ପରିବର୍ତ୍ତିତ ସମାଜକୁ ସୁଧାରିବାରେ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ
ଇସ୍ପାତ୍ ସାହିତ୍ୟ ସଂସଦର ୫୬ ତମ ବାର୍ଷିକ ଉତ୍ସବ ପାଳିତ
ରାଉରକେଲା: ଇସ୍ପାତ୍ ସାହିତ୍ୟ ସଂସଦର ୫୬ତମ ଦ୍ଵିଦିବସୀୟ ବାର୍ଷିକ ଉତ୍ସବ ସଭାପତି ନୃସିଂହ ଚରଣ ବିଶ୍ଵାଳଙ୍କ ସଭାପତିତ୍ବରେ ସେକ୍ଟର ସାତ ସ୍ଥିତ କାର୍ଯ୍ୟାଳୟ ଠାରେ ମହା ସମାରୋହରେ ପାଳିତ ହୋଇଯାଇଛି। ପ୍ରଥମ ଦିବସର ପ୍ରଥମ ପର୍ଯ୍ୟାୟରେ ସମ୍ବଲପୁର ଉପଜିଲ୍ଲାପାଳ ରାଜେନ୍ଦ୍ର ପ୍ରକାଶ ଯୋଗ ଦେଇଥିବାବେଳେ ଫକୀର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଓଡିଆ ଭାଷା ସାହିତ୍ୟ ବିଭାଗର ସହକାରୀ ପ୍ରଧ୍ୟାପକ ଡ ଅଭୟ କୁମାର ରାଉତ ଯୋଗଦେଇ ‘ପରିବର୍ତ୍ତିତ ସମାଜରେ ସାହିତ୍ୟର ଭୂମିକା’ ସମ୍ପର୍କରେ ଆଲୋଚନା କରିଥିଲେ। କଵି ମଞ୍ଜୁଳା କୁମାରୀ ରଥ ଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଏହି ସଭାରେ ସାଧାରଣ ସମ୍ପାଦକ ମନୋଜ କୁମାର ନନ୍ଦ ଓ କାର୍ଯ୍ୟକାରୀ ସଭାପତି ପ୍ରତାପ କୁମାର ପଣ୍ଡା, ଉପସଭାପତି ରଶ୍ମିବାଳା ରାଉତରାୟ ବକ୍ତବ୍ୟ ରଖିଥିଲେ। ଶିବ କଳା ନିକେତନ ତରଫରୁ ନୃତ୍ଯ ପରିବେଷଣ କରାଯାଇ ଥିଲା। ଉନ୍ମୋଚିତ ହୋଇଥିବା ରଶ୍ମିବାଳା ରାଉତରାୟଙ୍କ ‘ଗଳ୍ପରେ ବିଜ୍ଞାନ’ ପୁସ୍ତକର ସମୀକ୍ଷା ଅଧ୍ୟାପକ ଉମାକାନ୍ତ ପ୍ରଧାନ କରିଥିବାବେଳେ ପଣ୍ଡିତ ହରିହର ବେହେରାଙ୍କ ପୁସ୍ତକ ‘ ଶ୍ରୀକୃଷ୍ଣ ରସାମୃତ ଓ ‘ଭଜନ ସୁଧା’ ର ସମୀକ୍ଷା କରିଥିଲେ କବି ବିଜୟିନୀ ଜେନା। ଦ୍ବିତୀୟ ପର୍ଯ୍ୟାୟ କବିତା ପାଠ ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଚିତ୍ତରଂଜନ ବ୍ରହ୍ମା। ମମତା ଜେନା ଓ ଗୀତାରାଣୀ ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କବିତା ପାଠ କାର୍ଯ୍ୟକ୍ରମ ରେ ଡାକ୍ତର ଗିତାଞ୍ଜଳୀ ପତ୍ରୀ ମୁଖ୍ୟଅତିଥି ଭାବରେ ଯୋଗଦାନ କରିଥିଲେ। ପ୍ରଥମ ଦିନ ଡ଼ ଅଭୟ କୁମାର ରାଉତ, ଇଂ ଅଶୋକ କୁମାର ପଟ୍ଟନାୟକ, ନର୍ମଦା ନାୟକ, ସୁବ୍ରତ କୁମାର ରଥ, ଅଜୟ କୁମାର ମହାନ୍ତି,ରବୀନ୍ଦ୍ର ନାଥ ମିଶ୍ରଙ୍କୁ ସ୍ମୁତି ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା। ଦ୍ବିତୀୟ ଦିନରେ ମୂଖ୍ୟ ଅତିଥି ଭାବରେ ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ଏବଂ ଦ୍ୱିତୀୟଭଞ୍ଜ ସାହିତ୍ୟ ଗବେଷକ ଅଧ୍ୟାପକ ଉମାକାନ୍ତ ପ୍ରଧାନ ମୁଖ୍ୟବକ୍ତା ଭାବରେ ଯୋଗଦାନ କରିଥିଲେ।’