ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃକ୍ଷରୋପଣ କାର୍ଯ୍ୟକ୍ରମ

ବୃକ୍ଷରୋପଣ କାର୍ଯ୍ୟକ୍ରମ

ଦୁର୍ଗାପୂଜା ପୂର୍ବରୁ ପରିବେଶ ସୁରକ୍ଷାର ବାର୍ତ୍ତା ନେଇ କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ କାଶୀବାହାଲଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। “ବୃକ୍ଷ ହିଁ ଜୀବନ” ବାର୍ତ୍ତା ଦେଇ ଏହି କାର୍ଯ୍ୟକ୍ରମରେ ଡ଼ା. ମନୋରଞ୍ଜନ ଦାସ, ଏକ୍ସ-ଆର୍ମି, କଣ୍ଟ୍ରାକ୍ଟର ହେମରାଜ ପାତ୍ର ଓ ସୁପରଭାଇଜର ପ୍ରଦୀପ ନାଏକଙ୍କ ସମେତ ବିରଚି, କେଦାର ଓ ଜାଲ ଗ୍ରାମର ଗ୍ରାମବାସୀ ସାମିଲ ହୋଇଥିଲେ।

ସମସ୍ତେ ମିଳି ବିଭିନ୍ନ ପ୍ରକାରର ଚାରା ରୋପଣ କରିବା ସହ ଗଛର ସୁରକ୍ଷା ଓ ଯତ୍ନ ନେବା ପାଇଁ ସଂକଳ୍ପ ନେଇଥିଲେ। ପରିବେଶର ସନ୍ତୁଳନ ରକ୍ଷା ସହ ଆଗାମୀ ପିଢ଼ି ପାଇଁ ସବୁଜ ଓ ସୁସ୍ଥ ପରିବେଶ ଗଠନ କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା।

ବୃକ୍ଷ ହିଁ ଜୀବନ, ବୃକ୍ଷର ସୁରକ୍ଷା ହିଁ ଆମର ଦାୟିତ୍ୱ — ଏହି ବାର୍ତ୍ତା ଦେଇ ସମସ୍ତେ ଅଧିକରୁ ଅଧିକ ବୃକ୍ଷରୋପଣ ପାଇଁ ଆହ୍ୱାନ କରିଥିଲେ।

ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

 

Related posts

ମୂର୍ଚ୍ଛନା ସାହିତ୍ୟ ସଂସଦର ହେମନ୍ତ କବିତା ଆସର

masiha

ପିରବତୀ କଲେଜରେ ସାଧାରଣତନ୍ତ୍ର ଦିବସ ପାଳିତ

masiha

ଯୁବ ଚେତନାର ପ୍ରତୀକ : ସମାଜସେବୀ ବୁବୁନ୍ ପ୍ରଧାନ 

masiha

Leave a Comment

error: Content is protected !!