ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ନିଶା ମଙ୍ଗଳବାର ର ଦ୍ୱିତୀୟ ପାଳି ଅବସରରେ ମା’ ତାରେଣୀଙ୍କ ବିଶେଷ ପୂଜା

ନିଶା ମଙ୍ଗଳବାର ର ଦ୍ୱିତୀୟ ପାଳି ଅବସରରେ ମା’ ତାରେଣୀଙ୍କ ବିଶେଷ ପୂଜା

ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ୍‌ସ୍ଥିତ ମା’ ତାରେଣୀଙ୍କ ପୀଠରେ ନିଶା ମଙ୍ଗଳବାର ର ଦ୍ୱିତୀୟ ପାଳି ଅବସରରେ ଆଜି ବିଶେଷ ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଛି।

ଆଶ୍ୱିନ ମାସର ନିଶା ମଙ୍ଗଳବାର ଥିବାରୁ ପ୍ରାତଃ ସମୟରୁ ମା’ଙ୍କର ମଙ୍ଗଳ ଆଳତି, ମହାସ୍ନାନ ଓ ନୂତନ ବସ୍ତ୍ର ପରିଧାନ କରାଯାଇଥିଲା। ଏହାପରେ ବିଭିନ୍ନ ପ୍ରକାରର ଫୁଲହାରରେ ମା’ଙ୍କୁ ସୁସଜ୍ଜିତ କରାଯିବା ସହ ବିଭିନ୍ନ ପ୍ରକାରର ଭୋଗ ଲାଗି କରାଯାଇଥିଲା।

ଦିନ ତମାମ ମା’ଙ୍କ ଦର୍ଶନ ଓ ପୂଜାର୍ଚ୍ଚନା ପାଇଁ ଭକ୍ତମାନଙ୍କ ଆଗମନ ହୋଇଥିଲା। ମଧ୍ୟାହ୍ନରେ ମା’ଙ୍କ ନିକଟରେ ପଣା ଭୋଗ ଲାଗି କରାଯିବ। ସେହିପରି ସନ୍ଧ୍ୟାରେ ସନ୍ଧ୍ୟା ଆଳତି ଅନୁଷ୍ଠିତ ହେବା ପରେ ରାତ୍ରିରେ ମା’ଙ୍କ ପହଡ଼ ପଡ଼ିବ। ଭକ୍ତିମୟ ପରିବେଶ ମଧ୍ୟରେ ନିଶା ମଙ୍ଗଳବାର ପାଇଁ ମା’ ତାରେଣୀଙ୍କ ପୀଠରେ ଦିନତମାମ ବିଶେଷ ପୂଜାର୍ଚ୍ଚନା ଜାରି ରହିଛି।

ଶୁଭମ୍ ପାଣି ଙ୍କ ରିପୋର୍ଟ୍ 

Related posts

ମକର ସଂକ୍ରାନ୍ତି ଉପଲକ୍ଷେ ବିଶେଷ ପୂଜାର୍ଚ୍ଚନା

masiha

ବଡ଼ବିଲ କେନ୍ଦ୍ରରେ ୮୯ ତମ ତ୍ରିମୂର୍ତ୍ତି ଶିବ ଜୟନ୍ତୀ ମହାଆଡମ୍ବରରେ ଉତ୍ସବ ପାଳନ

masiha

ଶାରଦୀୟ ଦୂର୍ଗା ପୂଜା ପାଇଁ ସହର ଉତ୍ସବ ମୁଖର 

Sunil Chandra Nayak

Leave a Comment

error: Content is protected !!