ବାର୍ତ୍ତମାନିକ ପରିସ୍ଥିତିରେ ଆମେ ଓ ଆମ ସାହିତ୍ୟ’ ଶୀର୍ଷକ ଆଲୋଚନାରେ ପରିବର୍ତ୍ତିତ ପରିସ୍ଥିତିରେ ସହିତ୍ୟହିଁ ସମାଜକୁ ସୁଧାରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ ବୋଲି ମତ ପ୍ରକାଶ ପାଇଥିଲା । ସୁସ୍ମିତା ମହାପାତ୍ର ମଞ୍ଚ ପରିଚାଳନା କରିଥିବା ବେଳେ ସଭାପତି ନୃସିଂହ ଚରଣ ବିଶ୍ଵାଳ ସ୍ୱାଗତ ସମ୍ଭାଷଣ ପ୍ରଦାନ କରିଥିଲେ ଏବଂ ସଧାରଣ ସମ୍ପାଦକ ଶ୍ରୀ ନନ୍ଦ ବାର୍ଷିକ ବିବରଣୀ ପାଠ କରିଥିଲେ। ଅତିଥି ମାନଙ୍କ ଦ୍ଵାରା ସଂସଦର ମୁଖପତ୍ର ସ୍ତବକ ଲୋକାର୍ପିତ ହୋଇଥିଲା। ଅଧ୍ୟାପକ ଉମାକାନ୍ତ ପ୍ରଧାନ, ଶ୍ରୀମତୀ ଉର୍ବଶୀ ଦାଶ ଏବଂ ରମାକାନ୍ତ ସୂତାରଙ୍କୁ ବ୍ୟାସକବି ପୁରସ୍କାର ପ୍ରଦାନ କରାଯାଇଥିବା ବେଳେ ଶର୍ମିଷ୍ଠା କବି ଶତପଥି,ଡ଼ ମନୋଜ କୁମାର ପଣ୍ତା, ଅଧ୍ୟାପକ ଅଖିଳ ବିଶ୍ୱାଳ, ଲୋପାମୁଦ୍ରା ମିଶ୍ର ଓ ବସନ୍ତ କୁମାର ନାଥ ଙ୍କୁ ସ୍ମୁତି ସାରସ୍ୱତ ସମ୍ମାନ ପ୍ରଦାନ କରାଯାଇଥିଲା।ଦ୍ୱିତୀୟ ପର୍ଯ୍ୟାୟ କବିତା ପାଠ କାର୍ଯ୍ୟକ୍ରମ ରେ କବି ସୁଶାନ୍ତ କୁମାର ନାୟକ ଅଧ୍ୟକ୍ଷତା କରିଥିଲେ। ରଶ୍ମିବାଳା ରାଉତରାୟ ମୂଖ୍ୟ ଅତିଥି ଭାବରେ ଯୋଗଦେଇଥିବା ଏହି କବିତା ପାଠ କାର୍ଯ୍ୟକ୍ରମରେ ଡଲି ରାଣୀ ବ୍ରହ୍ମା, ଉର୍ବଶୀ ଦାଶ ଓ ଗୌତମ ଦାସ ସଂଯୋଜନା କରିଥିଲେ। ବିଭିନ୍ନ ପର୍ଯ୍ୟାୟରେ ଉପେନ୍ଦ୍ର ବସ୍ତିଆ, ସବିତା ବସ୍ତିଆ, ଅଭିରାମ ପ୍ରଧାନ ଓ ଅର୍ଚ୍ଚନା ପାତ୍ର ଧନ୍ୟବାଦ୍ ଅର୍ପଣ କରିଥିଲେ। ପ୍ରତ୍ୟେକ ପର୍ଯାୟରେ ଜ୍ୟୋତିର୍ମୟ ଆଚାର୍ଯ୍ୟଙ୍କ ଶ୍ଳୋକ ପାଠ ତାଳେ ତାଳେ ପ୍ରଦୀପ ପ୍ରଜ୍ୱଳନ ପୂର୍ବକ ଶ୍ରୀଜଗନ୍ନାଥଙ୍କ ମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରଯାଇଥିଲା। ଏହି ରାଜ୍ୟସ୍ତରୀୟ ଉତ୍ସବରେ ବହୁ କବି ଲେଖକ ଓ ବୁଦ୍ଧିଜବୀ ଉପସ୍ଥିତ ଥିଲେ।
କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

