ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ 

ବ୍ଲକ ସ୍ତରୀୟ ସୁରଭି କାର୍ଯ୍ୟକ୍ରମ 

ରାଉରକେଲା: ବିଶ୍ରା ବ୍ଲକ ଅନ୍ତର୍ଗତ ଝିରିପାଣି ସ୍ଥିତ ପିଏମଶ୍ରୀ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ବ୍ଲକ୍ ସ୍ତରୀୟ ସୁରଭି ୨୦୨୬ ଶିଶୁ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି। ବ୍ଲକ୍ ଶିକ୍ଷାଧିକାରୀ ସୁପ୍ରଭାତ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଉଦଘାଟନୀ ଉତ୍ସବରେ ଅତିଥି ଭାବେ ଏନଆଇଟି ର ପ୍ରଫେସର ସରୋଜ କୁମାର ପଟେଲ, ମୁଖ୍ୟବକ୍ତା ଭାବେ ଡବ୍ଲ୍ୟୁଇଓ ଆରତୀ ସ୍ବାଇଁ, ସମ୍ମାନିତ ଅତିଥି ଭାବେ ବ୍ଲକ୍ ଅଧ୍ୟକ୍ଷା ଫୁଲମଣୀ କେର୍କେଟା,ଏବିଇଓ ସତ୍ୟଭାମା ବେହେରା, ସମିତି ସଭ୍ୟା ପ୍ରତିମା ପାତ୍ର,ଝିରିପାଣି ସରପଞ୍ଚ ଅଜିତ୍ ତିର୍କି, ଲକ୍ଷ୍ମୀ ସେଠୀ, ସ୍ନେହଲତା ଦଳେଇ ପ୍ରମୁଖ ଉପସ୍ଥିତ ରହି ଛାତ୍ର ଛାତ୍ରୀଙ୍କୁ ଆଶ୍ରିବଚନ ପ୍ରଦାନ କରିଥିଲେ। ଦ୍ବିତୀୟାର୍ଦ୍ଧ ରେ ରଘୁନାଥପାଲୀ ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ର ଅଧ୍ୟକ୍ଷ ଦୁର୍ଗାଚରଣ ତନ୍ତୀ ମୁଖ୍ୟଅତିଥି ଭାବେ ଯୋଗଦେଇ ସୁରଭି କାର୍ଯ୍ୟକ୍ରମ ଶିଶୁଙ୍କ ମଧ୍ୟରେ ଥିବା ଲୁକ୍କାୟିତ ପ୍ରତିଭାକୁ ଲୋକଲୋଚନରେ ଆଣିବାରେ ସହାୟକ ହେଉଛି ବୋଲି ମତ ରଖିଥିଲେ। ଏହି କାର୍ଯ୍ୟକ୍ରମରେ ୧୦୪ ଟି ବିଦ୍ୟାଳୟର ପ୍ରାୟ ସାଢେ଼ ୩ ଶହରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ। ଛାତ୍ର ଛାତ୍ରୀଙ୍କ ମଧ୍ୟରେ ନୃତ୍ୟ, ସଂଗୀତ, ବତ୍କୃତା, ସାଧାରଣ ଜ୍ଞାନ, ଚିତ୍ରାଙ୍କନ,ନୃତ୍ୟାଭିନୟ ଆଦି ପ୍ରତିଯୋଗିତା କରାଯାଇ ଏଥିରେ କୃତିତ୍ୱ ହାସଲ କରିଥିବା ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ବିଚାରକ ଭାବେ ଜ୍ୟୋତିଶ୍ରୀ ମହାପାତ୍ର, କୋମଳରାଣୀ ସୂତାର, ସ୍ବର୍ଣ୍ଣଲେଖା ମହନ୍ତ,ମନୋଜା ପ୍ରିୟଦର୍ଶିନୀ, ନର୍ମଦା ନାୟକ ପ୍ରମୁଖ ଦାୟିତ୍ଵ ତୁଲାଇଥିଲେ। ଉର୍ମିଳା ମହନ୍ତ ଓ ବିଦ୍ୟୁତମୟୀ ମିଶ୍ର ଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ବେହେରା କାର୍ଯ୍ୟକ୍ରମର ଆଭିମୁଖ୍ୟ ରଖିଥିଲା ବେଳେ ଆୟୋଜକ ଝିରିପାଣି ପିଏମଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଉର୍ଷିଲା ତିର୍କି ଧନ୍ୟବାଦ ଅର୍ପଣ କରିଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁରରେ ଡିକେଏମସି କ୍ଳବ୍ ତରଫରୁ ନଵ ନିର୍ବାଚିତ ସାଂସଦ ଓ ବିଧାୟକଙ୍କୁ ଉତ୍ସ୍ବଷିତ ସମ୍ବର୍ଦ୍ଧନା

masiha

ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଅନ୍ତର୍ଜାତୀୟ ବରିଷ୍ଠ ବ୍ୟକ୍ତି ଦିବସ ପାଳିତ 

masiha

ରାଧାନାଥ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!