ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମସ୍ୟା ବଳୟରେ କମର୍ଦ୍ଧା ପଞ୍ଚାୟତ, ଦାବି ପୂରଣ ନହେଲେ ତାଲା ବନ୍ଦ ଡାକରା

ସମସ୍ୟା ବଳୟରେ କମର୍ଦ୍ଧା ପଞ୍ଚାୟତ, ଦାବି ପୂରଣ ନହେଲେ ତାଲା ବନ୍ଦ ଡାକରା

ନର୍ଲା: ବିଭିନ୍ନ ମୈ।ଳିକ ସୁବିଧାରୁ ବଂଚିତ ହୋଇ ଆସୁଥିବା କମର୍ଦ୍ଧା ପଞ୍ଚାୟତକୁ ନେଇ ଜନସାଧାରଣରେ ପ୍ରତିବାଦର ସ୍ବର ଉତ୍ତୋଳନ ହେଉଛି। ଏଠାରେ ବିଭିନ୍ନ ସରକାରୀ ଯୋଜନାର ଅର୍ଥ ମଧ୍ୟ ବାଟ ମାରଣାରେ ଚୋଳୁ ହେଉଥିବା ଅଭିଯୋଗ ହେଉଛି। ସ୍ଥାନୀୟ ସମସ୍ୟାକୁ ନେଇ ଜନସାଧାରଣ ବାରମ୍ବାର ଲାଞ୍ଜିଗଡ଼ ବିଡ଼ିଓ,ଉପ ଜିଲ୍ଲାପାଳ, ଜିଲ୍ଲାପାଳ, ବିଧାୟକ, କଳାହାଣ୍ଡି ସାଂସଦ, ମନ୍ତ୍ରୀ ସହ ରାଜ୍ୟ ବିଜେପି ସଭାପତିଙ୍କୁ ଲିଖିତ ଅଭିଯୋଗ କରିଥିଲେ ସୁଦ୍ଧା ଏହାର କୋୖଣସି ସୁଫଳ ମିଳିନଥିବା ଅଭିଯୋଗ ହେଉଛି। ଯାହା ଫଳରେ ସାଧାରଣ ଲୋକେ ଚଳିତ ଅକ୍ଟୋବର ୧୪ ତାରିଖ ସୁଦ୍ଧା ଗ୍ରାମ ପଞ୍ଚାୟତର ସମସ୍ତ ଦାବି ପୂରଣ ନହେଲେ ଆସନ୍ତା ଅକ୍ଟୋବର ୧୫ ତାରିଖରେ କମର୍ଦ୍ଧା ପଞ୍ଚାୟତ କାର୍ଯ୍ୟାଳୟରେ ତାଳା ବନ୍ଦ ଡାକରା ଦେଇଥିବା ଜଣାପଡ଼ିଛି। ଗ୍ରାମ ପଞ୍ଚାୟତର ଅନେକ ସମସ୍ୟା ମଧ୍ୟରୁ କମର୍ଦ୍ଧା ପଞ୍ଚାୟତ ଠାରୁ ମୁଣ୍ଡା ଗାଁ ଦେଇ ଭୁର୍ଟିଗଡ ପଞ୍ଚାୟତକୁ ମୋ ବସ ଚଳାଚଳ କରିବା, ଛପର ଓ ଆଜବେଷ୍ଟସ ଘର ହିତାଧିକାରୀଙ୍କୁ ଆବାସ ଯୋଜନାରୁ ବଂଚିତ କରିବା, ପ୍ରତ୍ୟେକ ଗାଁକୁ ପାନୀୟ ଜଳର ଅଭାବ ଦୂର କରିବା, କମର୍ଦ୍ଧା ଗ୍ରାମ ପଞ୍ଚାୟତର ସମସ୍ତ ବିଭାଗୀୟ ଦୁର୍ନୀତିର ସିବିଆଇ ତଦନ୍ତ ପରିସରଭୁକ୍ତ କରିବା ଆଦି ଦାବିକୁ ନେଇ ପଞ୍ଚାୟତ ବାସୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ଦାବି ପୂରଣ ନହେଲେ ଆସନ୍ତା ଅକ୍ଟୋବର ୧୫ ତାରିଖକୁ ଗ୍ରାମ ପଞ୍ଚାୟତରେ ତାଳା ବନ୍ଦ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ସମାଜସେବୀ ରବିନ୍ଦ୍ର କୁମାର ପ୍ରଧାନୀ, ଲାଲ ବାହାଦୁର ପୁଟେଲ, କାନ୍ତି ପାତ୍ର, ଗଣପତି ଭୋଇ, ନୀଳମଣି ମାଝୀ,ଅମରେଶ କୁମାର ବୁଦ୍ଧିଆ ପ୍ରମୁଖ ସୂଚନା ଦେଇଛନ୍ତି।

ଦୀପକ୍ ଠାକୁର୍ ଙ୍କ ରିପୋର୍ଟ୍ 

Related posts

ନୂଆପଡା ଉପ ନିର୍ବାଚନ ନାମାଙ୍କନ ପାତ୍ର ଦାଖଲ ହେଲା ଶେଷ, ୧୭ ଜଣ ପ୍ରାର୍ଥୀ କଲେ ନାମାଙ୍କନ ପତ୍ର ଦାଖଲ

Sunil Chandra Nayak

ଜୁନାଗଡ଼ ସହରାଞ୍ଚଳ ସ୍ୱାସ୍ଥ୍ୟ ଓ ଆରୋଗ୍ୟ କେନ୍ଦ୍ର ଉଦଘାଟିତ

masiha

ଖାଉଟି ଅଧିକାର ସଂଗଠନ ଦ୍ୱାରା ଓଡିଶାର ଖାଉଟି ମାନଙ୍କୁ ନ୍ୟାୟ ପ୍ରଦାନ କେବେ 

masiha

Leave a Comment

error: Content is protected !!