ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟିର ମା ଲକ୍ଷ୍ମୀ ପୂଜା ଆସନ୍ତା ୨୫ ରୁ…

ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟିର ମା ଲକ୍ଷ୍ମୀ ପୂଜା ଆସନ୍ତା ୨୫ ରୁ…

ରାଉରକେଲା:ଧନ, ସମୃଦ୍ଧି ଓ ସୁଖଶାନ୍ତିର ଦେବୀ ମା’ ଲକ୍ଷ୍ମୀଙ୍କ ପୂଜାକୁ ନେଇ ରାଉରକେଲାରେ ଆରମ୍ଭ ହୋଇଛି ପ୍ରସ୍ତୁତି। ଆସନ୍ତା ୨୫ ଅକ୍ଟୋବରରୁ ୨ ନଭେମ୍ବର ୨୦୨୬ ପର୍ଯ୍ୟନ୍ତ ସେକ୍ଟର-୭ ଦୁର୍ଗାପୂଜା ପଡ଼ିଆରେ ଆୟୋଜିତ ହେବ ମା’ ଲକ୍ଷ୍ମୀ ପୂଜା। ମା’ ଲକ୍ଷ୍ମୀଙ୍କ ଆଶୀର୍ବାଦ କାମନା କରି ଭକ୍ତି, ଶ୍ରଦ୍ଧା ଓ ଉତ୍ସାହର ସହିତ ଏହି ପୂଜା ଆୟୋଜନ କରିବାକୁ ଯାଉଛି ମାତୃଶକ୍ତି ଲକ୍ଷ୍ମୀ ପୂଜା କମିଟି। ଏସମ୍ପର୍କରେ କମିଟି ତରଫରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନର କର୍ମକର୍ତ୍ତା ସାମ୍ବାଦିକଙ୍କୁ ସୂଚନା ପ୍ରଦାନ କରି କହିଲେ ଯେ ନଅ ଦିନ ଧରି ଚାଲିବାକୁ ଥିବା ଏହି ପୂଜା ଅବସରରେ ମା’ଙ୍କ ଦର୍ଶନ ପାଇଁ ଶ୍ରଦ୍ଧାଳୁଙ୍କୁ ଆମନ୍ତ୍ରଣ କରାଯାଇଛି। ନୀତି ନିୟମ,ଶାନ୍ତି ଶୃଙ୍ଖଳା ସହ ଏହି ପୂଜା ପାଳନ କରାଯିବ। ଏହି ପୂଜାରେ ସହରବାସୀ ବହୁ ସଂଖ୍ୟାରେ ଯୋଗଦେଇ ମା’ଙ୍କ ଆଶିର୍ବାଦ ଲାଭ କରିବାକୁ ଅନୁଷ୍ଠାନ ତରଫରୁ ଅନୁରୋଧ କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଆୟୋଜନରେ କମିଟିର ଅଧ୍ୟକ୍ଷା ପୂଜା ରାୟ, ଉପାଧ୍ୟକ୍ଷା ସୁଚିତ୍ରା ତନ୍ତୀ, ସଂଯୋଜିକା ମିନତୀ ଦେବତା ଏବଂ ସଭାପତି କଳ୍ପନା ଭଞ୍ଜଙ୍କ ସହ ସମସ୍ତ ସଦସ୍ୟ ସଦସ୍ୟା ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ କୋଷାଧକ୍ଷା ମମତା ଜେନା , ଅନ୍ନପୂର୍ଣ୍ଣା ବେହେରା , ଅହଲ୍ୟା ପାଣି , ରଜନୀ ନାୟକ , ନିବେଦିତା ବୈରୀଗଞ୍ଜନ , ସୁପ୍ରଭା ଦେହୁରୀ , ପ୍ରିୟଦର୍ଶିନୀ ରାଉତ , ମନ୍ଦିରା ମିଶ୍ର, ମମତା ଚାନ୍ଦ, ଅନୁପମା ସ୍ୱାଇଁ , ଅଳକା ଦାସ , ରଶ୍ମୀ ମଣ୍ଡଳ, ସଂଯୁକ୍ତା କାଣ୍ଡି, ରୀତା ପାଢ଼ୀ , ଅଞ୍ଜଳୀ ନାୟକ , ନମିତା ସାହୁ, ବେବି ସେଠୀ, ସରୋଜିନୀ ବେହେରା,ଗୀତା ନାୟକ, ଲକ୍ଷ୍ମୀପ୍ରିୟା ବେହେରା , ଭାନୁମତୀ ବେହେରା , ବିମଳା ବଡ଼ାଇ , ଚାନ୍ଦ ବଡାଇକ,ପୂଜା ହରିପାଲ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଠାକୁରାଣୀ ଯାତ୍ରା ଦେଖିବା ପାଇଁ ଭିଣୋଇ ଘରକୁ ଆସିଥିବା ବେଳେ ଯୁବକ ନିଖୋଜ

ଖେଦାପଡା ଠାରେ ସୌର ଚାଳିତ ପାନୀୟ ଜଳ ପ୍ରକଳ୍ପ ଲୋକାର୍ପଣ 

masiha

ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇଲେ ମହିଳା 

masiha

Leave a Comment

error: Content is protected !!