ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋସ୍କୋ ଆଇନ ଏବଂ ବାଲ୍ଯ ବିବାହ ନିରୋଧ ଉପରେ ଏକ ସଚେତକ କାର୍ଯ୍ୟକ୍ରମ

ପୋସ୍କୋ ଆଇନ ଏବଂ ବାଲ୍ଯ ବିବାହ ନିରୋଧ ଉପରେ ଏକ ସଚେତକ କାର୍ଯ୍ୟକ୍ରମ

ଥୁଆମୂଳ ରାମପୁର:୧୨/୧୦ – (ମନିସ) :- ପୋସ୍କୋ ଆଇନ୍ ଏବଂ ବାଲ୍ଯ ବିବାହ ନିରୋଧ ଆଇନ୍ ହେଉଛି ଭାରତର ଶିଶୁମାନଙ୍କ ସୁରକ୍ଷା ଓ ସେମାନଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ ଦୁଇଟି ଅତି ଗୁରୁତ୍ୱପୂର୍ଣ୍ଣ ଆଇନଗତ ପଦକ୍ଷେପ। ସାମାଜିକୁ ସୁସ୍ଥ ଓ ସୁରକ୍ଷିତ କରିବା ପାଇଁ ଏହି ଦୁଇଟି ଆଇନ୍ ବିଷୟରେ ସଚେତନତା ସୃଷ୍ଟି କରିବା ନିହାତି ଆବଶ୍ୟକତା ରହିଛି। ଏହି ଦୁଇଟି ଆଇନର ମୁଖ୍ୟ ଉଦ୍ଦେଶ୍ୟ ଓ ପ୍ରାବଧାନଗୁଡିକ ହେଉଛି (ପୋସ୍କୋ ଆଇନ୍ ଆର୍ଟ ୨୦୧୨) ବା ଶିଶୁ ଯୌନ ଅପରାଧ ନିରୋଧ ଆଇନ୍ ୨୦୧୨ ମସିହାରେ ଲାଗୁ କରାଯାଇଛି। ଏହାର ମୁଖ୍ୟ ଲକ୍ଷ୍ୟ ହେଉଛି ୧୮ ବର୍ଷରୁ କମ ବୟସର ଶିଶୁମାନଙ୍କୁ ଯୌନ ନିର୍ଯାତନା,ଯୌନ ଶୋଷଣ ଏବଂ ପର୍ଣ୍ଣୋଗ୍ରାଫ୍ ଭଳି ଜଘନ୍ୟ ଅପରାଧରୁ ସୁରକ୍ଷା ଦେବା। ଏହି ଆଇନ୍ ପୁଅ ଏବଂ ଝିଅ ଉଭୟଙ୍କ ପାଇଁ ସମାନ ଭାବେ ଲାଗୁ ହୁଏ। ଅପରାଧର ଗୁରୁତରତାକୁ ଦେଖି ଏଥିରେ କୋଠର କାରାଦଣ୍ଡ (୨୦ ବର୍ଷ ପର୍ଯ୍ୟନ୍ତ କିମ୍ବା ଆଜୀବନ କାରାଦଣ୍ତ) ଏବଂ ମୃତ୍ୟୁଦଣ୍ଡର ମଧ୍ୟ ପ୍ରାବଧାନ ରହିଛି। (ବାଲ୍ଯ ବିବାହ ନିରୋଧ ଆଇନ୍୨୦୦୬) ଭାରତରେ ବାଲ୍ଯ ବିବାହକୁ ରୋକିବା ପାଇଁ ଏହି ଆଇନ୍ ପ୍ରଣୟନ କରାଯାଇଛି। ଆଇନ୍ ଅନୁଯାୟୀ ଝିଅଙ୍କ ପାଇଁ ୧୮ ବର୍ଷ ଏବଂ ପୁଅଙ୍କ ପାଇଁ ଅନ୍ଯୁନ ୨୧ ବର୍ଷ ବୟସ ହେବା ପୂର୍ବରୁ ବିବାହ କରିବା ବେଆଇନ। ବାଲ୍ଯ ବିବାହ କୁ ଆଇନଗତ ଭାବେ ଅବୈଧ ବା ରଦ୍ଦ କରାଯାଇପାରିବ। କେବଳ ବର କନ୍ୟା ନୁହନ୍ତି ବରଂ ବାଲ୍ଯ ବିବାହ ଆୟୋଜନ କରୁଥିବା ପିତାମାତା, ପରିବାର ବର୍ଗ, ପୁରୋହିତ କିମ୍ବା ଏଥିରେ ସହଯୋଗ କରୁଥିବା ଯେକୌଣସି ବ୍ଯକ୍ତିଙ୍କୁ ମଧ୍ୟ ଦଣ୍ତିତ କରିବାର ବ୍ଯବସ୍ଥା ରହିଛି। ଏହି ଆଇନ୍ ଉଲ୍ଲଂଘନ କଲେ ୨ ବର୍ଷ ପର୍ଯ୍ୟନ୍ତ ସଶ୍ରମ କାରାଦଣ୍ଡ ଏବଂ ୧ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମନା ହୋଇପାରେ। ପୋସ୍କୋ ଆଇନ୍ ଏବଂ ବାଲ୍ଯ ବିବାହ ନିରୋଧ ଉପରେ ବିଭିନ୍ନ ସ୍ଥାନରେ ସଚେତନତା ସୃଷ୍ଟି କରିବା ନିହାତି ଭାବରେ ଆବଶ୍ୟକତା ରହିଛି, ଏନେଇ କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ଜେଏମଏଫ୍ କୋର୍ଟ ବିଚାରପତି ତଥା ତାଲୁକ ଆଇନ ସେବା ପ୍ରାଧିକରଣ କମିଟି ଅଧ୍ଯକ୍ଷ ଡାକ୍ତର ତାରିଣୀ ପ୍ରସାଦ ସାହୁଙ୍କ ପ୍ରତ୍ଯକ୍ଷ ତତ୍ବାବଧାନରେ ଶିରିମସ୍କା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ନେଇ ଆୟୋଜିତ ସଚେତନତା କାର୍ଯ୍ୟକ୍ରମରେ ପୋସ୍କୋ ଆଇନ ଏବଂ ବାଲ୍ଯ ବିବାହ ନିରୋଧ ଆଇନ୍ ଉପରେ ଅଧ୍ଯକ୍ଷ ଶ୍ରୀ ସାହୁ ପୁଙ୍ଖାନୁପୁଙ୍ଖ ଭାବରେ ଅବଗତ କରିଥିଲେ। ଆୟୋଜିତ କାର୍ଯ୍ୟକ୍ରମରେ ଆଇନଜୀବୀ ମନୋରଞ୍ଜନ ନାଏକ,ପିପି ସୁଧାଂଶୁ ନାଏକ, କର୍ତ୍ତବ୍ୟ ଅନୁଷ୍ଠାନ ବ୍ଳକ ସଂଯୋଜକ ସୁଦର୍ଶନ ନାଏକ, ଜେଏମଏଫ୍ କୋର୍ଟ ବରିଷ୍ଠ କିରାଣୀ ଅଶୋକ ସାହୁ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କୁ ପୋସ୍କୋ ଆଇନ୍ ଏବଂ ବାଲ୍ଯ ବିବାହ ନିରୋଧ ଆଇନ୍ ଓ ସହାୟତା ଉପରେ ଛାତ୍ରଛାତ୍ରୀ ଓ ଅନ୍ଯାନ୍ଯ ଲୋକଙ୍କୁ ଅବଗତ କରିଥିବା ବେଳେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈରାଗୀ ଚରଣ ନାଏକଙ୍କ ସମେତ୍ ଅନ୍ଯାନ୍ଯ ଶିକ୍ଷକ, ଶିକ୍ଷୟିତ୍ରୀ ଅଭିଭାବକ ସହଯୋଗ କରିଥିଲେ।

