ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ୧୦ ଦଫା ଦାବିପତ୍ର ପ୍ରଦାନ
ଢେଙ୍କାନାଳ:୧୩/୧୦ – (ମନିସ) :- ରାଜ୍ୟରେ କାର୍ଯ୍ୟରତ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ମାନଙ୍କର ଦୀର୍ଘଦିନ ଧରି ପଡିରହିଥିବା ଦାବିଗୁଡିକର ପୂରଣ ପାଇଁ ଜିଲ୍ଲାପାଳଙ୍କୁ ମୁଖ୍ୟମନ୍ତ୍ରୀଙ୍କୁ ଏକ ୧୦ ଦଫା ଦାବିପତ୍ର ଭାରତୀୟ ମଜଦୁର ସଂଘ ସହବନ୍ଧିତ ଅଲ ଓଡିଶା ଅଙ୍ଗନଓ୍ବାଡି ଲେଡିସ ଆସୋସିଏସନ ପକ୍ଷରୁ ପ୍ରଦାନ କରିଛନ୍ତି। ଦାବିଗୁଡିକ ହେଲା ସମ୍ବନିତ ଶିଶୁ ବିକାଶ ସେବା ପ୍ରକଳ୍ପକୁ ସ୍ଥାୟୀ କରାଯାଇ ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନଙ୍କୁ କର୍ମଚାରୀର କର୍ମଚାରୀ ମାନ୍ଯତା କରାଯାଉ। ଯେପର୍ଯ୍ୟନ୍ତ କର୍ମଚାରୀର ମାନ୍ଯତା ପ୍ରଦାନ କରାଯାଇନାହି, ସେପର୍ଯ୍ୟନ୍ତ ଅଙ୍ଗନଓ୍ବାଡି କର୍ମୀଙ୍କୁ ୩୦ ହଜାର ଟଙ୍କା ଏବଂ ସହାୟିକାମାନଙ୍କୁ ୧୫ ହଜାର ଟଙ୍କା ପ୍ରଦାନ କରାଯାଉ। ଗତ ୨୦୨୪ ମସିହା ନିର୍ବାଚନ ସମୟରେ ଘୋଷଣା କରାଯାଇଥିବା ବର୍ଦ୍ଧିତ ପାରିଶ୍ରମିକ ତୁରନ୍ତ ଲାଗୁକରାଯାଉ। ଗତ ତା ୩୧/୦୮/୨୦୨୧ ରିଖରେ ବିଭାଗ ତରଫରୁ ଜାରି କରାଯାଇଥିବା ପତ୍ରସଂଖ୍ୟା ୨୧୩୫୧ ଅନୁଯାୟୀ ୫୫ ବର୍ଷରୁ ଉର୍ଦ୍ଧ୍ବ ଅଙ୍ଗନଓ୍ବାଡି କର୍ମୀମାନଙ୍କ ପ୍ରତିବର୍ଷ କାର୍ଯ୍ୟ ଦକ୍ଷତା ସମୀକ୍ଷା କରିବାର ବ୍ଯବସ୍ଥାର ପୁନଃବିଚାର କରାଯାଉ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ୬୦ ବର୍ଷ ବୟସ ପରେ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ପୁନଃନିଯୁକ୍ତି କରାଯାଉ ନାହିଁ। ଏହି ସମସ୍ୟାର ସମାଧାନ ପାଇଁ ଉପଯୁକ୍ତ ପଦକ୍ଷେପ ଗ୍ରହଣ କରାଯାଉ। ନେଟୱର୍କ ସମସ୍ୟା କାରଣରୁ ପୋଷଣ ଟ୍ରାକରେ ତଥ୍ଯ ଏନଟ୍ରି ହୋଇପାରୁନଥିବା ଯୋଗୁଁ ଅନେକ ଅନଙ୍ଗଓ୍ବାଡି କର୍ମୀଙ୍କର ପାରିଶ୍ରମିକ କାଟି ଦିଆଯାଉଛି। ତେଣୁ ଏହାର ପୁନଃବିଚାର କରାଯାଇ କଟାଯାଇଥିବା ବକେୟା ରାଶି