୍ୱ ରେ ବରିଷ୍ଠ ବିଜେପି ନେତା ବିଜୟ କୁମାର ସ୍ବାଇଁ, ସନ୍ଦୀପ ପାଢ଼ୀ, ସଙ୍ଗୀତ ପାଢ଼ୀ, ପାଇକଜମୁନା ବିଜେପି ନେତା ସତ୍ୟବାନ ସାହୁ, ଆସିକା ଚିନ୍ମୟ ମିଶନ ଶାଖା ର ନିରଞ୍ଜନ ମହାନ୍ତି, ଶିବ କୁମାର ନାହକ, ଭଗବାନ ସାହୁ,ପୂର୍ଣ ଚନ୍ଦ୍ର ମହାନ୍ତି, ସାଗର କୁମାର ମହାନ୍ତି,ସୋନୁ ଜେନା, ସିତୁନ୍ ସ୍ବାଇଁ,ପପୁ ମହାନ୍ତି, ମଳୟ ସ୍ବାଇଁ, ଡିଜିଟା କ୍ୟାମେରା ମେନେ ବାଦଲ ସ୍ବାଇଁ, କର୍ମଚାରୀ ଏଥ୍ରେ ଉପସ୍ଥିତଥିଲେ l ଏହାସହିତ ଅଙ୍ଗନବାଡ଼ି କର୍ମୀ,ମହିଳା ସ୍ଵୟଂ ସହାୟକ ଗୋଷ୍ଠୀର ସଦସ୍ୟା ଓ ଅନ୍ୟାନ୍ୟ ଅଂଶଗ୍ରହଣ କାରୀମାନେ ଉତ୍ସାହର ସହ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ରେ ସାମିଲ ହୋଇଥିଲେ। ମା’ ଖମ୍ବେଶରୀଙ୍କ ମନ୍ଦିର ପରିସରରେ ଶତାଧିକ ଦୀପର ଆଲୋକରେ କାର୍ଯ୍ୟକ୍ରମଟି ଆଧ୍ୟାତ୍ମିକ ଓ ଉତ୍ସବମୁଖର ପରିବେଶ ସୃଷ୍ଟି କରିଥିଲେ। ଆସିକା ଜିଲ୍ଲାର ୨୭ଟି ବ୍ଲକ ଓ ବିଭିନ୍ନ ଗ୍ରାମପଞ୍ଚାୟତ ସ୍ତରରେ ମଧ୍ୟ ସାମୁହିକ ଦୀପ ପ୍ରଜ୍ବଳନ କାର୍ଯ୍ୟକ୍ରମ ଆୟୋଜିତହୋଇଥିଲା l ଏହି କାର୍ଯ୍ୟକ୍ରମକୁ ସାମୁହିକ ଅଂଶଗ୍ରହଣ ସହ ପାଳନ କରାଯାଇଥିଲା । ଜିଲ୍ଲାରେ ସାମୁହିକ ଭାବେ 4ଲକ୍ଷ ରୁ ଉଦ୍ଧ ଦୀପ ପ୍ରଜ୍ବଳନ କରାଯାଇଥିଲା ।

