ନବରଙ୍ଗପୁରରେ ନଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ
:ନବରଙ୍ଗପୁର:(୨୬|୯)(ରବି ନାରାୟଣ ମହାନ୍ତି)ନଶାମୁକ୍ତ ସମାଜ ଗଠନ ସହ ଯୁବପିଢ଼ିଙ୍କୁ ନିଶାଦ୍ରବ୍ୟର କୁପ୍ରଭାବରୁ ଦୂରେଇ ରଖିବା ଲକ୍ଷ୍ୟରେ ନବରଙ୍ଗପୁରରେ ନଶାମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।କେନ୍ଦ୍ର ସରକାରଙ୍କ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଅଧୀନସ୍ଥ କେନ୍ଦ୍ରୀୟ ସଂଚାର ବ୍ୟୁରୋ, ଜୟପୁର ଶାଖା ପକ୍ଷରୁ ନବରଙ୍ଗପୁର ସରକାରୀ ପଲିଟେକ୍ନିକ୍ କଲେଜ ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।କେନ୍ଦ୍ରୀୟ ସଂଚାର ବ୍ୟୁରୋ ଜୟପୁର ଶାଖାର କ୍ଷେତ୍ର ଅଧିକାରୀ ଜ୍ୟୋତି ରଞ୍ଜନ ପଟ୍ଟନାୟକ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ସାଂସଦ ପର୍ଶୁରାମ ମାଝୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ସାଂସଦ ପ୍ରତିନିଧି ଜ୍ୟୋତି ରଞ୍ଜନ କଂସ ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଦ୍ୟୁମ୍ନ ଦାଶ, ବିଶିଷ୍ଟ ସମାଜ ସେବୀ ତଥା କାଉନ ସିଲର ଶ୍ରୀମତୀ ଶର୍ମିଷ୍ଠା ଦେଓ, ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଧନ ଞ୍ଜୟ ରାଓ ସମ୍ମାନିତ ରୂପେ ଯୋଗ ଦେଇଥିଲେ। ଅଧିବକ୍ତା କିଶୋରୀ ପଟ୍ଟନାୟକ, ଗବେଷକ ତଥା ଲେଖକ ସବ୍ୟସାଚୀ ବିଷୋୟୀ ରିସର୍ସ ପର୍ସନ ରୂପେ ଯୋଗ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀ ଙ୍କ ବିକଶିତ ଭାରତ ଗଠନ ର ସ୍ବପ୍ନ ପୂରଣ ପାଇଁ ନଶାମୁକ୍ତ ଭାରତ ଗଠନ ର ଆବଶ୍ୟକତା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ନିଶାଦ୍ରବ୍ୟ ସେବନର କୁପ୍ରଭାବ, ଏହାଦ୍ୱାରା ବ୍ୟକ୍ତି, ପରିବାର ଓ ସମାଜ ଉପରେ ପଡୁଥିବା ପ୍ରତିକୂଳ ପ୍ରଭାବ ସମ୍ପର୍କରେ ଛାତ୍ରଛାତ୍ରୀଙ୍କୁ ସଚେତନ କରାଯାଇଥିଲା। ବିଶେଷକରି ଯୁବପିଢ଼ି ନିଶାଠାରୁ ଦୂରେଇ ରହିବା ସହ ନିଜ ବନ୍ଧୁ, ପରିବାର ଓ ସମାଜର ଅନ୍ୟମାନଙ୍କୁ ମଧ୍ୟ ନିଶା ବିରୋଧରେ ସଚେତନ କରିବାକୁ ଆହ୍ୱାନ ଦିଆଯାଇଥିଲା।ଏହି ଅବସରରେ ନିଶାମୁକ୍ତ ଭାରତ ଗଠନ ପାଇଁ ସମସ୍ତେ ସାମୂହିକ ଭାବେ ସଂକଳ୍ପ ପାଠ କରାଯାଇଥିଲା। ନିଶା ବିରୋଧରେ ସଚେତନତା ସୃଷ୍ଟି ପାଇଁ ନିଜର ପ୍ରତିବଦ୍ଧତା ପ୍ରକାଶ କରିଥିଲେ। ନିଶାମୁକ୍ତ ଭାରତ ଗଠନରେ ଯୁବପିଢ଼ିଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମତପ୍ରକାଶ ପାଇଥିଲା।ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତା ର କୃତି ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା।
ନଶାମୁକ୍ତ ସମାଜ ଗଠନ ପାଇଁ ଏକ. ସଚେତନତା ଧର୍ମୀ ନାଟକ ପରିବେଷିତ ହୋଇଥିଲା। ଦୂରଦର୍ଶନ ଓ. ଆକାଶବାଣୀ ସମ୍ବାଦ ଦାତ୍ରୀ ପ୍ରଭାତୀ ବିଷୋୟୀ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଅଧ୍ୟାପକ ରାସ ବିହାରୀ ନାୟକ ଧନ୍ୟବାଦ ଦେଇଥିଲେ।
ଅଜଣା ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ରାସ୍ତା କଡ ଗଛରୁ ଉଦ୍ଧାର
ନବରଙ୍ଗପୁର:(୨୬|୯)(ରବି ନାରାୟଣ ମହାନ୍ତି)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅଧିନ ବିରିସୋଲା ଶିବ ମନ୍ଦିର ପାଖରେ ମୁଖ୍ୟରାସ୍ତା ୩୯ ରାସ୍ତା କଡ଼ରେ ଥିବା ଗୋଟିଏ ଗଛରେ ଏକ ଅଜଣା ବ୍ୟକ୍ତି ବେକରେ ଗାମୁଛା ବାନ୍ଧି ଆତ୍ମହତ୍ୟା କରିଥିବା ଶନିବାର ସକାଳ ସମୟରେ ଦେଖିବାକୁ ମିଳିଛି । ସକାଳ ସମୟରେ ଝୁଲନ୍ତା ମୃତଦେହ ଦେଖି ଲୋକେ ଡାବୁଗାଁ ଥାନାକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ଡାବୁଗାଁ ଥାନା ପୋଲିସ ପହଞ୍ଚି ତଦନ୍ତ ବାଦେ ମୃତ ବ୍ୟକ୍ତି ର ପରିଚୟ ମିଳିପାରିନାହିଁ । ଘଟଣା ସ୍ଥଳରେ ଡାବୁଗାଁ ଥାନା ଆଇଆଇସି ଲଛମି ପରଜା ପାପଡ଼ାହାଣ୍ଡି ତହସିଲଦାର ତପନ କୁମାର ନାୟକ ନବରଙ୍ଗପୁରର ସାଇଣ୍ଟଫିକ ଦଳ ପହଞ୍ଚି ମୃତ ଦେହ ଜବତ କରି ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଶବ ଗୃହ ନଥିବା ଯୋଗୁଁ ନବରଙ୍ଗପୁର ଜିଲା ମୁଖ୍ୟ ଚିକିତ୍ସାଳୟର ଶବ ଗୃହ କୁ ୭୨ ଘଣ୍ଟା ପର୍ଯ୍ୟନ୍ତ ରଖିବା ପାଇଁ ପଠାଯାଇଛି। ଏନେଇ ଡାବୁଗାଁ ଥାନା କେଶ ନଂ ୩୩/୨୬ରେ ଏକ ଅପମୃତ୍ୟୁ ମାମଲା ରୁଜୁ ଥାନା ଏସଆଇ ଅକ୍ଷୟ ମିଶ୍ର ତଦନ୍ତ ଜାରି ରଖିଛନ୍ତି ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

