କୋକସରା ବ୍ଲକରେ ଯୌତୁକ ଲୋଭରେ ବୋହୁଙ୍କ ଦେହରେ ନିଆଁ ଲଗେଇଦେବା ଅଭିଯୋଗ
କଳାହାଣ୍ଡି,୧୨/୧୦ କଳାହାଣ୍ଡି ଜିଲ୍ଲା,କୋକସରା ବ୍ଲକ, ଗୋତମୁଣ୍ଡା ଠାରେ ଏକ ଅଭାବନୀୟ ଘଟଣା ବୋହୂଙ୍କ ଦେହରେ ଶୋଶୁର ପେଟ୍ରୋଲ ଢାଳି ନିଆଁ ଲଗାଇଦେବା ଅଭିଯୋଗ ହୋଇଛି I ଗୁରୁତର ଅବସ୍ଥାରେ ବୋହୂ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି I ଏହା ନେଇ ଆମପାଣି ଥାନାରେ ଅଭିଯୋଗ ହୋଇଛି ,ପୁଲିସର ତଦନ୍ତ ଜାରି ରଖଛନ୍ତି I ଗୋତମୁଣ୍ଡା ଗ୍ରାମରେ ଘଟିଛି ଏହି ଘଟଣା ୨୦୨୧ ରେ ଝିଅ ବିବାହ ପରଠାରୁ ଯୌତୁକକୁ ନେଇ ଗୀତାଞ୍ଜଳିଙ୍କୁ ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ l ଗତକାଲି ରବିବାର ଦିନ ସନ୍ଧ୍ୟାରେ ତାଙ୍କ ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିବା ଶଶୁରଙ୍କ ବିରୋଧରେ ଅଭିଯୋଗ ହୋଇଛି l ପ୍ରଥମେ ଧର୍ମଗଡ଼ ଡାକ୍ତରଖାନା ଭର୍ତ୍ତି କରାଯାଇଥିଲା,ପରେ ସ୍ବାସ୍ୟବସ୍ଥା ସଂକଟପୂର୍ଣ ହୋଇଥିବା ଯୋଗୁଁ ତାଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ଭବାନୀପାଟଣାକୁ ସ୍ଥାନାନ୍ତର କରାଯାଇଛି l ଏନେଇ ଗୀତାଞ୍ଜଳିଙ୍କ ବାପା ଆମପାଣି ଥାନାରେ ଅଭିଯୋଗ କରିବା ପରେ ପୁଲିସର ତଦନ୍ତ ଜାରି ରଖିଛନ୍ତି l
ବିଷ୍ଣୁ ଚରଣ ସ୍ୱାଇଁ ଙ୍କ ରିପୋର୍ଟ

