ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ.ସୁବ୍ରତ କୁମାର ରଣାଙ୍କ ମାତୃ ବିୟୋଗ :ବିଭିନ୍ନ ମହଲରେ ଗଭୀର ଶ୍ରଦ୍ଧାଞ୍ଜଳି 

ବିଶ୍ୱବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଡ.ସୁବ୍ରତ କୁମାର ରଣାଙ୍କ ମାତୃ ବିୟୋଗ :ବିଭିନ୍ନ ମହଲରେ ଗଭୀର ଶ୍ରଦ୍ଧାଞ୍ଜଳି 

ଜଳେଶ୍ଵର,୧୨/୧୦(ମନିସ)-ଜଳେଶ୍ୱର ବ୍ଲକ ଅନ୍ତର୍ଗତ ପାଇକସିଦା ଗ୍ରାମର ସ୍ବର୍ଗତ ହରିଶ ଚନ୍ଦ୍ର ରଣାଙ୍କ ଧର୍ମପତ୍ନୀ ସୁରମା ରଣା (୮୭)ଙ୍କ ଗତ ୧୦ ତାରିଖ ରାତ୍ରୀ ୧୧.୫୦ ମିନିଟ୍ ସମୟରେ ଭୁବନେଶ୍ୱରସ୍ଥିତ କ୍ୟାପିଟାଲ ହସ୍ପିଟାଲରେ ପରଲୋକ ହୋଇଯାଇଛି।ସେ ଦୀର୍ଘ ୧ ମାସ ଧରି ଅସୁସ୍ଥ ଅବସ୍ଥାରେ ହସ୍ପିଟାଲରେ ରହି ଚିକିତ୍ସିତ ହେଉଥିଲେ।ସେ ଜଣେ ଧର୍ମପରାୟଣ ମହିଳା ହିସାବରେ ନିଜ ଅଞ୍ଚଳରେ ସମସ୍ତଙ୍କ ବେଶ ପ୍ରିୟପାତ୍ର ଥିଲେ। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ଜ୍ୟେଷ୍ଠ ପୁତ୍ର ସନ୍ତୋଷ କୁମାର ରଣା,ମଧ୍ୟମ ପୁତ୍ର ତଥା ବାରିପଦା ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର ପରୀକ୍ଷା ନିୟନ୍ତ୍ରକ ଡ.ସୁବ୍ରତ କୁମାର ରଣା,କନିଷ୍ଠ ପୁତ୍ର ତଥା ପାରଳାଖେମୁଣ୍ଡି ଜିଲ୍ଲା ଦୌରାଜଜଙ୍କ ଅଦାଲତର ରେଜିଷ୍ଟର ସତ୍ୟବ୍ରତ ରଣା ଓ ତିନି ପୁତ୍ର ବଧୂ ଆରତୀ,ଶୁଭଶ୍ରୀ, ପ୍ରିୟଦର୍ଶିନୀ ଓ ଏକମାତ୍ର କନ୍ୟା ସୁପର୍ଣ୍ଣା,ଜାମାତା ଦିବାକର ସମେତ ନାତି,ନାତୁଣୀ, ଆତ୍ମୀୟ ସ୍ୱଜନ ମାନେ ଉପସ୍ଥିତ ଥିଲେ।ତାଙ୍କର ମୃତ୍ୟୁ ଖବର ପାଇ ଜଳେଶ୍ଵର ବିଧାୟକ ଅଶ୍ଵିନୀ କୁମାର ପାତ୍ର, ଶ୍ରୀ ରାମଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ମହେନ୍ଦ୍ର କୁମାର ମହାନ୍ତି,ପୂର୍ବତନ ସି.ପି.ଏମ୍.ଜି ଡ.ସନ୍ତୋଷ କୁମାର କାମିଲା,ଅବସରପ୍ରାପ୍ତ ପ୍ରଫେସର ଡ.ମିତାଲି ଚିନାରା,ଜିଲ୍ଲା ଖାଉଟି ଅଦାଲତର ପୂର୍ବତନ ସଭାପତି ସୁକୁମାର ରଣା,ସମାଜସେବୀ ଆରତୀ ଦାସ,ମନ୍ତୋଷ କୁମାର କାମିଲା,ଅବସରପ୍ରାପ୍ତ କୃଷି ଅଧିକାରୀ ଅରୁଣ କୁମାର କାମିଲା ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକ ପ୍ରକାଶ କରିଛନ୍ତି।ତାଙ୍କର ପାର୍ଥିବ ଶରୀରକୁ ଏକ ଶୋଭାଯାତ୍ରାରେ ନିଆଯାଇ ପାଇକସିଦା ଗ୍ରାମରେ ଶଶ୍ମାନରେ ଅନ୍ତିମ ସଂସ୍କାର କରାଯାଇଛି।ଜ୍ୟେଷ୍ଠ ପୁତ୍ର ସନ୍ତୋଷ ମୁଖାଗ୍ନୀ ଦେଇଥିଲେ।ତାଙ୍କର ମୃତ୍ୟୁରେ ପାଇକସିଦା ଓ ଚୋରମାରା ପଞ୍ଚାୟତରେ ଗଭୀର ଶୋକ ଖେଳି ଯାଇଛି।

ସୁକୁମାର ରଣା ଙ୍କ ରିପୋର୍ଟ୍ 

Related posts

ସ୍ନାନ ମଣ୍ଡପରେ ସ୍ନାନ କଲେ ଚତୁର୍ଦ୍ଧା ମୂରତି 

masiha

ତଲକପୋଖରୀ ଉଚ୍ଚ ବିଦ୍ୟାଳୟରେ ମେରି ମିଟି ମେରାଦେଶ କାର୍ଯ୍ଯକ୍ରମ

masiha

ଶିକ୍ଷକ ଙ୍କୁ ପଦୋନ୍ନତି ପ୍ରମାଣ ପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!