ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଛମନପଲ୍ଲୀ ଏବଂ ଲାଲାଶାସନ ରାଜସ୍ଵ ମୌଜାର ଜନତାଙ୍କ ବୈଠକ ଘରବାରି ପଟ୍ଟା ପ୍ରଦାନ ଦାବୀରେ ଶାନ୍ତିପୂର୍ଣ୍ଣ ଧାରଣା ସଜବାଜ

ଲଛମନପଲ୍ଲୀ ଏବଂ ଲାଲାଶାସନ ରାଜସ୍ଵ ମୌଜାର ଜନତାଙ୍କ ବୈଠକ

ଘରବାରି ପଟ୍ଟା ପ୍ରଦାନ ଦାବୀରେ ଶାନ୍ତିପୂର୍ଣ୍ଣ ଧାରଣା ସଜବାଜ

ଆସିକା, ୪/୧୦/୨୬ (ଶିବ ଶଙ୍କର ମିଶ୍ର ) ଆସିକା ରାଜସ୍ୱ ବିଭାଗ କାର୍ଯ୍ୟାଳୟ ଅଧୀନସ୍ଥ ଲଛମନପଲ୍ଲୀ ଏବଂ ଲାଲାଶାସନ ରାଜସ୍ଵ ମୌଜାର ଜନସାଧାରଣଙ୍କୁ ଘରବାରି ପଟ୍ଟା ପ୍ରଦାନ ଦାବୀ ପୁଣି ଜୋର ଧରିଥିବା ଦେଖିବାକୁ ମିଳିଛି । ଆସିକା ପୌର ପରିଷଦ ଅଧିନସ୍ଥ ୧୬ ନମ୍ବର ୱାର୍ଡର ଲଛମନପଲ୍ଲୀ ଗ୍ରାମ ଏବଂ ୧୭ ନମ୍ବର ୱାର୍ଡର ଲାଲାଶାସନ ଗ୍ରାମର ବାସିନ୍ଦାଙ୍କୁ ଘରବାରି ପଟ୍ଟା ପ୍ରଦାନ ପାଇଁ ଦୀର୍ଘ ଦିନ ହେଲା ଦାବୀ ହୋଇଆସୁଥିଲେ ମଧ୍ୟ ସମସ୍ୟାର ସମାଧାନ କରିବା ଦିଗରେ ପ୍ରଶାସନ ପକ୍ଷରୁ ସେଭଳି କୌଣସି ଆଖିଦୃଶିଆ ପଦକ୍ଷେପ ନିଆଯାଉନଥିବା ଯୋଗୁଁ ସ୍ଥାନୀୟ ଅଞ୍ଚଳର ଜନସାଧାରଣଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଏବଂ ପ୍ରତିକ୍ରିୟା ପ୍ରକାଶ ପାଉଥିବା ଦେଖିବାକୁ ମିଳିଛି । ଆସିକା ରାଜସ୍ୱ ବିଭାଗ କାର୍ଯ୍ୟାଳୟ ଅଧିନସ୍ଥ ଲଛମନପଲ୍ଲୀ ଏବଂ ଲାଲାଶାସନ ରାଜସ୍ଵ ମୌଜାର ଜନସାଧାରଣଙ୍କୁ ଘରବାରି ପଟ୍ଟା ପ୍ରଦାନ ଦିଗରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରି ସୁଫଳ ନ ମିଳିବାରୁ ସ୍ଥାନୀୟ ଅଞ୍ଚଳବାସୀ ବାଧ୍ଯ ହୋଇ ଆସନ୍ତା ନଭେମ୍ବର ମାସ ୨ ତାରିଖ ଠାରୁ ଧାରଣାରେ ବସିବା ଲାଗି ସଜବାଜ ହେଉଥିବା ଜଣାପଡିଛି। ଘରବାରି ପଟ୍ଟା ପ୍ରଦାନ ଦାବୀରେ ହେବାକୁ ଥିବା ଶାନ୍ତିପୂର୍ଣ୍ଣ ଧାରଣା କାର୍ଯ୍ୟକ୍ରମକୁ ସଫଳତାର ସହ ପାଳନ କରିବାକୁ ରୂପରେଖ ପ୍ରସ୍ତୁତ କରିବା ପାଇଁ ତାଲୁକା ଛକ ସ୍ଥିତ ଶ୍ରୀ ଶ୍ରୀ ବାଲୁଙ୍କେଶ୍ୱର ଶୈବପୀଠରେ ଏକ ଜରୁରୀ ବୈଠକ ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ତଥା ବରିଷ୍ଠ ନାଗରିକ ପ୍ରସନ୍ନ କୁମାର ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଲାଲାଶାସନ ଗ୍ରାମ୍ୟ କମିଟିର ସଂପାଦକ ଉପେନ୍ଦ୍ର ନାଥ ମିଶ୍ର, ଗଙ୍ଗାଧର ଶତପଥୀ, ଶିବପ୍ରସାଦ ଶତପଥୀ, ସୀତାରାମ ହୋତା, ପ୍ରଦୀପ କୁମାର ଶତପଥୀ, ଗୋପାଳ ନାୟକ, ସୁନିଲ କୁମାର ମିଶ୍ର, ମଧୁସୂଦନ ଶତପଥୀ, ତ୍ରିଲୋଚନ ପାତ୍ର, ନିର୍ମଳ କୁମାର ମିଶ୍ର, ଦୁର୍ଗାପ୍ରସାଦ ତ୍ରିପାଠୀ,ସିମାଞ୍ଚଳ ହୋତା, ପ୍ରଶାନ୍ତ କୁମାର ତ୍ରିପାଠୀ, ମନୋଜ କୁମାର ଦାଶ, ଉପେନ୍ଦ୍ରନାଥ ଶତପଥୀ, ସୁଶାନ୍ତ କୁମାର ନାୟକ, ବଳରାମ ଦାଶ, ଲକ୍ଷ୍ମୀକାନ୍ତ ପଟ୍ଟନାୟକ, କୃଷ୍ଣଚନ୍ଦ୍ର ସ୍ୱାଇଁ, ମୁନା ଦାଶଙ୍କ ସମେତ ବହୁ ଗ୍ରାମବାସୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଗତ ୨୦୧୭ ମସିହାରୁ ଭୂବନ୍ଦବସ୍ତ କରି ଆସିକା ରାଜସ୍ୱ ବିଭାଗ କାର୍ଯ୍ୟାଳୟ ଅଧୀନସ୍ଥ ଲଛମନିପଲ୍ଲୀ ଏବଂ ଲାଲାଶାସନ ରାଜସ୍ଵ ମୌଜାର ବାସିନ୍ଦାଙ୍କୁ ଘରବାରି ପଟ୍ଟା ପ୍ରଦାନ କରିବା ଲାଗି ସରକାରଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଥିଲେ ବି ପ୍ରଶାସନିକ ଅବହେଳା ଯୋଗୁଁ ତାହା ଫଳପ୍ରଦ ହୋଇନପାରିବା ଘଟଣାକୁ ନେଇ ଏହି ବୈଠକରେ ଗଭୀର କ୍ଷୋଭ ଓ ଉଦ‌ବେଗ ପ୍ରକାଶ ପାଇଥିଲା । ରାଜ୍ୟ ସରକାର ତଥା ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ତହସିଲ ଅନ୍ତର୍ଗତ ଆସିକା ପୌର ପରିଷଦ ଅଧିନସ୍ଥ ଲାଲାଶାସନ ଓ ଲଛମନପଲ୍ଲୀ ରାଜସ୍ୱ ମୌଜାର ଜନସାଧାରଣ ଘରବାରି ପଟ୍ଟା ପ୍ରଦାନ ଦାବୀରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣାକୁ ଓହ୍ଲାଇବା ପୂର୍ବରୁ ସମସ୍ୟାକୁ ସମାଧାନ କରିବା ଦିଗରେ ପଦକ୍ଷେପ ନେବାକୁ ଲାଲାଶାସନ ଗ୍ରାମ୍ୟ କମିଟି ସଭାପତି ତଥା ବରିଷ୍ଠ ଶିକ୍ଷାବିତ ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି ।

Related posts

ଶ୍ରେଷ୍ଠ ଓଡ଼ିଆଣୀ ଅଡିସନର ପ୍ରଥମ ଦିବସ

Sunil Chandra Nayak

କ୍ଷୁଦ୍ର ଜଳସେଚନ ପ୍ରକଳ୍ପର ଅଧିକାରୀଙ୍କ ସହ ଆଲୋଚନା କଲେ ବିଧାୟକ

masiha

ନବରଙ୍ଗପୁର ଜିଲ୍ଲା ସଂସ୍କୃତି ଭବନରେ ଶ୍ରୀ ଜୟଦେବ ଜୟନ୍ତୀ ଓ ଅକ୍ଷୟ ତୃତୀୟା ମହାସମାରୋହରେ ପାଳିତ

Sunil Chandra Nayak

Leave a Comment

error: Content is protected !!