ଇଣ୍ଡିଆ ବ୍ଲକ୍ ତରଫରୁ ୮ ତାରିଖରେ ଓଡ଼ିଶା ବନ୍ଦ
ରାଉରକେଲା: ଭାରତୀୟ ଜାତୀୟ କଂଗ୍ରେସ,ସିପିଆଇ ଏମ୍, ସିପିଆଇ, ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ତରଫରୁ ବିଭିନ୍ନ ଦାବି ନେଇ ଆସନ୍ତା ୮ ତାରିଖ ଦିନ ଓଡ଼ିଶା ବନ୍ଦର ଡାକରା ଦେଇଛି। ସେକ୍ଟର ୧୬ ସ୍ଥିତ ଶ୍ରମିକ ଭବନ ଠାରେ ମିଳିତ ଭାବେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏସମ୍ପର୍କରେ ସୂଚନା ଦିଆଯାଇଛି। ସିପିଆଇ ଏମ୍ ର ରାଜକିଶୋର ପ୍ରଧାନଙ୍କ ସଂଯୋଜନାରେ ଆୟୋଜିତ ଏହି ସମ୍ମିଳନୀରେ କମ୍ରେଡ ବିମାନ ମାଇତି, ବସନ୍ତ ନାୟକ, ଜାହାଙ୍ଗୀର ଅଲ୍ଲୀ,ସିପିଆଇ ର ସଦାନନ୍ଦ ସାହୁ, ରମେଶ ଚନ୍ଦ୍ର ସେଠୀ, ପ୍ରଦୋଷ ମହାନ୍ତି, କଂଗ୍ରେସ ତରଫରୁ ପ୍ରଭାରୀ ତଥା ପ୍ରାକ୍ତନ ସାଂସଦ ରାମଚନ୍ଦ୍ର ହାଁସଦା,ସବୀର ହୁସେନ,ଶ୍ରେୟାସ୍ମିତା ପଣ୍ଡା,ଖଦାଳ ସେଠୀ, ପ୍ରମୋଦ ପ୍ରଧାନ, ଜ୍ଞାନେନ୍ଦ୍ର ଦାଶ, ଗଣେଶ ସାହୁ ପ୍ରମୁଖ ମିଳିତ ବିବୃତିରେ ଏମ୍ ଏମ୍ ଡି ଆର୍ ସଂଶୋଧନ ଆଇନ ୨୦୨୬ ରଦ୍ଦ, ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ବହିଷ୍କାର, ଓଡ଼ିଶାର ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ର ଇସ୍ତଫା ଓ ବନ୍ୟା ପ୍ରପୀଡିତଙ୍କୁ ତୁରନ୍ତ ସହାୟତା ଦାବି ରେ ଏହି ବନ୍ଦର ଡାକରା ଦିଆଯାଇଛି। ଏହି ବନ୍ଦ ବେଳେ ଜରୁରୀ ସେବାକୁ ଛାଡ଼ି ସମସ୍ତ କାର୍ଯ୍ୟାଳୟ, ଦୋକାନ ବଜାର ଓ ଯାନବାହାନ ଚଳାଚଳ ବନ୍ଦ ରଖିବା ପାଇଁ ଆହ୍ବାନ ଦିଆଯାଇଛି। ପ୍ରାରମ୍ଭରେ କମ୍ରେଡ ବିମାନ ମାଇତି କାର୍ଯ୍ୟକ୍ରମର ସୂଚନା ସହ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

