୮ ଅକ୍ଟୋବର ଓଡ଼ିଶା ବନ୍ଦକୁ ସଫଳ ପାଇଁ ଇଣ୍ଡି ମେଣ୍ଟର ନିଵେଦନ
ନବରଙ୍ଗପୁର:(୫|୧୦)(ରବି ନାରାୟଣ ମହାନ୍ତି)ଇଣ୍ଡିଆ ମେଣ୍ଟର ଅଂଶୀଦାର ଦଳ ସମୂହ, ଜିଲ୍ଳାର ସମସ୍ତ ଜନସାଧାରଣଙ୍କୁ ଆସନ୍ତା ୮ ଅକ୍ଟୋବର ୨୦୨୬ରେ ହେବାକୁ ଥିବା ଶାନ୍ତିପୂର୍ଣ୍ଣ ଓଡ଼ିଶା ବନ୍ଦକୁ ପୂର୍ଣ୍ଣ ସମର୍ଥନ ଜଣାଇବା ପାଇଁ ଏକ ସାମ୍ୱାଦିକ ସମ୍ମିଳନୀରେ ନିବେଦନ କରାଯାଇଛି। ଏହି ଅବସରରେ ପ୍ରଦେଶ କଂଗ୍ରେସ କମିଟି ତରଫରୁ ପୂର୍ବତନ ସାଂସଦ ତଥା ନବରଙ୍ଗପୁର ସଂସଦୀୟ କ୍ଷେତ୍ରର ପର୍ଯ୍ୟବେକ୍ଷକ ନକୁଳ ନାୟକ ଯୋଗ ଦେଇ ଜିଲ୍ଲା ବାସୀ ଙ୍କୁ ନିବେଦନ କରିଥିଲେ ଯେ, ଏମ୍ ଏମ୍ ଡି ଆର୍ ସଂଶୋଧୂତ ଅଧୂନିୟମ ତୁରନ୍ତ ରଦ୍ଦ କରାଯାଉ। ଆଦିବାସୀ ଭାଇଭଉଣୀମାନେ ବାସ କରୁଥିବା ଖଣିଜ ସମୃଦ୍ଧ ଅଞ୍ଚଳ ଉପରେ କେନ୍ଦ୍ର ସରକାର ନିଜର ନିୟନ୍ତ୍ରଣ ଜାହିର କରି ବଡ଼ ବଡ଼ ଶିଳ୍ପପତି ଓ ଖଣି ମାଫିଆମାନଙ୍କୁ କର୍ପୋରେଟ୍ ଲୁଟ୍ର ସୁଯୋଗ ଦେବାକୁ ଚେଷ୍ଟା କରୁଛନ୍ତି। ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବହିଷ୍କାର, ଗିରଫଦାରୀ ଓ ଏସ୍.ଆଇ.ଆର୍. ପ୍ରତ୍ୟାହାର ଦାବି ମଧ୍ଯ କରାଯାଇଥିଲା। ନିର୍ବାଚନ ପ୍ରକ୍ରିୟାରେ ହୋଇଥିବା ବ୍ୟାପକ ଅନିୟମିତତା ପରିଲକ୍ଷିତ ହେତୁ ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ତୁରନୁ ବହିଷ୍କାର ଏବଂ ଗିରଫଦାରୀ ଦାବି କରାଯାଇଥିଲା। ସମ୍ପ୍ରତି ସ୍ପେଶାଲ୍ ଇଣ୍ଟେନ୍ସିଭ୍ ରିଭିଜନ୍ ବା ସ୍ବତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ ସମୟରେ ଯେଭଳି ଭାବେ ଭୋଟର ତାଲିକାରେ ହେରଫେର ଓ ମନମୁଖୀ ପରିବର୍ତ୍ତନ କରାଯାଇଛି, ତାହା ନିର୍ବାଚନ ପ୍ରଣାଳୀ ଉପରେ ଜନସାଧାରଣଙ୍କ ଆସ୍ଥା ସମ୍ପୂର୍ଣ୍ଣ ଭାବେ ତୁଟାଇ ଦେଇଛି। ଭୋଟର ତାଲିକା ପ୍ରସ୍ତୁତି ଓ ନିର୍ବାଚନ ପରିଚାଳନାରେ ନିରପେକ୍ଷତାକୁ ରକ୍ଷା କରିବା ଏବଂ ଗଣତନ୍ତ୍ରର ମୂଳଦୁଆକୁ ସୁରକ୍ଷିତ ରଖିବା ପାଇଁ ଅଗଣତାନ୍ତ୍ରିକ ଏସ୍.ଆଇ.ଆର୍.କୁ ପ୍ରତ୍ୟାହାର କରିବା ପାଇଁ ଦାବି କରାଯାଇଥିଲା। ଏହା ବ୍ୟତୀତ ଓଡ଼ିଶାର ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ତୁରନ୍ତ ଇସ୍ତଫା ଦାବି କରାଯାଇଥିଲା। ବର୍ତ୍ତମାନର ସରକାର ଏବଂ ତାଙ୍କ ଅଧୀନରେ ଥିବା ପ୍ରଶାସନ ରାଜ୍ୟର ପ୍ରାଥମିକ ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ଓ ଅବ୍ୟବସ୍ଥା ମଧ୍ୟକୁ ଠେଲି ଦେଇଛି। ଗତ ତିନି ମାସ ଧରି ଓଡ଼ିଶା ଉଭୟ ମୌସୁମୀ ଓ ଲଘୁଚାପଜନିତ ବର୍ଷା ଏବଂ ଲଗାତାର ବନ୍ୟା ଯୋଗୁଁ ଧ୍ବଂସବିଧ୍ବଂସ ହୋଇଛି। ଲୋକମାନଙ୍କୁ ସତର୍କତାମୂଳକ ଭାବେ ଆଗୁଆ ନିରାପଦ ସ୍ଥାନକୁ ସ୍ଥାନାନ୍ତର ଓ ଆଶୁ ରିଲିଫ୍ ଯୋଗାଣରେ ରାଜ୍ୟ ବିଜେପି ସରକାର ଦୟନୀୟ ଭାବେ ବିଫଳ ହୋଇଛି। ଚାଷ ସମ୍ପୂର୍ଣ୍ଣ ଭାବେ ଉଜୁଡ଼ି ଯାଇଛି। ତୁରନ୍ତ ଉପଯୁକ୍ତ କ୍ଷତିପୂରଣ ସହ କୃଷି ଋଣ ଛାଡ଼ କରାଯିବା ଜରୁରୀ ଥିଲେ ମଧ୍ୟ ସରକାର ଉଦାସୀନ ରହିଛି। ଏହି ଦାବି ହାସଲ ପାଇଁ ଲଢେଇ ଜାରି ରହିବ ବୋଲି ଶ୍ରୀ ନାୟକ ଚେତାବନୀ ଦେଇଥିଲେ। ଶେଷରେ ଆସନ୍ତା ଅକ୍ଟୋବର ୮, ୨୦୨୬ର ଏହି ବନ୍ଦ ଆନ୍ଦୋଳନ ପ୍ରତି ଜନସାଧାରଣ ଙ୍କ ସକ୍ରିୟ ସମର୍ଥନ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ତେଣୁ ସମସ୍ତ ବ୍ୟବସାୟୀ, ପରିବହନ କର୍ମଚାରୀ, ଯୁବସମାଜ, ମହିଳା, ସବୁ ବର୍ଗର କର୍ମଜୀବୀ, ଖଟିଖୁଆ ଏବଂ ସର୍ବସାଧାରଣଙ୍କୁ ଇଣ୍ଡିଆ ମେଣ୍ଟ ସହ ହାତ ମିଳାଇ ଏହି ଶାନ୍ତିପୂର୍ଣ୍ଣ ଓ ଐତିହାସିକ ଓଡ଼ିଶା ବନ୍ଦକୁ ସଫଳ କରିବାକୁ ସେ ଆହ୍ୱାନ ଦେଇଥିଲେ। ଏହି ସାମ୍ୱାଦିକ ସମ୍ମିଳନୀ ରେ ଅନ୍ୟ ମାନଙ୍କ ମଧ୍ୟରେ ସହ ପର୍ଯ୍ୟବେକ୍ଷକ କୃଷ୍ଣ କୁଲଦୀପ ଓ ଦୁର୍ଗା ପ୍ରସାଦ ଶର୍ମା ସିପିଆଇ ଏଵଂ ସି ପି ଏମ ନେତା ରାଜେଶ ଜାନୀ ଓ କର୍ମକର୍ତ୍ତାଙ୍କ ସମେତ ଜିଲ୍ଲା କଂଗ୍ରେସ ସଭାନେତ୍ରୀ ଡ ଲିପିକା ମାଝୀ, ପୂର୍ବତନ ବିଧାୟକ ଭୁଜବଳ ମାଝି, ପୂର୍ବତନ ଜିଲ୍ଲା ସଭାପତି ମୁନ୍ନା ତ୍ରୀପାଠୀ, ଦିଲ୍ଲୀପ୍ ବେହେରା, ପ୍ରଦୀପ ସାହୁ, ବୃନ୍ଦାଵନ ତ୍ରୀପାଠୀ, ପ୍ରହଲ୍ଲାଦ ହୀଆଲ, ଶିବରାମ ରାଜୁ, ଗଣେଶ ପଟ୍ଟନାୟକ, ୟାଜିର୍ ହୁସେନ, ଜି ସାଇ ରାଜୁ, ପି ନାଗରାତ୍ନମ, ଅଖିଳ ଭତ୍ରା, ସନ୍ ରାଜ୍ ଗଣ୍ଡ, ଦିବାକର ପୂଜାରୀ, ବଂଶୀ ମାଝୀ, ପର୍ଶୁ ନାୟକ, ମହିଳା କଂଗ୍ରେସ କର୍ମ କର୍ତ୍ତା ଙ୍କ ସମେତ ଜିଲ୍ଲା କଂଗ୍ରେସ ର ବହୁ କର୍ମକର୍ତ୍ତା ଉପସ୍ଥିତ ରହି ଥିଲେ।
ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

