ଏସବିଆଇ ଶାଖା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ
କର୍ଲାମୁଣ୍ଡା (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଯୋରାଡବରା ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ “ସତର୍କତା ସଚେତନତା” କାର୍ଯ୍ୟକ୍ରମ ଆଜି ସ୍ଥାନୀୟ ହରଗୌରୀ ଯୁବକ ସଂଘ ଗୃହ ଠାରେ ପାଳିତ ହୋଇଯାଇଛି। ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ଷ୍ଟେଟ ବ୍ୟାଙ୍କ ଯୋରାଡବରା ଶାଖା ପ୍ରବନ୍ଧକ ଶ୍ରୀ ଜନ୍ ମାଥ୍ୟୁ ଏକ୍କା ଉପସ୍ଥିତ ରହି ଆର୍ଥିକ କାରବାରରେ ସ୍ୱଚ୍ଛତା, ସାଇବର ସୁରକ୍ଷା ଏବଂ ସତର୍କତା ଅବଲମ୍ବନ କରିବା ଉପରେ ଆଲୋଚନା କରିବା, ବ୍ୟାଙ୍କିଙ୍ଗ୍ ସେବାରେ ସ୍ୱଚ୍ଛତା ଆଣିବା, ଦୁର୍ନୀତିମୁକ୍ତ ସମାଜ ଗଠନ କରିବା ଏବଂ ଗ୍ରାହକ ଓ କର୍ମଚାରୀମାନଙ୍କ ମଧ୍ୟରେ ସତ୍ୟନିଷ୍ଠା ପ୍ରତି ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟ ବୋଲି ମତବ୍ୟକ୍ତ କରିଥିଲେ। ଏଥିରେ ପ୍ରକୃତି ବନ୍ଧୁ ସନତ କୁମାର ସାହୁ, ସମାଜସେବୀ ହୃଦାନନ୍ଦ ସାହୁ, ହରଗୌରୀ ଯୁବକ ସଙ୍ଘର ସଭାପତି ଯୁଗେଶ ଚନ୍ଦ୍ର ଜାନୀ, ଉପସଭାପତି ନୀଳକଣ୍ଠ ସାହୁ ସମେତ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ରହି ସହଯୋଗ କରିଥିଲେ। ଶେଷରେ ବ୍ୟାଙ୍କ ଶାଖା ପ୍ରବନ୍ଦକ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ।
ଭୋଟର ସଚେତନ କର୍ମଶାଳା ଅନୁଷ୍ଠିତ
କର୍ଲାମୁଣ୍ଡା, (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ତେରେସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ଜାତୀୟ ସେବା ଯୋଜନା ତରଫରୁ ଭୋଟର ସଚେତନ କର୍ମଶାଳା ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବରେ ମହବିଦ୍ୟାଳୟର ଅଧ୍ୟକ୍ଷ ଆଭାସ ଚନ୍ଦ୍ର ଆଚାଯ୍ୟ ଛାତ୍ରଛାତ୍ରୀମାନଙ୍କୁ ଭୋଟରର କର୍ତବ୍ୟ, ଭୋଟରର ସଚେତନତା ବିଷୟରେ ଅବଗତ କରାଇଥିଲେ। ସମ୍ମାନିତ ଅତିଥିଭାବରେ ଶିକ୍ଷା ବିଭାଗ ଅଧ୍ୟାପକ ସୁବ୍ରତ ରଣା, ଓଡିଆ ଅଧ୍ୟାପକ ବାବୁଲାଲ ଗହୀର ମଂଚାସୀନ ଥିଲେ । କର୍ମଶାଳାକୁ ଏନ୍.ଏସ୍.ଏସ୍. କାର୍ଯ୍ୟକ୍ରମ ଅଧିକାରୀ ମୁକେଶ ବହିଦାର ପରିଚାଳନା କରିଥିଲେ । କନିଷ୍ଠ କିରାଣୀ ଦେବେନ୍ଦ୍ର ରଣା, ଡୋଳାମଣି ଗହୀର, ରାଧାମୋହନ ଗହୀର ପ୍ରମୁଖ ସହଯୋଗ କରିଥିଲେ ।

