ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୋଗ ଓ ଧ୍ୟାନ ଶିବିର

ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ଯୋଗ ଓ ଧ୍ୟାନ ଶିବିର

ରାୟଗଡ଼: 25/9/26 , ରାୟଗଡ଼ ସ୍ୱୟଂଶାସିତ ମହାବିଦ୍ୟାଳୟରେ ସେବା ସଂକଳ୍ପ ଅଭିଯାନ–୨୦୨୬ ଅନ୍ତର୍ଗତ ଏକ ଦିବସୀୟ ଯୋଗ ଓ ଧ୍ୟାନ ଶିବିର ଶୁକ୍ରବାର ଗୋଲ୍ଡେନ୍ ଜୁବିଲି କନଫରେନ୍ସ ହଲ୍‌ରେ ଆୟୋଜିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷା ଡ. ସରସ୍ୱତୀ ରାୟଙ୍କ ପରିଚାଳନା ଓ ମାର୍ଗଦର୍ଶନରେ ଏହି ଶିବିର ଅନୁଷ୍ଠିତ ହୋଇଥିଲା।

କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଥିଲା ଛାତ୍ରଛାତ୍ରୀଙ୍କ ମଧ୍ୟରେ ଯୋଗ, ଧ୍ୟାନ ଓ ମାନସିକ ସୁସ୍ଥତା ସମ୍ପର୍କରେ ସଚେତନତା ସୃଷ୍ଟି କରିବା। ଏହି ଅବସରରେ ଅଧ୍ୟକ୍ଷା ଡ. ସରସ୍ୱତୀ ରାୟ ଛାତ୍ରଛାତ୍ରୀଙ୍କ ମାନସିକ ସ୍ୱାସ୍ଥ୍ୟ, ଏକାଗ୍ରତା ଓ ସୁସ୍ଥ ଜୀବନ ପାଇଁ ଯୋଗ ଓ ଧ୍ୟାନର ଗୁରୁତ୍ୱ ସମ୍ପର୍କରେ ଆଲୋକପାତ କରିଥିଲେ। ବର୍ତ୍ତମାନ ସମୟରେ ଶିକ୍ଷା ଓ ବ୍ୟକ୍ତିଗତ ଜୀବନର ବିଭିନ୍ନ ଚାପ ମଧ୍ୟରେ ଛାତ୍ରଛାତ୍ରୀମାନେ ମାନସିକ ଭାବେ ସୁସ୍ଥ ରହିବା ସହିତ ନିଜର ଶାରୀରିକ ଫିଟ୍‌ନେସ୍‌ ପ୍ରତି ମଧ୍ୟ ଯତ୍ନବାନ ହେବା ଆବଶ୍ୟକ ବୋଲି ସେ କହିଥିଲେ। ନିୟମିତ ଯୋଗାଭ୍ୟାସ ଓ ଧ୍ୟାନ ଦ୍ୱାରା ମନକୁ ଶାନ୍ତ ରଖିବା, ଚିନ୍ତା ଓ ମାନସିକ ଚାପ କମାଇବା ସହିତ ଏକାଗ୍ରତା ବୃଦ୍ଧି କରାଯାଇପାରିବ ବୋଲି ସେ ମତ ପ୍ରକାଶ କରିଥିଲେ।

ଶିବିରରେ ୨୦୦ରୁ ଅଧିକ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏନ୍‌ସିସି କ୍ୟାଡେଟ୍‌ଙ୍କ ସଂଖ୍ୟା ଅଧିକ ଥିଲା। ଛାତ୍ରଛାତ୍ରୀମାନେ ଯୋଗ ଓ ଧ୍ୟାନର ବିଭିନ୍ନ ଦିଗ ସମ୍ପର୍କରେ ଜାଣିବା ସହିତ ଏହାକୁ ନିଜ ଦୈନନ୍ଦିନ ଜୀବନର ଅଂଶ କରିବା ପାଇଁ ପ୍ରେରଣା ପାଇଥିଲେ।କାର୍ଯ୍ୟକ୍ରମକୁ ଡ. ଲିଜାରାଣୀ ଶତପଥୀ ଓ ଲେଫ୍ଟନାଣ୍ଟ ଉଦୟ ନାଏକ ସଂଯୋଜନା କରିଥିଲେ। ଶ୍ରୀମତୀ କେ.କେ. ଜାନି, ଶ୍ରୀ ଅଶୋକ ସାହୁ ଓ ଶ୍ରୀ ରମେଶ ଚନ୍ଦ୍ର ହୁଇକାଙ୍କ ସମେତ ମହାବିଦ୍ୟାଳୟର ବିଭିନ୍ନ ବିଭାଗର ଅଧ୍ୟାପକ-ଅଧ୍ୟାପିକାମାନେ ଶିବିରରେ ଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ।

ଶିବିରରେ ଯୋଗ ଓ ଧ୍ୟାନକୁ କେବଳ ଶାରୀରିକ ବ୍ୟାୟାମ ଭାବେ ନୁହେଁ, ବରଂ ଶାରୀରିକ ସୁସ୍ଥତା, ମାନସିକ ଶାନ୍ତି, ଆତ୍ମନିୟନ୍ତ୍ରଣ ଓ ଏକାଗ୍ରତା ବୃଦ୍ଧିର ଏକ ପ୍ରଭାବଶାଳୀ ମାଧ୍ୟମ ଭାବେ ଗ୍ରହଣ କରିବା ପାଇଁ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ସକ୍ରିୟ ଅଂଶଗ୍ରହଣ ଯୋଗୁଁ ଶିବିରଟି ସଫଳତାର ସହ ସମ୍ପନ୍ନ ହୋଇଥିଲା।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବଜରଙ୍ଗ କ୍ଲବ୍, ମହିମାଗାଦି, ଢେଙ୍କାନାଳ ତରଫରୁ ଫୁଲୱାମା ଆକ୍ରମଣ ରେ ସହୀଦ ହୋଇଥିବା ଯବାନଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

Sunil Chandra Nayak

ଅନ୍ଧାରରେ ଉବୁଡୁବୁ ନର୍ଲା:-ଶୁଣିବାକୁ କେହି ନାହିଁ

Sunil Chandra Nayak

ବିଶ୍ବନାଥପୁରଠାରେ ପଞ୍ଚାୟତ ସମିତିର ପଞ୍ଚମ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!