ପ୍ରଦାନ ପାଇଁ ଆବଶ୍ୟକୀୟ ପଦକ୍ଷେପ ନିଆଯାଉ। ଅଙ୍ଗନଓ୍ବାଡି କର୍ମୀମାନଙ୍କ ପାଇଁ ସୁପରଭାଇଜର ପଦୋନ୍ନତି ପ୍ରକ୍ରିୟା ପ୍ରତିବର୍ଷ ନିୟମିତ ଭାବରେ କରାଯାଇ ଏହାସହିତ ଅଙ୍ଗନଓ୍ବାଡି କର୍ମୀମାନଙ୍କ ପଦୋନ୍ନତି ପାଇଁ ରହିଥିବା ବୟସ ସୀମାକୁ ଉଚ୍ଛେଦ କରାଯାଉ। ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକାମାନଙ୍କ ୟୁନିଫର୍ମ ବାବଦର ରାଶି ଗତ ୩ ବର୍ଷ ଧରି ପ୍ରଦାନ କରାଯାଇନାହିଁ। ତେଣୁ ବକେୟା ୟୁନିଫର୍ମ ରାଶି ତୁରନ୍ତ ପ୍ରଦାନ କରାଯାଉ। ଏହାସହିତ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ମୋବାଇଲ ରିଚାର୍ଜ ବାବଦ ରାଶି ନିୟମିତ ଭାବେ ପ୍ରଦାନ କରାଯାଉ। ପୋଷଣ ପ୍ରୋତ୍ସାହନ ବାବଦ ରାଶି ଗତ ୫ ମାସ ଧରି ପ୍ରଦାନ କରାଯାଇନାହିଁ, ବକେୟା ବକେୟା ପୋଷଣ ପ୍ରୋତ୍ସାହନ ରାଶି ତୁରନ୍ତ ପ୍ରଦାନ କରାଯାଉ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ଏନ,ଏସ ପି, ଓ ଏମ, ଏସ,ପି, ଓ୍ବାଇ ବାବଦ ଅର୍ଥରାଶି ଏବଂ ଚାଉଳ ସଠିକ ସମୟରେ ଅଙ୍ଗନଓ୍ବାଡି କେନ୍ଦ୍ର ଗୁଡିକକୁ ଯୋଗାଇ ଦିଆଯାଉ ନାହିଁ। ତେଣୁ ଏହାର ସୁବ୍ଯବସ୍ଥା ଓ ସମୟୋଚିତ ଯୋଗାଣ ସୁନିଶ୍ଚିତ କରାଯାଉ। ଏହାସହିତ ଜଏଣ୍ଟ ଆକାଉଣ୍ଟ ମାଧ୍ୟମରେ ଆସୁଥିବା ଅର୍ଥରାଶିର ସମ୍ପୂର୍ଣ୍ଣ ବିବରଣୀ ଅଙ୍ଗନଓ୍ବାଡି କର୍ମୀମାନଙ୍କୁ ପ୍ରଦାନ କରାଯାଉ। ରାଜ୍ୟର ବିଭିନ୍ନ ଜିଲ୍ଲାରେ ବକେୟା ରହିଥିବା ମାତୃତ୍ବ ଅବକାଶ ଲାଭ, ଅବସର ଓ ମୃତ୍ୟୁ ଅବକାଶ ଲାଭ ରାଶି ତୁରନ୍ତ ପ୍ରଦାନ କରାଯାଉ।ଏହିସବୁ ଦାବିଗୁଡିକକୁ ପୂରଣ କରିବାକୁ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ଡେପୁଟି କଲେକ୍ଟରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି ବୋଲି ମାନସୀ ମହାପାତ୍ର ଜଣାଇଛନ୍ତି। ଏହା ଦାବି କାର୍ଯ୍ୟକ୍ରମରେ ରାଜ୍ଯ ମଦଜୁର ସଂଘ ଉପସଭାପତି ଭାସ୍କର ନାୟକ ଉପସ୍ଥିତ ରହିଥିଲେ।
ଶୁଭମ୍ ପାଣି ଙ୍କ ରିପୋର୍ଟ୍

