ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁସ୍କୁଟି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଆୟୋଜିତ 

ମୁସ୍କୁଟି କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଆୟୋଜିତ 

ରୁପ୍ରା, 13/10 (AJAYA SENAPATI) : ନର୍ଲା ବ୍ଲକ ଅନ୍ତର୍ଗତ ମୁସ୍କୁଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟରସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୬ ଆୟୋଜିତ ହୋଇଯାଇଛି।ମୁସ୍କୁଟି ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ରୁଦ୍ରଧର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ନର୍ଲା ବିଆରସିସି ଗୋବର୍ଦ୍ଧନ ମାଝୀ, ମୁଖ୍ୟବକ୍ତା ମୁସ୍କୁଟି କଲେଜ ପି ଇ ଟି ନାରାୟଣ ନାଏକ, ସମ୍ମାନିତ ଅତିଥି ଯୋଡାବନ୍ଧ ହାଇସ୍କୁଲ ଶିକ୍ଷକ ଶ୍ରୀଧର ବେହେରା , କେନ୍ଦୁପଡା ଉ.ପ୍ରା. ବିଦ୍ୟାଳୟର ପ୍ରଧାନଶିକ୍ଷକ ଗୁଣସାଗର ରାଉତ , ମୁସ୍କୁଟି ଉ ପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଭୋଳାନାଥ ନାଏକ, କୁଟେନ ଉ ପ୍ରା ବିଦ୍ୟାଳୟ ପ୍ରଧାନ ଶିକ୍ଷକ ହରିହର ଭୋଇ ତଥା କ୍ଲଷ୍ଟର ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଯୋଗ ଦେଇଥିଲେ।

ଏଥିରେ କ୍ଳଷ୍ଟର ଅନ୍ତର୍ଗତ ୧୧ଟି ସ୍କୁଲର ଛାତ୍ରଛାତ୍ରୀ ବିତର୍କ, ପ୍ରବନ୍ଧ ଲିଖନ, ଚିତ୍ରାଙ୍କନ, କୁଇଜ୍, ସୃଜନଶୀଳ ଲିଖନ, ବକ୍ତୃତା, ସଙ୍ଗୀତ, ଓଡ଼ିଆ ହସ୍ତାକ୍ଷର ଓ ଶ୍ରୁତଲିଖନ, ସାଂସ୍କୃତିକ କାର୍ଯ୍ୟକ୍ରମ, ପିଏମ୍ ପୋଷଣ ଚିତ୍ରକଳା ଓ ଶିଳ୍ପକଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। କୃତି ଛାତ୍ରଛାତ୍ରୀଙ୍କୁ ପ୍ରମାଣପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା। ଶ୍ରେଷ୍ଠ ବିବେଚିତ ଛାତ୍ରଛାତ୍ରୀ ଆଗାମୀ ଦିନରେ ଆୟୋଜିତ ହେବାକୁ ଥିବା ବ୍ଲକ ସ୍ତରୀୟ ସୁରଭିରେ ଯୋଗଦେବେ ବୋଲି ଜଣାପଡିଛି। ବସ୍ତିପଡା କୁଟେନ ପ୍ରାଥମିକ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସାଂସ୍କୃତିକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ I କାର୍ଯ୍ୟକ୍ରମ ଆୟୋଜନରେ କ୍ଲଷ୍ଟର ଅନ୍ତର୍ଗତ ଦୁଇଟି କଲେଜ, ଦୁଇଟି ହାଇସ୍କୁଲ, ଚାରିଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ପାଞ୍ଚୋଟି ପ୍ରାଥମିକ ବିଦ୍ୟାଳୟ ର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିଲେ।ଶେଷରେ ସି ଆର୍ ସି ସି ରୁଦ୍ରଧର ସାହୁ ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Related posts

କଳାହାଣ୍ଡିର ଅଭିଳାଷ ଆଇଆଇଏମ୍ ଟପ୍ପର 

Sunil Chandra Nayak

ପ୍ରିଜମ ମିଡ଼ିଆ ର ବାର୍ଷିକ ଉତ୍ସବ

masiha

ପ୍ରକୃତି ବନ୍ଧୁ ସନତ ପାଳିଲେ ବିଶ୍ୱ ପରିବେଶ ଦିବସ

masiha

Leave a Comment

error: Content is protected !!