ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗରେ ପ୍ରଣୟନ କରାଯାଇଥିବା ଆଇନକୁ ରଦ୍ଦ ପାଇଁ ବ୍ଯାସକ୍ଷେତ୍ର ବ୍ରାହ୍ମଣ ସମାଜ ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗରେ ପ୍ରଣୟନ କରାଯାଇଥିବା ଆଇନକୁ ରଦ୍ଦ ପାଇଁ ବ୍ଯାସକ୍ଷେତ୍ର ବ୍ରାହ୍ମଣ ସମାଜ ପକ୍ଷରୁ ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କୁ ସ୍ମାରକପତ୍ର

ରାଉରକେଲା: ସମ୍ପ୍ରତି ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ୨୦୨୬ରେ ଉଚ୍ଚଶିକ୍ଷା ବିଭାଗ ନିୟମାବଳୀର ଅନେକ ବ୍ୟବସ୍ଥା ମନମୁଖୀ, ପକ୍ଷପାତପୂର୍ଣ୍ଣ ଏବଂ ଭାରତୀୟ ସମ୍ବିଧାନ ଅନୁଯାୟୀ ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି ବୋଲି ଅଭିଯୋଗ କରି ବ୍ଯାସକ୍ଷେତ୍ର ବ୍ରାହ୍ମଣ ସମାଜ ପକ୍ଷରୁ ଏକ ସ୍ମାରକପତ୍ର ରାଉରକେଲା ଅତିରିକ୍ତ ଜିଲ୍ଲାପାଳଙ୍କ ମାଧ୍ୟମରେ ରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ନିକଟକୁ ପ୍ରେରଣ କରାଯାଇଛି। 

      ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି ଯେ, ବିଶ୍ଵବିଦ୍ୟାଳୟ ଅନୁଦାନ ଆୟୋଗ ଦ୍ଵାରା ପ୍ରଣୟନ କରାଯାଇଥିବା ୨୦୨୬ ଆଇନ ଭାରତୀୟ ସମ୍ବିଧାନର ୧୪ ଅନୁଯାୟୀ ସମାନତାର ଅଧିକାରକୁ ଉଲ୍ଲଂଘନ କରୁଛି। ନିୟମାବଳୀ “ଜାତି-ଭିତ୍ତିକ ବୈଷମ୍ୟ”ର ପରିଭାଷାକୁ କେବଳ ଅନୁସୂଚିତ ଜାତି , ଅନୁସୂଚିତ ଜନଜାତି , ଏବଂ ଅନ୍ୟାନ୍ୟ ପଛୁଆ ବର୍ଗ ଙ୍କୁ ଅନ୍ତର୍ଭୁକ୍ତ କରାଯାଇଛି। ଏହା ସାଧାରଣ ବର୍ଗର ଛାତ୍ରଛାତ୍ରୀଙ୍କୁ ବାଦ ଦେବା ସହିତ କ୍ୟାମ୍ପସରେ ବିବାଦ ସୃଷ୍ଟି କରିଛି। 

    ଏଥିରେ ମିଥ୍ୟା କିମ୍ବା ଉଦ୍ଦେଶ୍ୟ ପ୍ରଣୋଦିତ ଅଭିଯୋଗକୁ ଦଣ୍ଡ ଦେବା ପାଇଁ ୨୦୧୨ର ବ୍ୟବସ୍ଥାକୁ ହଟାଇ ପ୍ରତିଶୋଧମୂଳକ ମାମଲା ରୁଜୁ ପାଇଁ ନୂତନ ପରମ୍ପରା ସୃଷ୍ଟି କରିଛି। 

      ୨୦୨୬ ନିୟମାବଳୀରେ ରାଗିଂକୁ ଏକ ପ୍ରକାରର ଭେଦଭାବ ଭାବରେ ଅନ୍ତର୍ଭୁକ୍ତ କରାଯାଇନାହିଁ। ଶିକ୍ଷାନୁଷ୍ଠାନରେ ଏହା ଉତ୍ପୀଡ଼ନର ସବୁଠାରୁ ପ୍ରଚଳିତ ରୂପ ହୋଇଥିବା ବେଳେ, ଶିକ୍ଷାନୁଷ୍ଠାନରେ ରାଗିଂ ବଢିବାର ଆଶଙ୍କା ରହିଛି। 

     ୭୨ ଘଣ୍ଟା ମଧ୍ୟରେ ତଦନ୍ତ ଆରମ୍ଭ କରାଯାଇ ସଂକୁଚିତ ସମୟସୀମା ମଧ୍ୟରେ ଏହାର ଶେଷ ହେବା ଆବଶ୍ୟକ ବୋଲି ବ୍ଯାସକ୍ଷେତ୍ର ବ୍ରାହ୍ମଣ ସମାଜ ପକ୍ଷରୁ ଏହି ସ୍ମାରକପତ୍ରରେ ଉଲ୍ଲେଖ କରାଯାଇଛି 

     ବ୍ୟାସକ୍ଷେତ୍ର ବ୍ରାହ୍ମଣ ସମାଜ ପକ୍ଷରୁ ସ୍ମାରକପତ୍ର ପ୍ରଦାନ ସମୟରେ ବ୍ଯାସକ୍ଷେତ୍ର ବ୍ରାହ୍ମଣ ସମାଜର ସାଂସ୍କୃତିକ ସମ୍ପାଦକ ଗଣେଶ ମିଶ୍ର, ସଂଯୋଜକ ସମ୍ପାଦକ ନରେନ୍ଦ୍ର ପତ୍ରୀ, ସଦସ୍ୟ କୃଷ୍ଣଚନ୍ଦ୍ର ପତ୍ରୀ, ପ୍ରଦୀପ ନନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରାଉରକେଲାରେ କେନ୍ଦ୍ର ଇସ୍ପାତ ଯୁଗ୍ମ ସଚିବ ଆରଏସପି ସଂପ୍ରସାରଣକୁ ନେଇ ଉଚ୍ଚସ୍ତରୀୟ ବୈଠକ 

Sunil Chandra Nayak

ବୟସର ଅପରାହ୍ନରେ ଛାଡି ନାହାନ୍ତି ବାଡି ଚାଳନା

Sunil Chandra Nayak

ମଣ୍ଡେଇ ନାଟକ ମହୋତ୍ସବ ତୃତୀୟ ସନ୍ଧ୍ୟାରେ ନାଟକ ଏକ ସନ୍ତାନ

masiha

Leave a Comment

error: Content is protected !!