ଥୁଆମୂଳ ରାମପୁର ବ୍ଳକରୁ ବଳଭଦ୍ର ବାଗଙ୍କ ରିପୋର୍ଟ

Related posts

ରାଣୀ ଲକ୍ଷ୍ମୀବାଇ ଆତ୍ମ ରକ୍ଷା ପ୍ରଶିକ୍ଷଣ ଶିବିର ଉଦଘାଟିତ

masiha

ଜିଲ୍ଲାପରିଷଦ ଅଧ୍ୟକ୍ଷାଙ୍କ ବନ୍ଧୁଗାଁ ପଞ୍ଚାୟତ ୪ ଟି ଗାଁ କୁ ଗସ୍ତ, ଲୋକଙ୍କ ଠାରୁ ଶୁଣିଲେ ଓ ନିଜେ ଅନୁଭବ କଲେ ଗାଁ ର ପ୍ରକୃତ ସମସ୍ୟା, ସରକାରୀ ବାବୁଙ୍କୁ ଫୋନ ମାଧ୍ୟମରେ ଅତିଶିଗ୍ର ସମାଧାନ ପାଇଁ ଦେଇଛନ୍ତି ନିର୍ଦ୍ଦେଶ

Sunil Chandra Nayak

ଆମ୍ବୁଲାନ୍ସ ନ ପାଇ ରୋଗୀ ହେଲେ ହଟହଟା

masiha

Leave a Comment

error: Content is protected !!