ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କରଚଲା ଗ୍ରାମରେ ଧୁମଧାମରେ ଅନୁଷ୍ଠିତ ହେଲା ଘୁମୁରା ପ୍ରତିଯୋଗିତା ପର୍ଲା ନୂଆପଡା ପ୍ରଥମ ସ୍ଥାନ ଅଧିକାର କଲା

କରଚଲା ଗ୍ରାମରେ ଧୁମଧାମରେ ଅନୁଷ୍ଠିତ ହେଲା ଘୁମୁରା ପ୍ରତିଯୋଗିତା ପର୍ଲା ନୂଆପଡା ପ୍ରଥମ ସ୍ଥାନ ଅଧିକାର କଲା

ଜୁନାଗଡ଼,୧୧/୧୦(ମନୀସ)ଶ୍ରୀ ଶ୍ରୀ ଶ୍ରୀ ଚନ୍ଦ୍ରଶେଖର ମହାଦେବ ପୂଜା କମିଟି କରଚଲା ଗ୍ରାମ ଆନୁକୂଲ୍ୟରେ ଏକ ଭବ୍ୟ ଘୁମୁରା ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଅଞ୍ଚଳରେ ସାଂସ୍କୃତିକ ପରମ୍ପରାକୁ ବଞ୍ଚାଇ ରଖିବା ଏବଂ ପ୍ରୋତ୍ସାହିତ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ କଳାକାର ଓ ଦର୍ଶକଙ୍କ ପ୍ରବଳ ଭିଡ଼ ଦେଖିବାକୁ ମିଳିଥିଲା। କମିଟିର ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅଭିମନ୍ୟୁ ପଣ୍ଡା ଯୋଗଦେଇଥିବାବେଳେ, ମୁଖ୍ୟବକ୍ତା ଭାବେ ଚନ୍ଦ୍ରକାନ୍ତ ମାଝି ଯୋଗଦେଇ ଘୁମୁରା ନୃତ୍ୟର ଇତିହାସ ଓ ମହତ୍ତ୍ୱ ଉପରେ ଆଲୋକପାତ କରିଥିଲେ। ସମ୍ମାନିତ ଅତିଥି ଭାବେ ଦୁର୍ବିନ ନାଏକ, ସୀମାଞ୍ଚଳ ନାଗ, ପୁରୁଷୋତ୍ତମ ମୁଣ୍ଡ, କେଶ୍ରୀ ମାଝୀ ଏବଂ ଜିତେନ୍ଦ୍ର କୁମାର ନାଏକ ପ୍ରମୁଖ ମଞ୍ଚାସୀନ ହୋଇ କଳାକାରମାନଙ୍କୁ ଉତ୍ସାହିତ କରିଥିଲେ।ଏହି ଅବସରରେ କମିଟି ତରଫରୁ ସ୍ଥାନୀୟ ଅଞ୍ଚଳର କିଛି ବିଶିଷ୍ଟ ବ୍ୟକ୍ତିବିଶେଷଙ୍କ ସମେତ ସାମ୍ବାଦିକ ରୋହିତ ବାଗଙ୍କୁ ସେମାନଙ୍କର କୃତିତ୍ୱ ଓ ସମାଜସେବା ପାଇଁ ମଞ୍ଚରେ ସମ୍ବର୍ଦ୍ଧିତ କରାଯାଇଥିଲା।ପ୍ରତିଯୋଗିତାରେ ବିଭିନ୍ନ ପ୍ରାନ୍ତରୁ ଆସିଥିବା ଦଳଗୁଡ଼ିକ ନିଜର ଚମତ୍କାର ପ୍ରଦର୍ଶନ କରିଥିଲେ।

ପ୍ରଥମ ପୁରସ୍କାର ପର୍ଲା ନୂଆପଡା,ଦ୍ୱିତୀୟ ପୁରସ୍କାର ଅନ୍ତର୍ଲା ତୃତୀୟ ପୁରସ୍କାର ଘଣ୍ଟିଗୁଡା |ଏହି ସଫଳ କାର୍ଯ୍ୟକ୍ରମ ପଛରେ କମିଟିର କର୍ମକର୍ତ୍ତାମାନେ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ। କମିଟିର ସଭାପତି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ଲହଜଲ, ଉପସଭାପତି ଶ୍ରୀଯୁକ୍ତ ବୈଦ୍ୟନାଥ ନିମୁଳିଆ, ସହ ସମ୍ପାଦକ ଶ୍ରୀଯୁକ୍ତ ଅର୍ଜୁନ ସଗଡ଼ିଆ, କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଚନ୍ଦ୍ରଶେଖର ପଣ୍ଡା, ସହ କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ଲବଣୀଶ୍ୱର ପଣ୍ଡା ଏବଂ ପ୍ରଯୋଜକ ଶ୍ରୀଯୁକ୍ତ ସାନୁର୍ଜ୍ୟ ନାଏକ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ, ମଞ୍ଚ ପରିଚାଳନାକୁ ଅତି ସୁଚାରୁ ରୂପେ ତୁଲାଇଥିଲେ ଶ୍ରୀଯୁକ୍ତ ଦିନେଶ ଚନ୍ଦ୍ର ଲହଜଲ ଓ ଅର୍ଜୁନ ସଗଡ଼ିଆ। କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ସହକାରେ ପରିଚାଳନା କରିବା ପାଇଁ ଚିଲିଗୁଡା ଫାଣ୍ଡି ଅଧିକାରୀ ନିଜ ଟିମ୍ ସହିତ ଉପସ୍ଥିତ ରହି ସମ୍ପୂର୍ଣ୍ଣ ପ୍ରତିଯୋଗିତାକୁ ତଦାରଖ କରିଥିଲେ। ଗ୍ରାମର ସମସ୍ତ ଯୁବକସଂଘ, ମାନ୍ୟଗଣ୍ୟ ବ୍ୟକ୍ତି ଏବଂ ଗ୍ରାମବାସୀଙ୍କ ସାମୂହିକ ସହଯୋଗ ଓ ଉପସ୍ଥିତି ଯୋଗୁଁ ଏହି ସାଂସ୍କୃତିକ କାର୍ଯ୍ୟକ୍ରମଟି ଅତ୍ୟନ୍ତ ସଫଳତା ସହକାରେ ଶେଷ ହୋଇଥିଲା।

ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗାନ୍ଧୀ ଜୟନ୍ତୀରେ ସ୍ୱଚ୍ଛତା ଓ ପରିବେଶ ସୁରକ୍ଷାର ବାର୍ତ୍ତା ଚିନାସାରୀ ଉଚ୍ଚ ବିଦ୍ୟାଳୟରେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ର ବକ୍ତୃତା ପ୍ରତିଯୋଗିତା

Sunil Chandra Nayak

କୋକସରା ବ୍ଲକ ଅଧ୍ୟକ୍ଷା ଓ ଉପାଧ୍ୟକ୍ଷ ଙ୍କୁ ସମ୍ବର୍ଦ୍ଧନା କଲେ ଜନ ପ୍ରତିନିଧି ଓ ବ୍ଲକ ପ୍ରଶାସନ ଅଧିକାରୀ

masiha

କଳାହାଣ୍ଡି ରେ ଜିଲ୍ଲାସ୍ତରୀୟ ବିଶ୍ବ ମତ୍ସ୍ୟ ଦିବସ, ୨୦୨୫, ପାଳନ 

Sunil Chandra Nayak

Leave a Comment

error: Content is protected !!