ଫାଶୀମାଲ ଆଞ୍ଚଳିକ ଜୁନିଅର କଲେଜରେ ବୃକ୍ଷରୋପଣ
ଫାଶୀମାଲ, ୨୫/୦୯: ଫାଶୀମାଲ ଆଞ୍ଚଳିକ ଜୁନିଅର କଲେଜ ପରିସରରେ ମେରା ଯୁବା ଭାରତ, ସମ୍ବଲପୁର, ଓଡ଼ିଶା ପକ୍ଷରୁ ଶୁକ୍ରବାର ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ମେରା ଯୁବା ଭାରତର ‘ସେବା ପକ୍ଷୱାଡ଼ା’ କାର୍ଯ୍ୟକ୍ରମ ଅନ୍ତର୍ଗତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ କଲେଜର ଛାତ୍ରଛାତ୍ରୀମାନେ ଉତ୍ସାହର ସହ ଯୋଗଦେଇ ବୃକ୍ଷରୋପଣ କରିଥିଲେ।
କାର୍ଯ୍ୟକ୍ରମ ଅବସରରେ ଛାତ୍ରଛାତ୍ରୀମାନଙ୍କୁ ବୃକ୍ଷରୋପଣର ଗୁରୁତ୍ୱ ତଥା ପ୍ରକୃତି ଓ ପରିବେଶର ସୁରକ୍ଷା ସମ୍ପର୍କରେ ସଚେତନ କରାଯାଇଥିଲା। ନିଜ ଜୀବନଶୈଳୀରେ ସକାରାତ୍ମକ ପରିବର୍ତ୍ତନ ଆଣିବା ସହିତ ନିଜ ଓ ସମାଜର ସେବା କରିବାର ମନୋଭାବ ଛାତ୍ରଛାତ୍ରୀଙ୍କ ମଧ୍ୟରେ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।
ଏହି ଅବସରରେ କଲେଜର ଅଧ୍ୟକ୍ଷା ଶ୍ରୀମତୀ ଜ୍ୟୋତ୍ସ୍ନାରାଣୀ ଦଳବେହେରା, ଗଣିତ ଅଧ୍ୟାପକ ଶ୍ରୀ ରଞ୍ଜନ କୁମାର ଭଇଁସା, ଚନ୍ଦନିମାଲ ସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ଶ୍ରୀ ଭୁବନେଶ୍ୱର ବେହେରା, ମେରା ଯୁବା ଭାରତର ଜାତୀୟ ଯୁବ ସ୍ୱେଚ୍ଛାସେବୀ ସ୍ୱସ୍ତିକ ଶର୍ମା ଓ ଯୋଗେନ୍ଦ୍ର ରୋହିଦାସଙ୍କ ସମେତ କଲେଜର ଅନ୍ୟ କର୍ମକର୍ତ୍ତାମାନେ ଯୋଗଦେଇଥିଲେ।
ଟୋନିସ ରୋହୀ ଦାସ ଙ୍କ ରିପୋର୍ଟ୍

